155 ଟଙ୍କାର EMI ସହିତ ବିନା ବିଜୁଳିରେ 15 ଘଣ୍ଟା ଚାଲିବ ଏହି ଫ୍ୟାନ, ଗରମ ଦିନରେ ବହୁତ ଆରାମ ଦେବ ଏହି ଫ୍ୟାନ

ଗରମ ଏବେ ଧିରେ ଧିରେ ଗତି ବଢ଼ାଇବାରେ ଲାଗିଛି ଓ ଏହାସହ ପାୱାର କଟ ସମସ୍ୟା ସବୁଠାରୁ ଅଧିକ ଚିନ୍ତା ବଢ଼ାଉଛି। ଏହାସହ ଘରେ ଲାଗିଥିବା ପଙ୍ଖା ମଧ୍ୟ ଆପଣଙ୍କ ସାଥ ଏହି ସମୟରେ ଛାଡ଼ି ଦେଇଥାଏ। ଭାରତରେ ଏବେବି କୋଟି କୋଟି ଘର ରହିଛି ଯେଉଁଠାରେ ଇଂଭର୍ଟର ଲାଗିନାହିଁ। ଯଦି ଖରାଦିନେ ଆପଣ ଏମିତି ଏକ ଫ୍ୟାନ କିଣିବାକୁ ଚାହୁଁଛନ୍ତି ଯେଉଁ ଫ୍ୟାନ ବିନା ବିଜୁଳିରେ ଚାଲିବ ତ ଆସନ୍ତୁ ଜାଣିବା ସେହି ଫ୍ୟାନ ବିଷୟରେ।

FIPPY MR-2912 ରିଚାର୍ଜେବଲ ବ୍ୟାଟେରୀ ଟେବୁଲ ଫ୍ୟାନ:-

ଏହା ଏକ କମ୍ପାକ୍ଟ ସାଇଜ ବାଲା 3 ବ୍ଲେଡ଼ ଟେବୁଲ ଫ୍ୟାନ ଅଟେ। ଏହା ଧଳା କଲରରେ ମଧ୍ୟ ମିଳିଥାଏ। ଏହାକୁ ଆପଣ ୱାଲ କିମ୍ବା ଟେବୁଲ ଫ୍ୟାନ ରୂପରେ ବ୍ୟବହାର କରିପାରିବେ। ଏହାକୁ ଆପଣ କିଚେନ, ବେଡ଼ରୁମ, ଡାଇନିଂ ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ। କେନେକଟିଭିଟି ପାଇଁ ଏଥିରେ USB ଓ AC DC ମୋଡ୍ସ ମଧ୍ୟ ମିଳିଥାଏ। କମ୍ପାନୀ ଏହା ଉପରେ ଏକବର୍ଷର ୱାରେଣ୍ଟି ମଧ୍ୟ ଦେଉଛି। ଆମାଜନରେ ଏହାର ଦାମ 3,299 ଟଙ୍କା ରହିଛି ଓ ଆପଣ ଏହାକୁ 155 ଟଙ୍କାର EMI ରେ କିଣିପାରିବେ।

BAJAJ PYGMY MINI 110 MM 10 W ହାଇସ୍ପିଡ଼ ଫ୍ୟାନ:-

କମ ଦାମରେ ଆପଣ ବଜାଜର ଏହି ଫ୍ୟାନ କିଣିପାରିବେ। ଏହା ବହୁତ ଭଲ ଡିଜାଇନରେ ଆସିଥାଏ। ଏଥିରେ LI-ion ବ୍ୟାଟେରୀ ଲାଗିଛି ଯାହାକି ଫୁଲ ଚାର୍ଜ ସହିତ 4 ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ USB ଚାର୍ଜିଂ ଓ ମଲ୍ଟି କ୍ଲିପ function ମୋଡ଼ ମିଳିଥାଏ। ଏହା ବହୁତ କମ୍ପାକ୍ଟ ସାଇଜରେ ଆସିଥାଏ ଓ ଆପଣ ଏହାକୁ ନିଜ ସହ କେଉଁଠିକୁ ମଧ୍ୟ ନେଇପାରିବେ। ଆମାଜନରେ ଏହାର ଦାମ 849 ଟଙ୍କାରୁ ଆରମ୍ଭ ହୋଇଥାଏ। ଏଥିରେ EMI ର ଅଫର ବର୍ତ୍ତମାନ ମହଜୁଦ ନାହିଁ।

ଏହାବ୍ୟତୀତ ଆପଣ SMARTDEVIL ବ୍ରାଣ୍ଡର ରିଚାର୍ଜେବଲ ବ୍ୟାଟେରୀ ବାଲା ଫ୍ୟାନ ଦେଖିପାରିବେ। ଏହା 4 ସ୍ପିଡ଼ ଲେଭେଲ ସହିତ ଆସିଥାଏ। ଏହି ପୋର୍ଟେବଲ ପର୍ସନାଲ ଡେସ୍କଟପ ଟେବୁଲ ଫ୍ୟାନ ବିନା ଶବ୍ଦରେ ଥଣ୍ଡା ପବନ ଦେଇଥାଏ। ଏହା ଆଡ଼ଜଷ୍ଟେବଲ ଅଟେ ଓ ଏହାକୁ ଆପଣ ନିଜ ଅଫିସ ଓ ଘରେ ରଖିପାରିବେ। ଆମାଜନରେ ଏହାର ଦାମ 1,999 ଟଙ୍କା ଅଟେ। ଏଥିରେ 3000mah ର ରିଚାର୍ଜେବଲ ବ୍ୟାଟେରୀ ଲାଗିଛି। ଏହା ଫୁଲ ଚାର୍ଜ ହେବାପରେ 15 ଘଣ୍ଟା ଚାଲିଥାଏ।

odia sambada
Comments (0)
Add Comment