ବିଶାଳ ଅଜଗରକୁ ଧରିବା ପାଇଁ ପାଣିକୁ ଡେଇଁଲେ ବ୍ୟକ୍ତି, ଆଉ ତାପରେ ଯାହା ହେଲା ତାକୁ ଦେଖି ଆଶ୍ଚର୍ଯ୍ୟ…ଦେଖନ୍ତୁ ଭିଡ଼ିଓ

ଏମିତିରେ ତ ପୃଥିବୀରେ ବିଭିନ୍ନ ପ୍ରକାରର ସାପ ଅଛନ୍ତି, ଯେଉଁମାନେ ବହୁତ୍ ବିପଜ୍ଜନକ ଏବଂ ବିଷାକ୍ତ ହୋଇଥାନ୍ତି, କିନ୍ତୁ ଯଦି ଆମେ ବିଶାଳ ଏବଂ ବଡ ସାପ ବିଷୟରେ କହିବା ତେବେ, ତାହା ହେଉଛି ଅଜଗର ସାପ । ଏହା ବହୁତ୍ ଲମ୍ବା ଏବଂ ଓଜନିଆ ହୋଇଥାନ୍ତି, ଯାହାକୁ ଦେଖିବା ମାତ୍ରେ ହିଁ ଲୋକମାନେ ଥରିଉଠନ୍ତି । ତେବେ ଅଜଗର ବିଷାକ୍ତ ତ ହୋଇନଥାଏ, କିନ୍ତୁ ନିଜ ଶକ୍ତି ଦ୍ଵାରା ସେ ହରିଣ ଏବଂ ଛେଳି ଭଳି ପଶୁମାନଙ୍କୁ ମଧ୍ୟ ନିଜର ଶିକାର କରିଥାଏ ।

ଅଜଗର ସାପ ନିଜ ଶିକାରକୁ ମାରିବାପାଇଁ ସେମାନଙ୍କ ଶରୀରରେ ଗୋଲ ଗୋଲ ହୋଇ ଗୁଡେ଼ଇ ହୋଇଯାଏ ଏବଂ ସେମାନଙ୍କୁ ସେପର୍ଯ୍ୟନ୍ତ ଦବାଇ ରଖେ, ଯେ ପର୍ଯ୍ୟନ୍ତ ସେ ମରି ନଯାଇଛି । ଏହି କାରଣରୁ ଲୋକମାନେ ବିଶାଳ ଅଜଗର ପାଖକୁ ଯିବାକୁ ସାହସ କରିପାରନ୍ତି ନାହିଁ । ତେବେ ଦୁନିଆରେ ଏପରି ବହୁତ୍ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ସାପକୁ ଡରନ୍ତି ନାହିଁ ଏବଂ ସେମାନଙ୍କ ସହିତ ଖେଳକୁଦ କରିଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ଅଜଗର ସାପ ସହିତ ଜଡ଼ିତ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବାସ୍ତବରେ ଭିଡ଼ିଓରେ ଜଣେ ବ୍ୟକ୍ତି ଦୌଡିଯାଇ ଗୋଟିଏ ବିଶାଳ ଅଜଗରକୁ ଧରିପକାନ୍ତି, ଯେପରି ସେ କୌଣସି ସାପ ନୁହେଁ ବରଂ ଗୋଟିଏ ଦଉଡ଼ି । ଭିଡିଓରେ ଆପଣ ଦେଖିପାରିବେ ଯେ ଘଟଣାଟି ରାତି ସମୟର ଦୃଶ୍ୟ ଅଟେ ଏବଂ ଗୋଟିଏ ବିଶାଳ ଅଜଗର ପାଣିରେ ପଶିବାକୁ ଲାଗେ । କିନ୍ତୁ ଠିକ୍ ସେତିକିବେଳେ ଜଣେ ବ୍ୟକ୍ତି କୁଆଡୁ ଦୌଡ଼ି ଆସନ୍ତି ଏବଂ କିଛି ବି ଚିନ୍ତା ନକରି ପାଣିକୁ ଡେଇଁ ପଡନ୍ତି ଏବଂ ସେହି ବିଶାଳ ଅଜଗରକୁ ଧରି ପକାନ୍ତି ।

ଦେଖନ୍ତୁ ଭିଡିଓ :-

ଏହାପରେ ସେ ସାପକୁ ପାଣିରୁ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତି, ଏହି ସମୟରେ ଅଜଗର ନିଜ ପାଟିକୁ ବଡ କରି ଆଁ କରିବାକୁ ଚେଷ୍ଟା କରେ । କିନ୍ତୁ ବ୍ୟକ୍ତିକୁ ଏହାଦ୍ବାରା କୌଣସି ଫରକ୍ ପଡେନାହିଁ କି ଡର ଲାଗେନାହିଁ । ବରଂ ସେ ତ ନିଜ ବେକରେ ହିଁ ତାକୁ ଗୁଡ଼ାଇ ଆଣନ୍ତି । ସତରେ ବ୍ୟକ୍ତିଙ୍କ ସାହାସକୁ ମାନିବାକୁ ପଡ଼ିବ ଯେ ତାଙ୍କୁ ସେହି ଅଜଗରକୁ ଧରିବା ସମୟରେ ଟିକେ ବି ଡର ଲାଗିଲା ନାହିଁ ।

odia sambada
Comments (0)
Add Comment