ପୁଣିଥରେ ଭାରତକୁ ଧମକ ଦେଲା ଆମେରିକା, କହିଲା- ଋଷର ସାଥ୍ ଛାଡ଼ିଦିଅ, ନହେଲେ…

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତ ଲଗାତର ଶାନ୍ତି ପାଇଁ ଅପିଲ କରୁଛି। ଭାରତର ଏହି ଷ୍ଟାଣ୍ଡକୁ ଆମେରିକା ଆଦୌ ପସନ୍ଦ କରୁନାହିଁ। ଏଭଳି ସ୍ଥିତିରେ ହ୍ୱାଇଟ ହାଉସର ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିସ ଋଷ ସହ ହୋଇଥିବା ମେଣ୍ଟକୁ ନେଇ ଭାରତକୁ ଚେତାବନୀ ଦେଇଛନ୍ତି। ମସ୍କୋ ସହ ମେଣ୍ଟ ଯୋଗୁଁ ଭାରତକୁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି ଡିସ ନିଜର ମନ୍ତବ୍ୟରେ କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ଶୀର୍ଷ ଆର୍ଥିକ ପରାମର୍ଶଦାତା କହିଛନ୍ତିଯେ, ୟୁକ୍ରେନ ଉପରେ ଆକ୍ରମଣ ହେବା ପରେ ନୂଆଦିଲ୍ଲୀର ପ୍ରତିକ୍ରିୟାରେ ଆମେରିକା ବହୁତ ନିରାଶ ହୋଇଛି। ଉଭୟ ଚୀନ ଓ ଭାରତର ନିଷ୍ପତ୍ତିରେ ଆମେ ନିରାଶ ଅଛୁ। ଯେଉଁଠାରେ ୟୁକ୍ରେନ ବିରୋଧରେ ଯୁଦ୍ଧର ଉତ୍ତରରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ଭାରତ ଋଷରୁ ତୈଳ ଆମଦାନୀ ଜାରି ରଖିଛି।

ସେ କହିଛନ୍ତିଯେ, ଆକ୍ରମଣ ଉପରେ ନୂଆଦିଲ୍ଲୀର ପ୍ରତିକ୍ରିୟା ୱାଶିଂଟନ ସହ ସମ୍ପର୍କକୁ ଆହୁରି ଜଟିଳ କରୁଛି। ଆପଣଙ୍କୁ କହିରଖୁଛୁଯେ ଡିସଙ୍କ ଏହି ମନ୍ତବ୍ୟ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଦଲିପ ସିଂ ଦ୍ୱାରା ଗତ ସପ୍ତାହରେ ଅଧିକାରୀଙ୍କ ସହିତ ବୈଠକ ପାଇଁ ଭାରତ ଆସିବା ପରେ ଆସିଛି।

ଏହି ସପ୍ତାହର ଆରମ୍ଭରେ ପ୍ରେସ ସଚିବ ଜେନ ପାସାକି କହିଛନ୍ତିକି ଏହି ଗସ୍ତ ସମୟରେ ଦଲିପ ନିଜର ପ୍ରତିପକ୍ଷଙ୍କୁ ସ୍ପଷ୍ଟ କରିଛନ୍ତିଯେ, ଋଷର ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀର ଆମଦାନୀକୁ ତ୍ୱରାନ୍ୱିତ କିମ୍ବା ବୃଦ୍ଧି କରିବା ଭାରତର ସ୍ୱାର୍ଥରେ ନୁହେଁ । ତେବେ ଏହା ମଧ୍ୟ କୁହାଯାଇଥିଲାକି ଆମେରିକା ଓ ଅନ୍ୟ ୭ଟି ଦେଶର ଗୋଷ୍ଠୀ ଭାରତ ସହିତ ନିଜର ସହଯୋଗକୁ ଜାରି ରଖିବେ। ଖାଦ୍ୟ ନିରାପତ୍ତା ଓ ବିଶ୍ୱ ଶକ୍ତି ଉପରେ ଭାରତ ଏବଂ ଆମେରିକା ବ୍ୟାପକ ସହଯୋଗ କରୁଛନ୍ତି।

odia sambada
Comments (0)
Add Comment