ସାମ୍ନାକୁ ଆସିଲା ଆଉ ଏକ ନୂଆ ମହାମାରୀ, କୋରୋନା ଭଳି ଏହାର ଲକ୍ଷଣ; ରୋଗୀମାନଙ୍କୁ ଆଇସୋଲେଟ ରହିବା ପାଇଁ ନିର୍ଦ୍ଦେଶ,ଜାଣନ୍ତୁ ସେହି ମହାମାରୀ ବିଷୟରେ

ଗତ ୨ ବର୍ଷ ଧରି ସମଗ୍ର ଦୁନିଆରେ କୋରୋନା ମହାମାରୀ ସହ ଲଢୁଛି। ଏହି ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରୁ ବିଲୋପ ହୋଇନାହିଁ ଠିକ ସେହି ସମୟରେ ବିଶ୍ୱରେ ଆଉ ଏକ ମହାମାରୀ ଏଣ୍ଟ୍ରି ମାରିଛି। ଏହି ରୋଗର ଲକ୍ଷଣ ମଧ୍ୟ କୋରୋନା ସହ ସମାନ। ଏଥିପାଇଁ ପ୍ରାରମ୍ଭରେ ଏହା ଜାଣିବା କଷ୍ଟକର ହେବକି ପ୍ରକୃତରେ ଏହି ରୋଗ କ’ଣ।

ଡେଲି ମିରରର ରିପୋର୍ଟ ଅନୁସାରେ, କୋରୋନା ଭୂତାଣୁ ମହାମାରୀର ୩ଟି ସାଧାରଣ ଲକ୍ଷଣ ଅଛି। ଏଥିମଧ୍ୟରେ କାଶ, ସ୍ୱାଦ ଏବଂ ଗନ୍ଧ ଜାଣି ନ ପାରିବା ଏବଂ ଜ୍ୱର ହେବା ମଧ୍ୟ ସାମିଲ ଅଛି।

ମେଡିକାଲ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତିକି, ଦୁନିଆରେ ରାଇନୋଭାଇରସର ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି। ଏହାର ଲକ୍ଷଣ ମଧ୍ୟ କୋରୋନା ସହ ସମାନ। ଏଭଳି ସ୍ଥିତିରେ ଏହି ଲକ୍ଷଣଗୁଡିକ ଦେଖିବା ପରେ ମଧ୍ୟ ଆପଣଙ୍କର କରୋନା ପରୀକ୍ଷା ନକାରାତ୍ମକ ଆସିଲେ ମଧ୍ୟ ଆପଣ ବିପଦରେ ପଡ଼ିପାରନ୍ତି। ଆପଣ ରାଇନୋଭାଇରସ ଦ୍ୱାରା ସଂକ୍ରମିତ ହୋଇପାରନ୍ତି, ଯାହା ଆପଣଙ୍କ ମାଧ୍ୟମରେ ଅନ୍ୟମାନଙ୍କ ନିକଟରେ ବିସ୍ତାର ମଧ୍ୟ ହୋଇପାରେ।

ବେଲଫାଷ୍ଟ ଲାଇଭର ରିପୋର୍ଟ ଅନୁସାରେ, ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ଦୁଇଟି ଭୂତାଣୁ ମଧ୍ୟରେ ପାର୍ଥକ୍ୟ କହିବା ପାଇଁ ଏକ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରିଛି। ଯାହାଦ୍ୱାରା ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଗଲେ ଏହି ସଂକ୍ରାମକ ରୋଗର ବିସ୍ତାର ହୋଇପାରିବ ନାହିଁ।

ବ୍ରିଟିଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୂତନ ଗାଇଡଲାଇନ ଅନୁସାରେ, ଯଦି କୋରୋନା ପରୀକ୍ଷା ନେଗେଟିଭ୍ ଆସିବା ସତ୍ତ୍ୱେ କ୍ରମାଗତ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ସମସ୍ୟା ଅଛି, ତେବେ ଏହା ରୋହିନୋଭାଇରସର ଲକ୍ଷଣ ହୋଇପାରେ। ଏପରି ସ୍ଥିତିରେ ସଂକ୍ରମିତ ହେବା ପରେ ବାହାରକୁ ଯିବା ପରିବର୍ତ୍ତେ ନିଜକୁ ଅଲଗା ବା ଆଇସୋଲେଟ କରିବା ଉଚିତ। ଯାହାଦ୍ୱାରା ଏହି ଭୂତାଣୁ ବାହାରକୁ ଆଦୌ ଯାଇପାରିବ ନାହିଁ।

ରିପୋର୍ଟ ଅନୁସାରେ, ଘରେ ଆଇସୋଲେଟ ହେବା ସହ ରୋଗୀ ନିଜର ଖାଇବା ବାସନ, ପୋଷାକ ଏବଂ ଶୌଚାଳୟ ଆଦିକୁ ମଧ୍ୟ ଅଲଗା କରିବା ଉଚିତ, ଯାହା ଦ୍ୱାରା ଏହି ରୋଗ ଆପଣଙ୍କ ମାଧ୍ୟମରେ ପରିବାରର ସଦସ୍ୟଙ୍କ ନିକଟରେ ଆଦୌ ପହଞ୍ଚିପାରିବ ନାହିଁ। ଏହା ସହିତ ଟେଲିଫୋନ ମାଧ୍ୟମରେ ଆପଣଙ୍କ ପରିବାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇ ଆପଣଙ୍କର ଚିକିତ୍ସା ମଧ୍ୟ ଆରମ୍ଭ କରିବା ଆବଶ୍ୟକ।

odia sambada
Comments (0)
Add Comment