RR Vs RCB: ଆଇପିଏଲ ମ୍ୟାଚରେ ହେଲା ବୋବାଲ , କ୍ୟାଚ ଧରିଲେ ବିରାଟ କୋହଲି କିନ୍ତୁ ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ ପୁଣି ଡ଼ାକିଲେ,ଜାଣନ୍ତୁ ପୁରା ମାମଲା

ଆଇପିଏଲ 2022 ର 13ତମ ମ୍ୟାଚ ଆରସିବି ଓ ରାଜସ୍ଥାନ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

ପଡ଼ିଆ ଭିତରେ ହେଲା ଏହି ଘଟଣା:-

ମ୍ୟାଚରେ ରାଜସ୍ଥାନ ରୟାଲସ ବ୍ୟାଟିଂ କରିବାକୁ ଓହ୍ଲାଇ ଥିଲା ଓ ଦଳର ଆରମ୍ଭ ବହୁତ ବେକାର ଥିଲା। ଓପନର ଯଶସ୍ଵୀ ଜୟଶ୍ବାଳ ମାତ୍ର 4 ରନ ବନାଇ ଡେଭିଡ଼ ଉଇଲିଙ୍କ ହାତରେ କ୍ଲିନ ବୋଲଡ଼ ହୋଇଥିଲେ। ପାଳିର 10ମ ଓଭରରେ ହର୍ଷଲ ପଟେଲଙ୍କ ବଲରେ ଦେବଦତ ପାଡ଼ିକଲ ଏକ ଶର୍ଟ ମାରିଥିଲେ ଓ ଏହାକୁ ବାଉଣ୍ଡାରୀ ଲାଇନ ପାଖରେ ବିରାଟ ପଛେଇ ପଛେଇ ଯାଇ ଧରିଥିଲେ।

ବ୍ୟାଟ୍ସମ୍ୟାନଙ୍କୁ ପୁଣିଥରେ ପଡ଼ିଆ ଭିତରକୁ ଡାକିଲେ ଅମ୍ପାୟାର:-

ମ୍ୟାଚରେ ସୁପର ଡ୍ରାମା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅମ୍ପାୟାର ଦେବଦତ ପାଡ଼ିକଲଙ୍କୁ ପୁଣିଥରେ ଡ଼ାକିଥିଲେ କାରଣ ଆମ୍ପାୟାରଙ୍କୁ ଲାଗିଥିଲା ବିରାଟ କ୍ୟାଚକୁ ତଳେ ଲଗାଇ ଦେଇଛନ୍ତି ଓ ସେ ନୋ ବଲ ମଧ୍ୟ ଚେକ କରିଥିଲେ। ବିରାଟ ଓ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଆମ୍ପାୟାରଙ୍କ ସହ କଥା ହୋଇଥିଲେ। ଥାର୍ଡ ଅମ୍ପାୟାର ଶେଷରେ କୋହଲିଙ୍କ କ୍ୟାଚକୁ ସଠିକ ଦର୍ଶାଇଥିଲେ ଓ ପାଡ଼ିକଲଙ୍କୁ ଆଉଟ ହେବାକୁ ପଡ଼ିଥିଲା। ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ କୋହଲି ରାଗି ଯାଇଥିଲେ।

ବଟଲର ଖେଳିଲେ ଅଦ୍ଭୁତ ପାଳି:-

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି 169 ରନ ବନାଇଥିଲା। ଦଳ ପକ୍ଷରୁ ଜୋଶ ବଟଲର 47 ବଲରୁ 70 ରନ ବନାଇଥିଲେ। ଯେଉଁଥିରେ 6ଟି ଛକା ସାମିଲ ଥିଲା। ଓପନର ଜୟଶ୍ବାଳ 4 ରନ କରି ଆଉଟ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ବଡ଼ ପାଳି ଖେଳି ପାରିନଥିଲେ, ସେ ମାତ୍ର 8 ବଲରୁ 8 ରନ କରି ଆଉଟ ହୋଇଯାଇଥିଲେ। ଦେବଦତ ପାଡ଼ିକଲ 29 ବଲ ରୁ 37 ରନ ବନାଇଥିଲେ। ଶିମରନ ହେଟମାୟାର 31 ବଲରୁ 42 ରନ ବନାଇଥିଲା। ଶେଷ ଓଭରରେ ଦୁର୍ଧ୍ୱଂସ ବ୍ୟାଟିଂ ସହିତ ଦଳ 169 ରନରେ ପହଞ୍ଚିଲା। ଆରସିବି ପାଇଁ ଡେଭିଡ଼ ଉଇଲି, ୱାନିଣ୍ଡୁ ହାସରଙ୍ଗା ଓ ହର୍ଷଲ ପଟେଲ 1-1 ଉଇକେଟ ପାଇଥିଲେ।

odia sambada
Comments (0)
Add Comment