OPSC ତରଫରୁ ନିଯୁକ୍ତି ପ୍ରକ୍ରିୟା ଜାରି,ସରକାରୀ ଚାକିରୀ ପାଇଁ ଆଶା ଥିଲେ,ଜଲଦି ଆବେଦନ କରନ୍ତୁ

ଆପଣ ଯଦି ସରକାରୀ ଚାକିରୀ କରିବା ପାଇଁ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି ଆଉ ଏକ ଭଲ ସୁଯୋଗକୁ ଅପେକ୍ଷା କରିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଭଲ ଅଫର ଆସିଛି। ଓଡିଶା ଲୋକ ସେବା ଆୟୋଗ ବା ଓପିଏସସି ରାଜ୍ୟ ମତ୍ସ୍ୟ ଓ ଏଆରଡ଼ି ବିଭାଗ ଅନ୍ତର୍ଗତ ସହାୟକ ମତ୍ସ୍ୟ ଅଧିକାରୀ ନିମନ୍ତେ ୧୫୦ରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି କରିଛନ୍ତି। ଯେଉଁମାନେ ଏହାକୁ ନେଇ ଇତ୍ସୁକ ଅଛନ୍ତି ସେମାନେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟ opsc.gov.inକୁ ଯାଇ ଏହି ସବିଶେଷ ତଥ୍ୟକୁ ଡାଉନଲୋଡ଼ କରିପାରିବେ।

ଓଡିଶା ମତ୍ସ୍ୟ ଓ ଏଆରଡ଼ି ବିଭାଗ ଅନ୍ତର୍ଗତ ଜାରି କରାଯାଇଥିବା ଭର୍ତ୍ତି ପାଇଁ ଆବେଦନର ପ୍ରକ୍ରିୟା ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବ। ସେହିପରି ଆବେଦନର ଶେଷ ତାରିଖ ମେ ୪। ଆଶାୟୀ ପ୍ରାର୍ଥୀମାନେ ଏହି ତାରିଖ ମଧ୍ୟରେ ନିଜର ଆବେଦନ କରିପାରିବେ। ଶେଷ ସମୟରେ କୌଣସି ପ୍ରକାର ଟେକ୍ନିକାଲ ସମସ୍ୟାରୁ ରକ୍ଷାପାଇବା ପାଇଁ ତୁରନ୍ତ ଆବେଦନ କରିବା ଜରୁରୀ ଅଟେ। ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିଫିକେସନ ଜରିଆରେ ଆପଣ ପ୍ରାୟ ୧୭୭ଟି ପଦବୀ ପାଇଁ ଆବେଦନରେ ଭର୍ତ୍ତି କରାଯିବ।

ଆଶାୟୀ ପ୍ରାର୍ଥୀମାନଙ୍କ ପାଖରେ କୌଣସି ପ୍ରକାର ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଅଫ ଫିସରିଜ ଅଫ ଫୀସରି ସାଇନ୍ସର ଡିଗ୍ରୀ ଥିବା ନିହାତି ଆବଶ୍ୟକ। ଯେତେବେଳେକି ଆବେଦନ ପାଇଁ ଆୟୁ ସୀମା ୨୦୧୨ ମସିହା ଜାନୁଆରୀ ପହିଲା ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୩୮ ବର୍ଷରୁ କମ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗମାନଙ୍କ ନିମନ୍ତେ ଅଧିକ ୫ ବର୍ଷ ଆୟୁସୀମା ରହିଛି। ଆବେଦନର ପତ୍ର ଜମା କରିବାର ଶେଷ ତାରିଖ ମେ ୧୧ ତାରିଖ ରଖାଯାଇଛି ।

ଆବେଦନ କରିବେ କେମିତି:-

– ସର୍ବ ପ୍ରଥମେ ଓଡିଶା ପିଏସସିର ଅଫିସିଆଲ ୱେବସାଇଟ opsc.gov.in କୁ ଯାନ୍ତୁ।

– ହୋମ ପେଜରେ ଦେଖାଯାଉଥିବା ଭର୍ତ୍ତି ପାଇଁ ଜାରି ହୋଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।

– ଏବେ ଆପଣଙ୍କୁ ଏକ ନୂଆ ପେଜ ଦେଖାଦେବ।

– ଏବେ ଏଠାରେ ଦିଆଯାଇଥିବା ସୂଚନା ଦେଇ ଆପଣ ପଞ୍ଜିକରଣ କରନ୍ତୁ।

– ଏବେ ନିଜର ଆଇଡି, ପାସ୍ୱାର୍ଡ ଦେଇ ଆପଣ ଲଗିଂନ କରନ୍ତୁ।

– ଏବେ ଦିଆଯାଇଥିବା ସୂଚନା ଗୁଡିକୁ ଭର୍ତ୍ତି କରି ଆବେଦନ ପ୍ରକ୍ରିୟା ପୁରା କରନ୍ତୁ।

– ପରୀକ୍ଷା ଫିସ ଦେଇ ସର୍ବମିଟ ବଟନ ଉପରେ କ୍ଲିକ କରନ୍ତୁ ।

– ଆବେଦନ ପତ୍ରକୁ ଡାଉନଲୋଡ଼ କରି ପ୍ରିଣ୍ଟ ବାହାର କରି ନିଅନ୍ତୁ।

odia sambada
Comments (0)
Add Comment