ରିଅଲ ଲାଇଫରେ ପରସ୍ପରର ବଡ ଶତ୍ରୁ ଅଟନ୍ତି ରାମଚରଣ- ଏନଟିଆରଙ୍କ ପରିବାର, 35 ବର୍ଷର ଶତ୍ରୁତା ! ଜାଣନ୍ତୁ ପୁରା ମାମଲା !

ବାହୁବଳୀ ଫେମ ଡାଇରେକ୍ଟର ଏସଏସ ରାଜାମୌଲୀ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ‘ ଆରଆରଆର ‘ ଆଜିକାଲି ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମରେ ସାଉଥ୍ ଇଣ୍ଡଷ୍ଟ୍ରିର ଦୁଇଜଣ ବଡ ସୁପରଷ୍ଟାର ରାମଚରଣ ଏବଂ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଦୁହିଁଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି ଏବଂ ଫିଲ୍ମ ରୋଜଗାର ମାମଲାରେ ମଧ୍ୟ ବଡ ରେକର୍ଡ ସୃଷ୍ଟି କରୁଛି । ରାଜାମୌଲୀଙ୍କ ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା 700 କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି ।

ଫିଲ୍ମରେ ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯାଇଛନ୍ତି । ତେବେ ରାମଚରଣ ଏବଂ ଜୁନିୟର ଏନଟିଆରଙ୍କ ଯୋଡି ବହୁତ୍ ପସନ୍ଦ କରାଯାଉଛି ।

ଯେପରିକି ଫିଲ୍ମ କାହାଣୀ ଅନୁଯାୟୀ ଫିଲ୍ମରେ ଦୁହିଁଙ୍କ ବନ୍ଧୁତା ଶତ୍ରୁତାରେ ବଦଳିଯାଏ । ଏହାପରେ ଯେତେବେଳେ ଦୁହିଁଙ୍କୁ ପରସ୍ପରର ସତ ଜଣାପଡେ, ସେତେବେଳେ ପୁଣିଥରେ ଏ ଦୁହେଁ ସାଙ୍ଗ ହୋଇଯାନ୍ତି । ଏହା ତ କେବଳ ଫିଲ୍ମ କାହାଣୀ ବିଷୟରେ କୁହାଗଲା, କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ ପ୍ରକୃତ ଜୀବନରେ ଏହି ଦୁଇ ସୁପରଷ୍ଟାରଙ୍କ ପରିବାର ମଧ୍ୟରେ ଶତ୍ରୁତାର ମାମଲା ରହିଛି । ଆଜ୍ଞା ହଁ, ଦୁହିଁଙ୍କ ପରିବାରରେ ପ୍ରାୟ 30 ରୁ 35 ବର୍ଷ ପୁରୁଣା ଶତ୍ରୁତା ରହିଛି ।

ଜୁନିୟର ଏନଟିଆର ନିଜେ କହିଲେ ସତ :-

ଫିଲ୍ମ “ଆରଆରଆର” ର ପ୍ରୋମୋସନ ସମୟରେ ନିଜେ ଅଭିନେତା ଜୁନିୟର ଏନଟିଆର ଏହି କଥା ଉପରୁ ପରଦା ଉଠାଇଛନ୍ତି ଯେ ରାମଚରଣ ଏବଂ ତାଙ୍କ ପରିବାର ମଧ୍ୟରେ ପ୍ରାୟ 35 ବର୍ଷର ପୁରୁଣା ଶତ୍ରୁତା ରହିଛି । ଏ ବିଷୟରେ କଥାବାର୍ତ୍ତା ହୋଇ ଜୁନିୟର ଏନଟିଆର କହିଲେ ଯେ, ” ଦୁଇଜଣ ଆକ୍ଟର, ଯେଉଁମାନେ ଅଲଗା ଅଲଗା ବ୍ୟାକ ଗ୍ରାଉଣ୍ଡରୁ ଆସନ୍ତି, ମୁଁ ଜାଣିନାହିଁ ଯେ ଏକଥା ମୁଁ କହିବା ଉଚିତ୍ କି ନାହିଁ । କିନ୍ତୁ ଆମ ଦୁହିଙ୍କ ପରିବାରରେ ପ୍ରାୟ 30-35 ବର୍ଷର ପୁରୁଣା ଶତ୍ରୁତା ରହିଛି ଏବଂ ଆଜି ଆମେ ଦୁହେଁ ଏକାଠି ଏହି ଫିଲ୍ମ କରିଛୁ । ‘ RRR ‘ ପରେ ପୁରା ସିନେଇରିୟୋ ବଦଳି ଯାଇଛି । ବର୍ତ୍ତମାନ ମୁଁ ଏବଂ ରାମ ଚରଣ ବହୁତ୍ ଭଲ ସାଙ୍ଗ ।”

ରାମ ଚରଣଙ୍କୁ ନିଜ ଭାଇ ମାନନ୍ତି ଏନଟିଆର :-

କୁହାଯାଉଛି ଯେ ଜୁନିୟର ଏନଟିଆର ରାମ ଚରଣଙ୍କୁ ନିଜର ଭାଇ ମାନନ୍ତି ଏବଂ ସେ ଗତ କିଛି ଦିନ ପୂର୍ବରୁ ହିଁ ରାମ ଚରଣଙ୍କ ସହିତ ନିଜର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ ଯେ, ” ଚରଣ ମୋ ଭାଇ, ମୁଁ ‘ RRR ‘ ରେ ତୁମ ବିନା ଆକ୍ଟିଙ୍ଗ କରିବାକୁ ଭାବି ମଧ୍ୟ ପାରିନଥାନ୍ତି । କେହି ବି ଅଲ୍ଲୁରି ସୀତା ରାମ ରାଜୁଙ୍କ କ୍ୟାରେକ୍ଟର ସହିତ ନ୍ୟାୟ କରିପାରିବେ ନାହିଁ । କେବଳ ‘RRR ‘ ନୁହେଁ, ଭୀମ ମଧ୍ୟ ତୁମ ବିନା ଅଧୁରା ରହିବ… ଧନ୍ୟବାଦ ।”

odia sambada
Comments (0)
Add Comment