ଏହି ଆପ୍ଲିକେସନ ବ୍ୟବହାର କଲେ ପେଟ୍ରୋଲ- ଡ଼ିଜେଲ ମିଳିବ ଶସ୍ତାରେ, ଜାଣନ୍ତୁ ସେହି ଆପ ଗୁଡିକ ବିଷୟରେ………

ବିଗତ 16 ଦିନରେ ଭାରତରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡ଼ିଜେଲ ଦର ବହୁତ ବଢ଼ିଯାଇଛି। ଦିଲ୍ଲୀ ଓ ମୁମ୍ବାଇରେ ତ ଏହି ଦର ଆକାଶ ଛୁଆଁ ହୋଇଯାଇଛି। ଏହି ବୃଦ୍ଧି ପାଇଥିବା ଦର ଲୋକଙ୍କୁ ଚିନ୍ତାରେ ପକାଇଦେଇଛି। ଆଜି ଆମେ ଆପଣଙ୍କୁ ଏମିତ କିଛି ଆପ ବିଷୟରେ କହିବାକୁ ଯାଉଛି ଯାହାକୁ ବ୍ୟବହାର କରି ଆପଣ ନିଜ ଗାଡ଼ିରେ ଶସ୍ତା ଦରରେ ପେଟ୍ରୋଲ ଓ ଡ଼ିଜେଲ ପକାଇ ପାରିବେ। ଆସନ୍ତୁ ଏହି ଆପ ଉପରେ ନଜର ପକାଇବା।

Fuel@ioc App:-

ଆପଣଙ୍କୁ ଜଣାଇଦେଉଛୁ କି, ଏହା ଇଣ୍ଡିଆନ ଅଏଲର ମୋବାଇଲ ଆପ ଅଟେ। ଏହି ଆପ ଜରିଆରେ ଆପଣ ପେଟ୍ରୋଲ ଡ଼ିଜେଲ ମୂଲ୍ୟକୁ ଲାଇଭ ଦେଖିପାରିବେ। ଏହି ଆପ କୁ ଆପଣ ଡାଉନଲୋଡ଼ କରିବାପରେ ଏଥିରେ ଆକାଉଣ୍ଟ ବନାଇବାକୁ ହେବ। ଏହାପରେ ‘ଲୋକେଟ ଅସ’ ଟ୍ୟାବ ସହାୟତାରେ ମ୍ୟାପ୍ସ ଜରିଆରେ ନିଜ ଆଖପାଖର ପେଟ୍ରୋଲ ପମ୍ପ ବିଷୟରେ ପତା ଲଗାଇ ପାରିବେ ଓ ଏହାମଧ୍ୟ ଜାଣିପାରିବେ କି, କେଉଁଠି ଆପଣଙ୍କୁ କମ ଦରରେ ପେଟ୍ରୋଲ ମିଳୁଛି। ଏହି ଆପକୁ ଆଣ୍ଡ୍ରଏଡ଼ ଓ Ios ୟୁଜର୍ସ ଉଭୟ ବ୍ୟବହାର କରିପାରିବେ।

MapMyFuel App:-

ଏହି ଆପ ଜରିଆରେ ଆପଣ ପେଟ୍ରୋଲ ଡ଼ିଜେଲ ସହିତ CNG ଗ୍ୟାସର ପତା ଲଗାଇ ପାରିବେ। ଏଥିରେ IOCL, HPCL,BPCL, ରିଲାଏନ୍ସ ପେଟ୍ରୋଲିୟମ, ଏସାର ପେଟ୍ରୋଲିୟମ ଓ ଶେଲ ଇଣ୍ଡିଆ ସହିତ ଆସୁଥିବା ପେଟ୍ରୋଲ ପମ୍ପ ସାମିଲ ରହିଛି। ଏହା ଏକ କ୍ରାଉଡ଼ସୋର୍ସ ଆପ ଅଟେ ଯେଉଁଠାରେ ଲୋକେ ଜଣେ ଆଉଜଣଙ୍କୁ ପେଟ୍ରୋଲ, ଡ଼ିଜେଲ ଓ CNG ଦାମ ବିଷୟରେ କହିଥାନ୍ତି।

SmartDrive App:-

ଏହି ଆପ ଜରିଆରେ ଆପଣ ପତା ଲଗାଇ ପାରିବେ କି, ଆଖ ପାଖରେ କେଉଁ ସ୍ଥାନ ରହିଛି କମ ଦାମରେ ପେଟ୍ରୋଲ ଓ ଡ଼ିଜେଲ ମିଳୁଛି। ଜଣାଇଦେଉଛୁ କି, ଏହି ଆପ BPCL ର ଅଧିକାରୀ ୱେବସାଇଟ ଅଟେ ଯେଉଁ ସାଇଟ ଜରିଆରେ ଆପଣ ଆଖପାଖର ପେଟ୍ରୋଲ ରେଟ ବିଷୟରେ ଜାଣିପାରିବେ।

Daily Petrol Diesel Price App:-

ଏହି ଆପ ଦ୍ୱାରା ଆପଣ ନିଜ ସହରର ଡେଲି ପେଟ୍ରୋଲ ଓ ଡ଼ିଜେଲ ଦାମ ବିଷୟରେ ଜାଣିପାରିବେ। ଏହି ଆପ ଜରିଆରେ ଆପଣ ନିଜ ସହରର ବିଗତ ଦିନର ପେଟ୍ରୋଲ ଓ ଡ଼ିଜେଲ ଦରକୁ ଟାଲି କରିପାରିବେ। ଏହି ଆପ କୁ ଆପଣ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ।

ଏହି ଆପ ବ୍ୟତୀତ ଆପଣ ଏହି ଜରିଆରେ ମଧ୍ୟ ନିଜ ସହରର ପେଟ୍ରୋଲ ଓ ଡ଼ିଜେଲ ଦର ବିଷୟରେ ଅବଗତ ହୋଇପାରିବେ। ଆପଣ  ‘92249-92249’ ଫୋନ ନମ୍ବରରେ RSP ଡିଲର କୋଡ଼ କୁ SMS ପଠାଇ ନିଜ ସହରରେ ଇନ୍ଧନ ଦରକୁ ଚେକ କରିପାରିବେ। ଏହି ପ୍ରକାରର ସର୍ଭିସ ଭାରତୀୟ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପାଇଁ ମଧ୍ୟ ରହିଛି।

odia sambada
Comments (0)
Add Comment