ବ୍ରିଟେନ୍‌ରେ ମାତିଲା ସବୁଠୁ ଭୟଙ୍କର କରୋନା ଭ୍ୟାରିଏଣ୍ଟ,ସହଜରେ ଚିହ୍ନଟ କରି ହେଉନାହିଁ !

ଆମ ଦେଶରେ କରୋନାକୁ ନେଇ ଅନେକ ପ୍ରକାର କଟକଣା ସବୁ କୋହଳ କରାଯିବା ସହ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ମଧ୍ୟ ଆରମ୍ଭ କରିଦିଆଯାଇଛି। କିନ୍ତୁ ଆମ ପଡ଼ୋଶୀ ଦେଶ ଚୀନରେ ଓ ଅନ୍ୟ ବିଦେଶୀ ଦେଶରେ ମହାମାରୀ ବ୍ୟାପିବାରେ ଲାଗିଛି। ବିଦେଶରେ କରୋନାର ରୂପ ବଦଳାଇ ନୂଆ ନୂଆ ଭ୍ୟାରିଏଣ୍ଟ ସବୁ ଜନ୍ମ ହେଉଛନ୍ତି, ଯାହାର ସଂକ୍ରମାକ ଶକ୍ତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସତର୍କ କରାଇଛି।

ବର୍ତ୍ତମାନ ସମୟରେ ବ୍ରିଟେନରେ କରୋନର ନୂଆ ଭ୍ୟାରିଏଣ୍ଟ ମାତିଛି। ଯାହାକି ଓମିକ୍ରନର ସବଭ୍ୟାରିଏଣ୍ଟ BA.2 ଭ୍ୟାରିଏଣ୍ଟ ଠାରୁ ୧୦ ପ୍ରତିଶତ ଅଧିକ ସଂକ୍ରାମକ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ, BA.2କୁ ଅଧିକ ସଂକ୍ରାମକ ବୋଲି କୁହାଯାଉଥିଲା କିନ୍ତୁ XE ଭ୍ୟାରିଏଣ୍ଟ ମଧ୍ୟ ତା ଠାରୁ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ନିଜର ମନ୍ତବ୍ୟରେ କହିଛନ୍ତି।

ନୂତନ ଭାବରେ ଚିହ୍ନଟ ହୋଇଥିବା ଏହି XE ଭ୍ୟାରିଏଣ୍ଟ ଓମିକ୍ରନ ଭାଇରସର ସବ ଭ୍ୟାରିଏଣ୍ଟ BA.1 ଓ BA.2ର ମ୍ୟୁଟେସନ। ଏହାର ସଂକ୍ରାମକ ଗତି BA.2 ଠାରୁ ୯.୮ ପ୍ରତିଶତ ଅଧିକ ଅଟେ। ନୂଆ ଭ୍ୟାରିଏଣ୍ଟକୁ ନେଇ ସହଜରେ ଚିହ୍ନଟ କରାଯାଇପାରୁ ନଥିବା କାରଣରୁ ଏହାକୁ ଷ୍ଟିଲ୍ଥ ଭ୍ୟାରିଏଣ୍ଟ(ଲୁଚି ରହୁଥିବା) ବୋଲି କୁହାଯାଉଛି। ଏ ବିଷୟରେ ୟୁକେ ସ୍ୱାସ୍ଥ୍ୟ ଏଜେନ୍ସି (UKHSCA) ସୂଚନା ଦେଇ କହିଛି।

ମାର୍ଚ୍ଚ ୨ ତାରିଖ ପାଖରୁ ବ୍ରିଟେନ୍‌ରେ ୬୩୭ XE ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛନ୍ତି। ଏ ବିଷୟରେ ୟୁକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଅଧିଂକାଶ ମାମଲା ଇଲଂଣ୍ଡର ପଶ୍ଚିମାଞ୍ଚଳ, ଲଣ୍ଡନ ଓ ଦକ୍ଷିଣ ପଶ୍ଚିମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହମାନଙ୍କର ୟୁକେର ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବ୍ରିଟେନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ୧୩ ଜଣକ ମଧ୍ୟରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମଣ ମଧ୍ୟରୁ ମାତ୍ର ୧ ପ୍ରତିଶତ XE ଭ୍ୟାରିଏଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି।

ଲଣ୍ଡନରେ ପ୍ରଥମେ ଜାନୁଆରୀ ମାସ ୧୯ ତାରିଖରେ XE ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। ବର୍ତ୍ତମାନ XE ଭ୍ୟାରିଏଣ୍ଟ ସହିତ ବ୍ରିଟେନ୍‌ରେ ଆଉ ଦୁଇଟି ହାଇବ୍ରିଡି ଷ୍ଟ୍ରେନ XD ଓ XF ଚିହ୍ନଟ କରାଯାଇଛି। BA.1 ଓ ଫ୍ରେଞ୍ଚ ଡେଲ୍‌ଟା ଭ୍ୟାରିଏଣ୍ଟରୁ XD ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ସମୟରେ ୟୁକେ ଡେଲ୍‌ଟା ଓ BA.1 ରୁ XF ଷ୍ଟ୍ରେନ ବିକଶିତ ହୋଇଛି ବୋଲି ଲଣ୍ଡନର ସ୍ୱାସ୍ଥ୍ୟା ବିଭାଗ ତରଫରୁ ସୂଚନା ଦିଆଯାଇଛି।

odia sambada
Comments (0)
Add Comment