୧୫ ବର୍ଷ ପରେ ରିନ୍ୟୁ ହୋଇପାରିବ ପେଟ୍ରୋଲ ଗାଡ଼ି ? ଏହି ମାମଲାକୁ ନେଇ ହାଇକୋର୍ଟ ଶୁଣାଇଲା ଫଇସଲା,ଜାଣନ୍ତୁ କୋର୍ଟ କଣ ରାୟ ଦେଲା !

ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ-NCR ରେ 15 ବର୍ଷରୁ ଅଧିକ ପେଟ୍ରୋଲ ଗାଡ଼ି ଉପରେ ରେଜିଷ୍ଟ୍ରେସନର ନବିନୀକରଣ ପାଇଁ ଅନୁମତି ଖାରିଜ କରିଦେଇଛି। ସୁପ୍ରିମକୋର୍ଟ ଓ ରାଷ୍ଟ୍ରୀୟ ହରିତ ଅଧିକରଣ ପାରିତ ଆଦେଶକୁ ନଜର ରଖି ଅଦାଲତ ଏହି ବାହାନ ଗୁଡ଼ିକର ରେଜିଷ୍ଟ୍ରେସନକୁ ରିନୁଆଲ ପାଇଁ ମନା କରିଦେଇଛି।

ଜାରି ହେବ NOC:-

ନ୍ୟାୟମୂର୍ତ୍ତି ସଞ୍ଜୀବ ସଚଦେବାଙ୍କ କହିବା ହେଲା ଦିଲ୍ଲୀ ସରକାରଙ୍କ ନୀତି ମୁତାବିକ, ନିବେଦନକର୍ତାଙ୍କ ଦ୍ଵାରା ବାହାନର ଏମିତି ସ୍ଥାନରେ ହସ୍ତାନ୍ତର ପାଇଁ ଅନାପତ୍ତି ପ୍ରମାଣପତ୍ର ପ୍ରାପ୍ତ କରାଯାଇପାରେ। ଯାହାକୁ ନେଇ NGT ଓ ସୁପ୍ରିମକୋର୍ଟ ଆଦେଶରେ ଅନୁମତି ପ୍ରଦାନ କରାଯାଇଛି।

15 ବର୍ଷ ପରେ ହେବନାହିଁ ରେଜିଷ୍ଟ୍ରେସନ:-

ଅଦାଲତ କହିଛନ୍ତି, NGT ଓ ସୁପ୍ରିମକୋର୍ଟ ଦ୍ୱାରା ପାରିତ କରାଯାଇଥିବା ଆଦେଶକୁ ନଜରରେ ରଖି 15 ବର୍ଷ ପରେ କୌଣସି ପ୍ରକାରର ପେଟ୍ରୋଲ ବାହାନ ପଞ୍ଜୀକରଣର ଆବେଦନ କରାଯାଇ ପାରିବନାହିଁ।

କୋର୍ଟ ଖାରିଜ କଲେ ନିବେଦନ:-

ନିବେଦନକର୍ତାଙ୍କ ଦ୍ଵାରା ମଗା ଯାଇଥିବା ଏହି ଦାବିକୁ ସୁପ୍ରିମକୋର୍ଟ ଖାରିଜ କରିଦେଇଛି। ଆଦଲତର ଆଦେଶ ଜଣେ ବ୍ୟକ୍ତି ତରଫରୁ ନିବେଦନରେ ଆସିଥିଲା। ଯେଉଁଥିରେ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଦ୍ଵାରା 15 ବର୍ଷରୁ ଅଧିକ ପେଟ୍ରୋଲ ବାହାନର ରେଜିଷ୍ଟ୍ରେସନ ରିନୁଆଲ ସମ୍ବନ୍ଧରେ ଜାରି ଏକ ସାର୍ବଜନୀକ ନୋଟିସକୁ ମାନମାନି କରିବାର ଅନୁରୋଧ କରାଯାଇଥିଲା।

odia sambada
Comments (0)
Add Comment