MI Vs RR: ଲଗାତାର ଦ୍ଵିତୀୟ ପରାଜୟ ପରେ ଗର୍ଜିଲେ ରୋହିତ ଶର୍ମା,କହିଲେ ୟା ପାଇଁ ହାରିଲା ଦଳ !

ଆଇପିଏଲ 2022 ର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ରାଜସ୍ଥାନ ରୟାଲସ ବିପକ୍ଷରେ 23 ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭରରେ ନିର୍ଦ୍ଧାରିତ 8 ଉଇକେଟ ହରାଇ 193 ରନ କରିଥିଲା ଏହାର ଜବାବରେ ମୁମ୍ବାଇ 8 ଉଇକେଟ ହରାଇ 170 ରନ ହିଁ କରି ପାରିଥିଲା। ଲଗାତାର ଦ୍ଵିତୀୟ ପରାଜୟ ପରେ ଦଳର ଅଧିନାୟକ ରୋହିତ ଶର୍ମା ବିଚଳିତ ହୋଇଯାଇଛନ୍ତି।

ହାରିବାପରେ ବିଚଳିତ ହେଲେ ରୋହିତ ଶର୍ମା:-

ମୁମ୍ବାଇ ଇଣ୍ଡିଆନ୍ସ ଗତକାଲି ମ୍ୟାଚରେ ରାଜସ୍ଥାନ ତରଫରୁ 194 ରନର ବିଜୟ ଲକ୍ଷ୍ୟ ପାଇଥିଲା। ଏହାକୁ ଟାର୍ଗେଟ କରିବାପାଇଁ ଭଲ ଉଇକେଟ ମଧ୍ୟ ଥିଲା କିନ୍ତୁ ଦଳ 170 ରନରେ ଅଟକି ଯାଇଥିଲା ଓ 23 ରନରେ ହାରିଥିଲା। ଦଳର ଅଧିନାୟକ ରୋହିତ ଶର୍ମା କହିଥିଲେ କି, ସିନିୟର ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାରଙ୍କ ଅନୁପସ୍ଥିତି ଅନୁଭବ ହେଉଛି ଓ ଯେବେ ପର୍ଯ୍ୟନ୍ତ ତାଙ୍କ ହାତ ଆଘାତ ଭଲ ନହୋଇଛି ସେ ତାଙ୍କୁ ଦଳରେ ଖେଳାଇ ରିସ୍କ ନେବେନାହିଁ।

ବ୍ୟାଟ୍ସମ୍ୟାନଙ୍କ ଉପରେ ରାଗିଲେ ରୋହିତ:-

ରୋହିତ ମ୍ୟାଚ ପରେ କହିଲେ, ମୋତେ ଲାଗୁଛି ସେମାନେ ଭଲ ବ୍ୟାଟିଂ କରି 193 ରନ ବନାଇଥିଲେ ଓ ଏହି ଉଇକେଟରେ 194 ଟାର୍ଗେଟ କରିବା ମଧ୍ୟ ଉପଯୋଗୀ ଥିଲା। ଯେତେବେଳେ ଶେଷ 7 ଓଭରରେ 70 ରନର ଆବଶ୍ୟକତା ହେଉଛି ସେତେବେଳେ ଏହାକୁ ହାସଲ ନକରିବା ସମ୍ଭବ କେମିତି ହେଲାନାହିଁ। ଏହା ଟୁର୍ଣ୍ଣାମେଣ୍ଟର ଆରମ୍ଭ ଓ ଏବେଠାରୁ ଆମକୁ ଶିଖିବାକୁ ହେବ।

ଏହି ଖେଳାଳିକୁ ଭଲ କହିଥିଲେ:-

ରୋହିତ ମ୍ୟାଚ ପରେ କହିଥିଲେ କି, ବୁମରା ଓ ତିମାଲ ମିଲସ ବହୁତ ଭଲ ବୋଲିଂ କଲେ। ତିଲକ ବର୍ମା ଓ ଇଶାନ କିଶାନ ମଧ୍ୟ ଭଲ ବ୍ୟାଟିଂ କଲେ। ଯଦି ଏମାନଙ୍କ ମଧ୍ୟରୁ ଜଣେ ଶେଷ ପର୍ଯ୍ୟନ୍ତ ଥାଆନ୍ତେ ତାହେଲେ କିଛିବି ହୋଇ ପାରିଥାନ୍ତା। ଅଧିନାୟକ ଆଗାମୀ ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କ ଉପଲବ୍ଧିକୁ ନେଇ ସ୍ପଷ୍ଟ କଲେନାହିଁ। ସେ କହିଥିଲେ, ସୂର୍ଯ୍ୟ ଆମର ମହତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି ଓ ଯେପର୍ଯ୍ୟନ୍ତ ଆଙ୍ଗୁଠି ଆହତରୁ ସେ ମୁକ୍ତି ପାଇନାହାଁନ୍ତି ସେପର୍ଯ୍ୟନ୍ତ ସେ ଉପଲବ୍ଧ ହେବେନାହିଁ।

odia sambada
Comments (0)
Add Comment