Zomato – Swiggy ବିରୋଧରେ ଯାଞ୍ଚ ଆଦେଶ,ବମ୍ପର ଡିସ୍କାଉଣ୍ଟ ଖେଳ ପଛର ହେବ ପର୍ଦାଫାଶ !

Zomato ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି CCI ଏହି କମ୍ପାନୀ ବିରୁଦ୍ଧରେ ଯାଞ୍ଚ ପଦକ୍ଷେପ ନେଇଛନ୍ତି। ଫେବ୍ରୁଆରୀ 21 ରେ ଆମର ସହଯୋଗୀ ୱେବସାଇଟ ଜି ବିଜନେସ ଖବର ଦେଇଥିଲେ କି, ନାଶନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆ ଜୋମାଟୋ ବିପକ୍ଷରେ ଅଧିକ କମିଶନ ନେବା ଓ ଗ୍ରାହକଙ୍କ ବ୍ୟକ୍ତିଗତ ଡ଼ିଟେଲସ ଦୁରୂପଯୋଗ କରିବା ହେତୁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ ପାଖରେ ଅଭିଯୋଗ କରିଥିଲେ।

Swiggy ଓ Zomato ବିରୁଦ୍ଧରେ ଯାଞ୍ଚର ଆଦେଶ:-

ଏହାଉପରେ ସଂଜ୍ଞାନ ନେଇ CCI ଫୁଡ଼ ଡିଲିଭରୀ ସହିତ ଜଡ଼ିତ ପ୍ରମୁଖ କମ୍ପାନୀ Swiggy ଓ Zomato ବିପକ୍ଷରେ ଯାଞ୍ଚ ଆଦେଶ ଦେଇଛନ୍ତି। ସିସିଆଇ ଏହି କମ୍ପାନୀର ଅପରେସନସ ଓ ବିଜନେସ ମଡେଲକୁ ନେଇ ଯାଞ୍ଚ ଆଦେଶ ଜାରି କରିଛନ୍ତି। ଆୟୋଗ ଦୁଇଟି କମ୍ପାନୀ ଉପରେ ପ୍ରତିସ୍ପରଧା ଆଇନ ସେକ୍ସନ 3(1) ଓ 3(4) କଥିତ ଉଲ୍ଲଂଘନ କୁ ନେଇ ଯାଞ୍ଚ ଆଦେଶ ଦେଇଛନ୍ତି।

CCI ଆଦେଶରେ କହିଲେ ଏହିକଥା:-

ସିସିଆଇ ଏପ୍ରିଲ 4 ତାରିଖ 2022 ରେ ଆଦେଶକୁ କପି ଜାରି କରି କହିଛି କି, ପ୍ରାଥମିକ ରୂପରେ Zomato ଓ Swiggy ର କିଛି କଣ୍ଡକ୍ଟକୁ ଦେଖି ତାଙ୍କ ଉପରେ ଡ଼ାଇରେକ୍ଟର ଜେନେରାଲ ଯାଞ୍ଚର ଆବଶ୍ୟକତା ଲାଗିଥାଏ। ଯାଞ୍ଚ ଜରିଆରେ ଏହିକଥାର ପତା ଲଗା ଯାଇପାରୁଛି କି, କଣ ଏହି କମ୍ପାନୀ କମ୍ପିଟିସନ ଆକ୍ଟ ସେକ୍ସନ 3(1) ଓ 3(4) କୁ ଉଲ୍ଲଂଘନ କରୁଛି କି। ଆୟୋଗ ଡିଜି ଙ୍କୁ ଆଦେଶ ଦେଇଛନ୍ତି କି, କମ୍ପିଟିସନ ଆକ୍ଟ ସେକ୍ସନ 26(1) ସନ୍ଦର୍ଭରେ ଏହାର ବିସ୍ତୃତ ଯାଞ୍ଚ କରୁ। ଏତିକି ହିଁ ନୁହେଁ, ଆୟୋଗ DG କୁ ଏହି ଅର୍ଡର ପ୍ରାପ୍ତ ହେବାର 60 ଦିନ ଭିତରେ ଯାଞ୍ଚ ରିପୋର୍ଟ ଦେବାପାଇଁ ମଧ୍ୟ କହିଛନ୍ତି।

ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା:-

ନାଶନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆ NRAI ଅଭିଯୋଗ ଆଧାରରେ ଏହି ଦୁଇଟି କମ୍ପାନୀ ବିପକ୍ଷରେ ଯାଞ୍ଚ ଆଦେଶ ଜାରି କରାଯାଇଛି। NRAI ଏହାଉପରେ ଆରୋପ ଲଗାଇ ଏହା କହିଛନ୍ତି କି, ଭାରତର ଫୁଡ଼ ଡିଲିଭରୀ ଇଣ୍ଡଷ୍ଟ୍ରି ଅତ୍ୟଧିକ ଡିସ୍କାଉଣ୍ଟ, ଏକ୍ସକ୍ଲୁସିଭ ଟାଇ ଅପ ଓ କିଛି ରେଷ୍ଟୁରାଣ୍ଟ ପାର୍ଟନରଙ୍କ ସହିତ ସନ୍ଧି କରି ଭାରତର ପ୍ରତିସ୍ପର୍ଧା ଆଇନର ଉଲ୍ଲଙ୍ଘନ କରିଛନ୍ତି। ଏଥିରେ ରେଷ୍ଟୁରାଣ୍ଟର ବିଜନେସ ମଧ୍ୟ କମ ହେଉଛି ଓ ମାର୍କେଟକୁ ନୂଆ ବିଜନେସ ଆସିବାର ମୌକା କମି ଯାଉଛି।

ଏହାପରେ CCI ଏହାଉପରେ ତତ୍କାଳ ସଂଜ୍ଞାନ ନେଇ କହିଛନ୍ତି କି, NRAI ଦ୍ୱାରା କୁହାଯାଇଥିବା କିଛି କଥାର ଯାଞ୍ଚ ହେବା ଆବଶ୍ୟକ। ଏହି ଦୁଇଟି କମ୍ପାନୀ ଉପରେ ରେଷ୍ଟୁରାଣ୍ଟ ବଡ଼ି ବିଳମ୍ବିତ ପେମେଣ୍ଟ ସାଇକେଲ, ଏଗ୍ରିମେଣ୍ଟରେ ଲଗାଇଥିବା ଏକତରଫା କ୍ଲଜ ଓ ବହୁତ କମିଶନ ଚାର୍ଜ କରିବା ଭଳି କେତେକ ଆରୋପ ଲଗାଯାଉଛି।

odia sambada
Comments (0)
Add Comment