ବାପା ଅଚାନକ ରୋଗରେ ପଡିବାରୁ ଝିଅ ପାଲଟିଲା ସୁରକ୍ଷା କବଚ, ଆଜି କେବଳ ପରିବାରର ନୁଁହ ବରଂ ସାରା ଅଞ୍ଚଳର ଗର୍ବ ଅଟନ୍ତି ଅମରଜିତ କୌର

ସମୟ ଖରାପ ପଡ଼ିଲେ ଯଦି ସାହାସ ହରାଇବେ ନାହିଁ, ତେବେ ଖରାପ ସମୟକୁ ମଧ୍ୟ ଭଲ ସମୟରେ ବଦଳାଇପାରିବେ । ଅମ୍ବାଲାର ଅମରଜିତ କୌର ମଧ୍ୟ ନିଜର ଇଚ୍ଛାଶକ୍ତି ଏବଂ ସାହାସ ଦ୍ଵାରା ସେହି କାମ କରି ଦେଖାଇଲେ, ଯାହାକୁ ମହିଳାଙ୍କ ଠାରୁ ବହୁତ୍ କମ ଆଶା କରାଯାଇଥାଏ । ନିଜର ସଫଳତା ବଳରେ ଆଜି ସେ କେବଳ ଅମ୍ବାଲା ନୁହେଁ ବରଂ ପଞ୍ଜାବ, କୁରୁକ୍ଷେତ୍ର, ଚଣ୍ଡୀଗଡ଼ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ବାପା ରୋଗରେ ପଡ଼ିବାରୁ ସୁରକ୍ଷା କବଚ ପାଲଟିଗଲେ :-

ନାରିଶକ୍ତିର ଅନନ୍ୟ ଉଦାହରଣ ଅଧୋଇ ଗାଁର 33 ବର୍ଷୀୟ ଅମରଜିତ କୌର 2007 ମସିହାରେ ସେହି ସମୟରେ ପରିବାରର ସୁରକ୍ଷା କବଚ ପାଲଟି ଗଲେ, ଯେତେବେଳେ ତାଙ୍କ ବାପା ସରଦାର ବକ୍ସିସ ସିଂହ ଅଚାନକ ରୋଗରେ ପଡିଗଲେ । ବଡ ଭାଇ ପଢୁଥିଲେ ଏବଂ ଦୁଇଜଣ ଭଉଣୀଙ୍କର ବିବାହ ହେବାର ଥିଲା । ତେଣୁ ନିଜର ପାଠପଢ଼ା ମଝିରେ ଛାଡି ଅମରଜିତ୍ କୌର କୃଷକ ବାପାଙ୍କ ବ୍ୟବସାୟ ଅର୍ଥାତ୍ ଚାଷ କରିବାକୁ ସ୍ଥିର କଲେ ।

ବଡଭାଇକୁ ପଢ଼ାଇବା ସହିତ ଅମରଜିତ୍ ନିଜେ ମଧ୍ୟ ନିଜର ପାଠପଢ଼ା ପୁରା କଲେ ଏବଂ ପଞ୍ଜାବିରେ ମାଷ୍ଟର ଡିଗ୍ରୀ ହାସଲ କରି ଏଗରିକଲଚର ଡିପ୍ଲୋମା ଗୋବିନ୍ଦଗଢ଼ ପଞ୍ଜାବରୁ କଲେ । ଅମରଜିତ ଏସବୁ ସହିତ କଢାଇ ମଧ୍ୟ କରନ୍ତି । ନିଜର ଏହି ପ୍ରତିଭା ବଳରେ ସେ ନିଜ ଭାଇ ସହିତ ମିଶି ଶାହପୂର୍ ପାଖରେ ନେସନାଲ ହାଇୱେରେ ଗୋଟିଏ ହୋଟେଲ ମଧ୍ୟ ଚଲାଉଛନ୍ତି ।

ପ୍ରେରଣାସ୍ରୋତ ପାଲଟି ଯାଇଛନ୍ତି ଅମରଜିତ :-

ଅମରଜିତ କୌର ଟ୍ରାକ୍ଟର ଚଳାଇବା ବ୍ୟତୀତ ବୁଲେଟ, କାର ଏବଂ ସବୁ ପ୍ରକାରର ଗାଡ଼ି ଚଳାନ୍ତି । ତେଣୁ ଗାଁରେ ଅନେକ ପରିବାର ତାଙ୍କୁ ଦେଖି ନିଜ ଝିଅମାନଙ୍କୁ ମଧ୍ୟ ଏହିପରି ସଶକ୍ତ କରିବାକୁ ସ୍ଥିର କରୁଛନ୍ତି । କିଛି ପରିବାର ତ ନିଜ ବୋହୁକୁ ମଧ୍ୟ ଅମରଜିତ କୌରଙ୍କ ଉଦାହରଣ ଦେଲେ ଏବଂ ଏମିତି ହେବାପାଇଁ ପ୍ରେରିତ କରିଛନ୍ତି ।

କେବଳ ଗାଁରେ ନୁହେଁ ବରଂ ଅମ୍ବାଲା, କୁରୁକ୍ଷେତ୍ର, ପଞ୍ଜାବ, ଚଣ୍ଡିଗଡ ଏବଂ ଦିଲ୍ଲୀ ପର୍ଯ୍ୟନ୍ତର ଲୋକ ଅମରଜିତ୍ ଙ୍କ ଫଟୋ ନିଜ ଝିଅ ଏବଂ ବୋହୂକୁ ଦେଖି ସେମାନଙ୍କୁ ପ୍ରେରିତ କରିବାର କାମ କରନ୍ତି ।

ଅମରଜିତଙ୍କ ସାହାସ ଏବଂ ଇଚ୍ଛାଶକ୍ତିକୁ ସଲାମ :-

ଅମରଜିତ କୌର ମୀଡ଼ିଆକୁ କହିଛନ୍ତି ଯେ ଡିସେମ୍ବର 2007 ମସିହାରେ ବାପା ଡିପ୍ରେଶନକୁ ଚାଲିଗଲେ । ପରିବାର ବାପାଙ୍କ ଚିକିତ୍ସା ଏବଂ ଆର୍ଥିକ ପରିସ୍ଥିତିରେ ଅବସ୍ଥା ବହୁତ୍ ଖରାପ ହେଇଗଲା । ପରିବାର ଚାଷରୁ ବଞ୍ଚିତ ହେଉଥିଲେ, ତା ମଧ୍ୟ ବନ୍ଦ୍ ହେଇଗଲା । ଘରର ବିଗିଡିଥିବା ପରିସ୍ଥିତି ଏବଂ ବଡ ଭାଇଙ୍କ ପାଠପଢ଼ା ବନ୍ଦ୍ ହେବା ଡରରେ ଅମରଜିତ୍ ମୋର୍ଚ୍ଚା ସମ୍ଭାଲିଲେ । 18 ବର୍ଷୀୟ ବୟସରେ ଟ୍ରାକ୍ଟର ଚଳାଇବା, ଚାଷ କରିବା ଶିଖି ପରିବାରକୁ ସମସ୍ୟା ଠାରୁ ବାହାର କରିବାକୁ ସ୍ଥିର କଲେ ।

ଆରମ୍ଭରେ ତାଙ୍କର ଚାଷ ପ୍ରତି କିଛି ବି ସୂଚନା ନଥିଲା । ଆଖପାଖର ଲୋକଙ୍କ ସାହାଯ୍ୟ ନେଇ କିଛି କିଛି କରି ଆଜି ସେ ଏତେ ଶିଖି ଯାଇଛନ୍ତି ଯେ ବର୍ତ୍ତମାନ ଗାଁର ଲୋକମାନେ ତାଙ୍କଠାରୁ ପଚାରି ଚାଷ କରନ୍ତି । ବର୍ତ୍ତମାନ ପ୍ରାୟ 10 ଏକର ଜମିର ସବୁ କାମ ନିଜେ କରନ୍ତି । ସେ ସବୁ ପ୍ରକାରର ଚାଷ କରୁଛନ୍ତି । ସେ ପାଠ ପଢିଥିବା ସହିତ ବହୁତ୍ ବୋଲ୍ଡ ମଧ୍ୟ ଅଟନ୍ତି । ସେ ସବୁ ପରିସ୍ଥିତିକୁ ହ୍ୟାଣ୍ଡେଲ କରିପାରନ୍ତି ।

odia sambada
Comments (0)
Add Comment