ସ୍ବାମୀ – ସ୍ତ୍ରୀ ପରସ୍ପର ଉପରେ କଲେ ୬୦ରୁ ଅଧିକ କେସ, ଚିଫ ଜଷ୍ଟିସ ହେଲେ ଆଶ୍ଚର୍ଯ୍ୟ, କହିଲେ ଏମିତି କଥା

ଦମ୍ପତିଙ୍କ ବିବାହର 41 ବର୍ଷ ହୋଇଗଲାଣି ଏବଂ ସେମାନେ ପରସ୍ପର ଉପରେ 60 ରୁ ଅଧିକ କେସ କରିଛନ୍ତି । ଏହି 41 ବର୍ଷ ମଧ୍ୟରେ ସେମାନେ ସେମାନେ ଗତ 11 ବର୍ଷ ଧରି ଅଲଗା ରହୁଛନ୍ତି । ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ ଏହି ମାମଲା ହାଇକୋର୍ଟରୁ ଯେତେବେଳେ ସୁପ୍ରିମକୋର୍ଟରେ ପହଞ୍ଚିଲା, ସେତେବେଳେ ଶୁଣାଣି କରୁଥିବା ଚିଫ ଜଷ୍ଟିସ ଅଫ ଇଣ୍ଡିଆର ଅଗୁବାଇ ବାଲି ବେଞ୍ଚ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ଚିଫ ଜଷ୍ଟିସ ମନ୍ତବ୍ୟ ଦେଲେ ଯେ କିଛି ଲୋକଙ୍କୁ ଦିନକୁ ଥରେ କୋର୍ଟର ଦୁଆର ମୁହଁ ନ ଦେଖିଲେ, ସେମାନଙ୍କୁ ନିଦ ଆସେ ନାହିଁ ।

41 ବର୍ଷର ବିବାହରେ 60ରୁ ଅଧିକ କେସ :-

ବୁଧବାର ଦିନ ସୁପ୍ରିମକୋର୍ଟକୁ ଗୋଟିଏ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଲା, ଯାହା ମୁଖ୍ୟ ଜଜ ଏନ.ବି ରମଣା ଏବଂ ତାଙ୍କ ବେଞ୍ଚର ଅନ୍ୟ ଜଜ ଜଷ୍ଟିସ କୃଷ୍ଣା ମୁରାରି ଏବଂ ଜଷ୍ଟିସ ହିମା କୋହଲିଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଏହି ମାମଲା ଗୋଟିଏ ବୈବାହିକ ବିବାଦ ଥିଲା, ଯେଉଁଥିରେ ସ୍ବାମୀ ଏବଂ ସ୍ତ୍ରୀ 41 ବର୍ଷ ସମ୍ପର୍କରେ ପରସ୍ପର ଉପରେ 60 ରୁ ଅଧିକ କେସ କରିଛନ୍ତି । ଏହି ଦମ୍ପତି ସେମାନଙ୍କ ବିବାହର 3 ବର୍ଷ ପରେ ପରେ ଲଗାତାର କେସ କରୁଛନ୍ତି ।

ଆଜିର ଶୁଣାଣି ସମୟରେ ଆବେଦନକାରୀ ସ୍ଵଶୁରଙ୍କ ତରଫରୁ ଥିବା ଓକିଲ କହିଛନ୍ତି ଯେ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ଦେଖିଛନ୍ତି ଯେ ତାଙ୍କ ପୁଅ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଶେଷ ହୋଇଯାଇଛି । ସେ କହିଛନ୍ତି ଯେ ପ୍ରତିବାଦୀଙ୍କ ଦ୍ଵାରା ନିଜ ଶ୍ବଶୁର ଉପରେ ଯୌନ ନିର୍ଯ୍ୟାତନାର ଆରୋପ ଲଗାଇବା ପରେ ତାଙ୍କ ପାଇଁ ଏକାଠି ରହିବା ସମ୍ଭବ ନୁହେଁ, ତେଣୁ ସ୍ୱାମୀର ପରିବାର ତାଙ୍କୁ ସେହି ଅଞ୍ଚଳରେ ଗୋଟିଏ ଘର ଦେବାପାଇଁ ପ୍ରସ୍ତୁତ ଅଛନ୍ତି ।

ମଧ୍ୟସ୍ଥତା ଆଦେଶ ସହିତ ଦେଲେ ମନ୍ତବ୍ୟ :-

ଏହି ମାମଲାରେ ମଧ୍ୟସ୍ଥତାର ଆଦେଶ ଦେଇ ମୁଖ୍ୟ ଜଜ ଏନ.ବି ରମଣା ମନ୍ତବ୍ୟ ଦେଇ କହିଛନ୍ତି ଯେ କିଛି ଲୋକଙ୍କର ଲଢେଇ କରିବାର ଅଭ୍ୟାସ ରହିଥାଏ, ଯଦି ସେମାନେ ଦିନକୁ ଥରେ କୋର୍ଟ ଦେଖନ୍ତି ନାହିଁ, ତେବେ ସେମାନଙ୍କୁ ରାତିରେ ନିଦ ଆସେନାହିଁ । ରମଣା ଏହି ବିବାଦର ସୌହାର୍ଦପୂର୍ଣ୍ଣ ସମାଧାନ ପାଇଁ ଆଦେଶ ଦେଇଛନ୍ତି ।

ଆପଣଙ୍କୁ କହିରଖୁଛି ଯେ ଆରମ୍ଭରେ ବେଞ୍ଚ ନୋଟିସ କରିବାକୁ ଇଚ୍ଛୁକ ଥିଲା, କିନ୍ତୁ ଦୁଇ ପକ୍ଷର ଓକିଲଙ୍କ ଦ୍ଵାରା ମଧ୍ୟସ୍ଥତା ପାଇଁ ସହମତି ପ୍ରକାଶ କରାଯିବା ପରେ ବେଞ୍ଚ ମାମଲାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ପଠାଇ ଦେଲା । ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ଯେହେତୁ ମଧ୍ୟସ୍ଥତା ଗୋଟିଏ ସମୟବଦ୍ଧ ଏବଂ ସ୍ଥିର ପ୍ରକ୍ରିୟା ଅଟେ, ତେଣୁ ଏହି ସମୟରେ ପାର୍ଟି ମାନଙ୍କୁ ଅନ୍ୟ ଲମ୍ବିତ ମାମଲାକୁ ଆଗକୁ ବଢ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ ।

odia sambada
Comments (0)
Add Comment