ଭାରତକୁ କୋରୋନାର ଚତୁର୍ଥ ଲହର ଏହି ମାସରେ ଆସିବ ! ତେଣୁ ଏହି ୨ଟି ଲକ୍ଷଣ ପ୍ରତି ଅଧିକ ସତର୍କତା ଅବଲମ୍ବନ କରନ୍ତୁ !

ପୁଣିଥରେ ଦୁନିଆରେ କୋରୋନା ଭୂତାଣୁର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହା ପଛରେ କୌଣସି ଡେଲଟାକ୍ରୋନ ଭାରିଆଣ୍ଟ ନାହିଁ ବରଂ ଓମିକ୍ରନର ସବ-ଭାରିଆଣ୍ଟ BA.2 କୁ ଏହାର କାରଣ ବୋଲି କୁହାଯାଉଛି। ଓମିକ୍ରନର ସବ-ଭାରିଆଣ୍ଟର ମାମଲା ବଢ଼ିଯିବା ପରେ ଭାରତରେ ଚତୁର୍ଥ ଲହରକୁ ନେଇ ବର୍ତ୍ତମାନ ଆଶଙ୍କା ସୃଷ୍ଟି ହୋଇଛି। ଏହା ମଧ୍ୟରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଇଆଇଟି କାନପୁର ଅଗଷ୍ଟ ମାସରେ ଭାରତରେ କୋରୋନାର ଚତୁର୍ଥ ଲହର ଆସିପାରେ ବୋଲି କହିଛନ୍ତି। ଏହା ସହ ବିଶେଷଜ୍ଞମାନେ ଓମିକ୍ରନର ସବ୍-ଭାରିଆଣ୍ଟର ଦୁଇଟି ଲକ୍ଷଣକୁ ବର୍ଣ୍ଣନା କରିଛନ୍ତି।

ବିଶ୍ୱରେ କୋରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ହେବା ପରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତିକି ବର୍ତ୍ତମାନ ଭାରତକୁ ସଜାଗ ରହିବା ଆବଶ୍ୟକ। କାରଣ, ଅଗଷ୍ଟରେ କୋଭିଡ୍-19ର ଚତୁର୍ଥ ଲହରକୁ ସାମ୍ନା କରିବାକୁ ପଡିପାରେ। ଆଇଆଇଟି କାନପୁର ଦ୍ୱାରା ଦିଆଯାଇଥିବା ଗାଣିତିକ ମଡେଲକୁ ଆଧାର କରି ସେ ଏହିପରି ବୟାନ ଦେଇଛନ୍ତି। ତଥାପି, ସେ କହିଛନ୍ତିକି ଆମକୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଆମେ ବହୁ ପରିମାଣରେ କୋରୋନା ଟୀକାକରଣ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ସାରିଛୁ। ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଚତୁର୍ଥ ଲହର ପାଇଁ ଡେଲଟ୍ରାକ୍ରୋନକୁ ବହୁ ମାତ୍ରାରେ ଭୟ କରୁଥିଲେ।

ଷ୍ଟିଲ୍ଥ ଓମିକ୍ରନର ଲକ୍ଷଣ:-

ଅନେକ ବିଦେଶୀ ଅନୁସନ୍ଧାନ ଅନୁସାରେ, ଓମିକ୍ରନର ସବ-ଭାରିଆଣ୍ଟ BA.2 ର ଦୁଇଟି ବିଶେଷ ଲକ୍ଷଣ ଅଛି। ଯେଉଁଥିରେ ମୁଣ୍ଡ ବୁଲାଇବା ଓ ଅତ୍ୟଧିକ ଥକ୍କାପଣ ସାମିଲ ଅଛି। ଏହା ବ୍ୟତୀତ କୋରୋନାର ଏହି ପ୍ରକାର ପେଟ ଓ ଅନ୍ତନଳୀ ଉପରେ ଅଧିକ ପ୍ରଭାବ ମଧ୍ୟ ପକାଇଥାଏ। ଯେଉଁ କାରଣରୁ ବାନ୍ତି, ପେଟ ଯନ୍ତ୍ରଣା, ହୃଦଘାତ, ଭୋକ ନ ଲାଗିବା, ପିଠି ଯନ୍ତ୍ରଣା, ଝାଡ଼ା, ଅନ୍ତନଳୀ ଫୁଲିଯିବା ଭଳି ଲକ୍ଷଣ ଆଦି ଦେଖାଯାଇଥାଏ। ସେହିପରି କୋରୋନାର ନିମ୍ନଲିଖିତ ସାଧାରଣ ଲକ୍ଷଣଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।
ଯେପରି..

୧.ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା

୨.ଜ୍ୱର

୩.ଶରୀର ଯନ୍ତ୍ରଣା

୪.ଗଳା ଖରାପ

୫.ସ୍ୱାଦ ହରାଇବା

୬.କଫ

୭.ମୁଣ୍ଡବିନ୍ଧା ଇତ୍ୟାଦି।

ସୂଚନା ଅନୁସାରେ, ଡକ୍ଟର କେ ସୁଧାକର କହିଛନ୍ତିକି ଓମିକ୍ରନର ସବ-ଭାରିଆଣ୍ଟ ଫିଲିପାଇନ୍ସରେ ପ୍ରଥମ ଥର ପାଇଁ ମିଳିଥିଲା। ଯାହା ପରେ ଏହା ୪୦ଟି ଦେଶକୁ ବ୍ୟାପି ସାରିଛି। ଯେଉଁଥିରେ ଚୀନ ଓ ଆମେରିକା ଏଥିରେ ସାମିଲ ରହିଛନ୍ତି। କିନ୍ତୁ ଓମିକ୍ରନର ସବ ଭାରିଆଣ୍ଟ BA.2 ର ସବୁଠାରୁ ଭୟଙ୍କର ପ୍ରକୋପ ଦକ୍ଷିଣ କୋରିଆରେ ଦେଖାଯାଉଅଛି। ଏଠାରେ ପ୍ରତ୍ୟେକ ଦିନ ପାଖାପାଖି ୫ ଲକ୍ଷ ମାମଲା ସାମ୍ନାକୁ ଆସୁଅଛି।

odia sambada
Comments (0)
Add Comment