ପ୍ରେମିକ ର-କ୍ତରେ ଜୁଡୁବୁଡୁ ହୋଇ ପଡ଼ିଥିଲା, ଆଉ ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ପ୍ରେମିକା ରାତି ଅଧରେ ଘରୁ ବାହାରିଗଲେ

ବିଳମ୍ବିତ ରାତିରେ ହଠାତ ଫୋନ ବାଜି ଉଠିଲା। ଆରପଟୁ ଆହତ ପ୍ରେମିକର ହୃଦୟବିଦାରକ ଚିତ୍କାର ଶୁଣିବା ପରେ ପ୍ରେମିକାର ମନ ସିହିରୀ ଉଠିଲା। ଘର ଲୋକ କଣ କହିବେ, ସମାଜ ଲୋକ ତଥା ସାହିପଡ଼ିଶାଙ୍କ ଟାହିଟାପରାକୁ ସେ ଖାତିର ନକରି ପ୍ରେମିକର ଜୀବନକୁ ବଞ୍ଚାଇବା ପାଇଁ ରାତି ଅଧରୁ ପ୍ରେମିକା ବାହାରି ପଡ଼ିଲା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଦମୋହ ନିକଟରେ ଘଟିଥିବା ସମୟରେ ଯୁବତୀ ଜଣକ ନିଜର ପ୍ରେମିକକୁ ଧରି କାନ୍ଦୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ ଘଟଣାଦିନ ରାତି ପ୍ରାୟ ୧୧ଟା ସମୟରେ ୧୪ କ୍ୱାର୍ଟରର ବାସିନ୍ଦା ପ୍ରଫୁଲ୍ଲ କଶ୍ୟପ ଏକ ବ୍ରିଜ ଉପରେ ବସିଥିଲେ। ସେହି ସମୟରେ ସେଠାକୁ ୨୦ ଜଣ ଯୁବକ ଆସିଥିଲେ ଏବଂ ପ୍ରଫୁଲ୍ଲଙ୍କ ସହିତ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ସେମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ତାଙ୍କ ଜଙ୍ଘରେ ଛୁରାମାଡ଼ କରିଥିଲେ। ପ୍ରଚୁର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ପ୍ରଫୁଲ୍ଲ ନିଜର ପ୍ରେମିକା ରଜିଆଙ୍କୁ କଲ କରିଥିଲେ।

ପ୍ରେମିକ ବିଷୟରେ ଜାଣିବା ପରେ ରଜିଆ କାଳ ବିଳମ୍ବ ନକରି ତାଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଥିଲେ। ପ୍ରଫୁଲ୍ଲଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ। ଡାକ୍ତରଖାନାରେ ପ୍ରଫୁଲ୍ଲଙ୍କର କଷ୍ଟକୁ ଦେଖି ରଜିଆ କାନ୍ଦି କାନ୍ଦି ତାଙ୍କୁ ଜାବୁଡ଼ି ଧରିଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଅଛି। ଲୋକ ରଜିଆଙ୍କର ଏଭଳି ସାହାସିକତାକୁ ବହୁତ ପ୍ରଶଂସା କରିଛନ୍ତି।

ଭିଡିଓ ଦେଖନ୍ତୁ:-

odia sambada
Comments (0)
Add Comment