ରିଜର୍ଭେସନ ପରେ ମଧ୍ୟ ଯାତ୍ରୀଙ୍କୁ ମିଳିଲା ନାହିଁ ସିଟ, ବର୍ତ୍ତମାନ 1 ଲକ୍ଷ ଟଙ୍କାର ଜୋରିମାନା ଦେବ ରେଲୱେ, ଜାଣନ୍ତୁ ପୁରା ମାମଲା

ଯେତେବେଳେ କୌଣସି ଦୂର ସ୍ଥାନକୁ ଆମେ ଟ୍ରେନରେ ଯାତ୍ରା କରିଥାଉ, ସେତେବେଳେ ଆରାମରେ ଯାତ୍ରା କରିବାପାଇଁ ଆଡଭାନ୍ସରେ ରିଜର୍ଭେସନ କରାଇ ନେଇଥାନ୍ତି । କିନ୍ତୁ ଭାବନ୍ତୁ ଯଦି ଆପଣ ଆଡଭାନ୍ସରେ ରିଜର୍ଭେସନ କରାଇ ମଧ୍ୟ ଆପଣଙ୍କୁ ସିଟ ନ ମିଳେ, ତେବେ ଏପରି ପରିସ୍ଥିତିରେ ଆପଣଙ୍କର କେତେ ଅସୁବିଧା ହେବ । ଏପରି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କର ପୁରା ଯାତ୍ରା ଠିଆ ହୋଇ କରିବାକୁ ମଧ୍ୟ ପଡିପାରେ । ଏପରି କିଛି ବିହାରର ବୃଦ୍ଧ ଯାତ୍ରୀ ଇନ୍ଦ୍ର ନାଥ ଝାଙ୍କ ସହିତ ହୋଇଥିଲା ।

ବାସ୍ତବରେ ଏହି ମାମଲା 14 ବର୍ଷ ପୁରୁଣା ଅଟେ ଏବଂ ଏହି ମାମଲାରେ ବିହାରର ବୃଦ୍ଧ ଯାତ୍ରୀ ଇନ୍ଦ୍ର ନାଥ ଝା ପୂର୍ବରୁ ହିଁ ରିଜର୍ଭେସନ କରାଇଥିଲେ । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ତାଙ୍କୁ ଟ୍ରେନରେ ସିଟ ଦିଆଯାଇନଥିଲା ଏବଂ ଯେଉଁ କାରଣରୁ ସେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଲେ । ତାଙ୍କୁ ବିହାରର ଦରଭଙ୍ଗାରୁ ଦିଲ୍ଲୀର ଯାତ୍ରା ଠିଆ ହୋଇ କରିବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଉପଭୋକ୍ତା ଆୟୋଗ ରେଲୱେକୁ କ୍ଷତିପୂରଣ ଭାବେ ବୃଦ୍ଧ ଯାତ୍ରୀଙ୍କୁ 1 ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛି ।

ଆପଣଙ୍କୁ କହିରଖୁଛୁ ଯେ ବୃଦ୍ଧ ଯାତ୍ରୀ ଇନ୍ଦ୍ର ନାଥ ଝା ଫେବୃଆରୀ ମାସ 2008 ମସିହାରେ ଦରଭଙ୍ଗାରୁ ଦିଲ୍ଲୀର ଯାତ୍ରା ପାଇଁ ଟିକେଟ ବୁକ୍ କରାଇଥିଲେ, କିନ୍ତୁ ରିଜର୍ଭେସନ କରାଇବା ସତ୍ତ୍ବେ ମଧ୍ୟ ତାଙ୍କୁ ସିଟ ଦିଆଗଲା ନାହିଁ, ଯେଉଁ କାରଣରୁ ବୃଦ୍ଧ ଯାତ୍ରୀଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେ ଏହି ବିଷୟରେ ଅଭିଯୋଗ କଲେ ।

ଦିଲ୍ଲୀର ସାଉଥ୍ ଡିଷ୍ଟ୍ରିକ୍ଟ କଞ୍ଜ୍ୟୁମର ଡିସ୍ପ୍ୟୁଟ୍ସ ରେଡ୍ରେସଲ କମିଶନ ବୃଦ୍ଧ ଯାତ୍ରୀଙ୍କ ଅଭିଯୋଗ ଉପରେ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଏହି କ୍ଷତିପୂରଣ ବା ଜୋରିମାନା ଦେବାକୁ ଆଦେଶ ଦେଇଛି ।

ଆୟୋଗ କହିଛି ଯେ ଲୋକମାନେ ଆରାମଦାୟକ ଯାତ୍ରା କରିବାପାଇଁ ଆଡଭାନ୍ସରେ ରିଜର୍ଭେସନ କରାନ୍ତି, କିନ୍ତୁ ଅଭିଯୋଗକାରୀଙ୍କୁ ଏହି ଯାତ୍ରାରେ ବହୁତ୍ ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ରେଳୱେ ସେହି ବୃଦ୍ଧ ଯାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଭାବେ ଦେବ ।

odia sambada
Comments (0)
Add Comment