ଜଣେ ୬୦ ବର୍ଷର ବ୍ୟକ୍ତି ୯୦ ଥର ଟିକା ନେଇ ସାରିଲେଣି, ଜାଲ୍‌ ସାର୍ଟିଫିକେଟକୁ ବିକ୍ରି କରି ମୋଟା ଅଙ୍କର ରୋଜଗାର କରୁଛନ୍ତି !

ପୁଣିଥରେ କରୋନା ଟିକାକରଣକୁ ନେଇ ଏକ ଚାଞ୍ଚଲ୍ୟକର ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ଜାଲ ପ୍ରମାଣ ପତ୍ର ବିକିବା ପାଇଁ ଜଣେ ୬୦ ବର୍ଷର ବ୍ୟକ୍ତି ଇତି ମଧ୍ୟରେ ୯୦ ଥର କରୋନାର ଟିକା ନେଇଥିବା କଥା ଜଣାପଡ଼ିଛି। ୟୁରୋପରେ ଏଭଳି ଏକ ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବ୍ୟକ୍ତି ଜଣକ ନକଲି ଟିକାକରଣର ପ୍ରମାଣ ପତ୍ର ବିକ୍ରି କରି ରୋଜଗାର କରିବା ପାଇଁ ସେ ୯୦ ଥର ଟିକା ନେଇସାରିଲେଣି। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ନ୍ୟାୟ ମାଧ୍ୟମରେ ବର୍ତ୍ତମାନ ଉକ୍ତ ବ୍ୟକ୍ତିଜଣକ ଧରାପଡ଼ିଛନ୍ତି।

ରିପୋର୍ଟ ଅନୁସାରେ, ଜର୍ମାନୀର ପୂର୍ବ ପ୍ରାନ୍ତ ସେକ୍ସୋନୀର ଜଣେ ୬୦ ବର୍ଷର ବ୍ୟକ୍ତିଜଣକ ଏହି ନକଲି ଟିକାକରଣ ସାର୍ଟିଫିକେଟ ବ୍ୟବସାୟ କରିଥାନ୍ତି। ଯେଉଁମାନେ ଟିକା ନେବାକୁ ଚାହାନ୍ତି ନାହିଁ, ସେ ତାଙ୍କ ନାଁରେ ଟିକା ନେଇଥାନ୍ତି। ଏଥିପାଇଁ ସେ ମୋଟା ଅଙ୍କର ପଇସା ମଧ୍ୟ ନିଅନ୍ତି। ଏଲନମର୍ଗରେ ଏକ ଟିକାକରଣ କେନ୍ଦ୍ରରେ ସେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଲାଇନ୍‌ରେ ଠିଆ ହୋଇଥିବା ସମୟରେ ତାଙ୍କୁ ପୋଲିସ ଧରିଛି। ପୋଲିସ ତାଙ୍କ ନିକଟରୁ ଅନେକ ନକଲି କରୋନା ସାର୍ଟିଫିକେଟ ମଧ୍ୟ ଜବତ କରିଛି। ତାଙ୍କ ବିରୋଧରେ ଜାଲ କାଗଜ ପତ୍ର କରୁଥିବା ନେଇ ଏକ ମାମଲା ରୁଜୁ ହୋଇଛି।

ଏହି ୬୦ ବର୍ଷର ବ୍ୟକ୍ତି ଧରାପଡ଼ିବା ପରେ କହିଛନ୍ତିକି, ସେ ଇତି ମଧ୍ୟରେ ଅଲଗା ଅଲଗା ବ୍ରାଣ୍ଡର ସମୁଦାୟ ୯୦ଟି ଡୋଜ ନେଇସାରିଲେଣି। କିନ୍ତୁ ଏହା ଦ୍ୱାରା ତାଙ୍କ ଶରୀର ଉପରେ କି ପ୍ରକାର ପ୍ରଭାବ ପଡ଼ିଛି। ସେ ନେଇ ବର୍ତ୍ତମାନ ଡାକ୍ତର ଯାଞ୍ଚ କରୁଛନ୍ତି। କରୋନା ମହାମାରୀର ଆସିବା ପରଠାରୁ ବର୍ତ୍ତମାନ ରୋସ୍ତୋରାଁ, ଦୋକାନ, ବଜାର, ସିନେମା ହଲ୍‌ ସବୁ ଆଦି ସ୍ଥାନକୁ ଯିବା ପାଇଁ ଟିକାକରଣ ସାର୍ଟିଫିକେଟର ଆବଶ୍ୟକ ପଡ଼ୁଛି। ଏଭଳି ପରିସ୍ଥିତିରେ ଯେଉଁମାନେ ଟିକା ନେବା ପାଇଁ ଚାହୁଁନାହାନ୍ତି ତାଙ୍କୁ ଏହି ବ୍ୟକ୍ତିଜଣକ ନକଲି ଟିକାକରଣର ସାର୍ଟିଫିକେଟ ଯୋଗାଇ ଦେଇଥାନ୍ତି।

odia sambada
Comments (0)
Add Comment