ୟୁରୋପୀୟ ଦେଶକୁ ବୁଲିବାକୁ ଯାଆନ୍ତୁ ନାହିଁ ରୁଷ ନାଗରିକମାନେ , ଯଦି ବୁଲିବାର ଅଛି ତାହେଲେ ଭାରତ ଯାଆନ୍ତୁ : ରାଷ୍ଟ୍ରପତି ପୁତିନ

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ଭାରତ ନା ତ ଆମେରିକୀୟ ଓ ୟୁରୋପୀୟ ଦେଶର ସାଥ ଦେଉଛି ନା କି, ଏହି ଯୁଦ୍ଧରେ ଭାରତ ରୁଷ ର ସପୋର୍ଟ କରୁଛି। ଭାରତର ଗୋଟିଏ କଥା କହିବା ହେଲା, ଦେଶ ମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାରର ଅନ୍ତଃରାଷ୍ଟ୍ରୀୟ ବିବାଦ ଓ କୂଟନୀତିକ ବିବାଦ କୁ ପରସ୍ପର ମଧ୍ୟରେ କଥାବାର୍ତ୍ତା ଦ୍ୱାରା ସମାଧାନ କରିବା ଉଚିତ। ଭାରତ କୌଣସି ପଟେ ନାହିଁ କିନ୍ତୁ ରୁଷ, ଭାରତର ପ୍ରଶଂସା କରିବାରେ ଲାଗିଛି।

ଏହାମଧ୍ୟରେ ରୁଷ ବିଦେଶମନ୍ତ୍ରୀ ଯେତେବେଳେ ଦିଲ୍ଲୀ ଆସିଥିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ପ୍ରଶଂସା ନକରି ରହି ପାରିଲେନାହିଁ। ରୁଷ ଭାରତକୁ ଶସ୍ତା ତେଲ ଯୋଗାଇ ଦେଉଛି ଓ ଏହାସହ ରୁଷ ନିଜର ନାଗରିକଙ୍କୁ ଉପଦେଶ ଜରିଆରେ ଯାହା କହିଛି ତାହା ଭାରତକୁ ବହୁତ ଫାଇଦା ହେବ।

ରୁଷ ନାଗରିକଙ୍କ ପାଇଁ ନୂଆ ଉପଦେଶ:-

ରୁଷ ବିଦେଶ ଯାତ୍ରା କରୁଥିବା ନିଜର ନାଗରିକଙ୍କ ପାଇଁ ଉପଦେଶ ଜାରି କରିଛି। ଏହି ଉପଦେଶ ମୁତାବିକ ରୁଷ ନାଗରିକଙ୍କୁ ପର୍ଯ୍ୟଟନ ପାଇଁ ଆମେରିକା କିମ୍ବା କୌଣସି ଅନ୍ୟ ୟୁରୋପୀୟ ଦେଶକୁ ଯିବାକୁ ମନା କରିଛନ୍ତି। ଏହାସହ ଉପଦେଶ ଜରିଆରେ ଏହାମଧ୍ୟ କୁହାଯାଇଛି ଯେ, ସେମାନେ ପର୍ଯ୍ୟଟନ ପାଇଁ ଭାରତ ଯାଇପାରନ୍ତି। ରାଷ୍ଟ୍ରପତି ପୁତିନ ନିଜ ଦେଶବାସୀଙ୍କ ଠାରୁ ଏହା ଆଶା ରଖିଛନ୍ତି କି, ସେମାନେ ବୁଲିବା ପାଇଁ ଭାରତ ଯାଆନ୍ତୁ ନା କି କୌଣସି ୟୁରୋପୀୟ ଦେଶ।

ଏହି ଦେଶର ଲୋକଙ୍କୁ ରୁଷ ଆସିବାକୁ ମନା:-

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏକ ମହତ୍ତ୍ୱପୂର୍ଣ୍ଣ ଫଇସଲା ନେଇ ସୋମବାର ଦିନ ସେହି ଦେଶ ଗୁଡ଼ିକର ନାଗରିକଙ୍କୁ ଭିଜା ଦେବାପାଇଁ ମନା କରିଦେଇଛନ୍ତି। ଏହି ଦେଶ ଗୁଡ଼ିକ ହେଉଛନ୍ତି ସେହି ସବୁ ଦଶ ଯିଏକି ୟୁକ୍ରେନ ସପକ୍ଷରେ ଥିଲେ।

EU ଉପରେ ରାଗିଲେ ପୁତିନ:-

ୟୁକ୍ରେନ ଉପରେ ରୁଷ ର ଆକ୍ରମଣ କାରଣରୁ କେତେକ ୟୁରୋପୀୟ ଦେଶ ରୁଷ ଉପରେ ବ୍ୟାନ ଲଗାଇ ଦେଇଛନ୍ତି। ଏହି ଦେଶ ରୁଷ ଉପରେ ଆର୍ଥିକ- ବ୍ୟାପାରିକ ବ୍ୟାନ ଲଗାଇ ଥିବାବେଳେ ୟୁକ୍ରେନକୁ ବହୁଳ ମାତ୍ରାରେ ସାହାର୍ଯ୍ୟ କରୁଥିଲେ। ରୁଷ ବର୍ତ୍ତମାନ ଘୋଷଣା କରିଛି କି, ଯେଉଁ ଦେଶର ବ୍ୟବହାର ରୁଷ ସହିତ ବନ୍ଧୁତାପୂର୍ଣ୍ଣ ନୁହେଁ ତାଙ୍କ ଭିଜା ରଦ୍ଧ କରାଯାଉ।

ରୁଷ ନିଜର ଅନଫ୍ରେଣ୍ଡଲି ଦେଶ ଗୁଡ଼ିକର ଲିଷ୍ଟ ବନାଇଛି:-

ବିଗତ ମାସରେ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିବାପରେ ଆମେରିକା ଓ ବ୍ରିଟେନ ସମେତ ଅନେକ ୟୁରୋପୀୟ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାପରେ ରୁଷ ନିଜ ବିରୋଧୀ ରାଷ୍ଟ୍ର ମାନଙ୍କ ଏକ ଲିଷ୍ଟ ଜାରି କରିଛି।

odia sambada
Comments (0)
Add Comment