ବୁଲେଟ୍‌ କିଣି ଖୁସିରେ ସଜାଇଲେ, ପୂଜା କରାଇବା ପାଇଁ ମନ୍ଦିର ନେଲେ…ହେଲେ ହଠାତ୍‌ ବୋମା ପରି ଢୋ କରି ଫାଟିଲା ନୂଆ Royal Enfield! ଦେଖନ୍ତୁ ଲାଇଭ ଭିଡ଼ିଓ !

ବର୍ତ୍ତମାନ କିଛିଦିନ ତଳେ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ, ତାହା ଆପଣଙ୍କୁ ନିଶ୍ଚିତ ଡରାଇ ଦେବ। ରାସ୍ତାରେ ଯେତିକି ଇ-ସ୍କୁଟର ଦେଖାଯାଏ ନାହିଁ, ସେତିକି ବଡ଼ ସଂଖ୍ୟାରେ ରୟାଲ ଏନ୍‌ଫିଲ୍ଡ ଦେଖିବାକୁ ମିଳିଥାଏ। ହେଲେ ଆପଣ ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ, ଏଥର କୌଣସିପ୍ରକାର ଶସ୍ତା ଗାଡ଼ି ନୁହେଁ, ବରଂ ଏହି ଦାମୀ ବୁଲେଟରେ ନିଆଁ ଲାଗିଛି। ଏହି ଘଟଣାଟି କର୍ଣ୍ଣାଟକର ମୈସୁର ଅଞ୍ଚଳରେ ଘଟିଛି।

ଖବର ଅନୁସାରେ, ଏଠାରେ ଜଣେ ବ୍ୟକ୍ତି ନିଜର ନୂଆ ବୁଲେଟକୁ ନେଇ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ବୁଲେଟକୁ ସେ ମନ୍ଦିର ବାହାରେ ରଖି ପୂଜା କରୁଥିଲେ। ଆଉ ଏହାର ମାତ୍ର କିଛି ସେକେଣ୍ଡ ପରେ ବୁଲେଟରେ ନିଆଁ ଲାଗି ଯାଇଥିଲା। କେବଳ ନିଆଁ ଲାଗି ନ ଥିଲା, ବରଂ ଏହା ବମ ପରି ରାସ୍ତା ଉପରେ ଢୋ କରି ଫାଟି ମଧ୍ୟ ଯାଇଥିଲା।

ମୈସୁର ଅଞ୍ଚଳର ରବିଚନ୍ଦ୍ର ନାମକ ବ୍ୟକ୍ତି ନିଜର ନୂଆ ବୁଲେଟକୁ ପୂଜା କରିବା ପାଇଁ ଅନନ୍ତପୁରର ପ୍ରସିଦ୍ଧ କାସାପୁରମ୍‌ ଆଞ୍ଜନେୟ ସ୍ୱାମୀ ମନ୍ଦିରକୁ ନେଇ ଯାଇଥିଲେ। ସେଠାରେ ସେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ପୂଜା ପାଇଁ ପ୍ରସ୍ତୁତି କରୁଥିଲେ ଠିକ ସେହି ସମୟରେ ଏହି ଘଟଣା ଘଟିଥିଲା। ଯେତେବେଳେ ତାଙ୍କର ବୁଲେଟଟି ଫାଟିଥିଲା, ନିଆଁ ହୁଳା ବେଲୁନ ପରି ବହୁ ଉପରକୁ ଉଠି ଯାଇଥିଲା। ଯାହା ଫଳରେ ପାର୍କିଂରେ ଥିବା ଅନ୍ୟ ବାଇକ୍‌ଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଏହି ଦୃଶ୍ୟକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ଏଣେତେଣେ ଧାଁ ଦୌଡ଼ କରିବାକୁ ଲାଗିଥିଲେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

odia sambada
Comments (0)
Add Comment