ହସ୍ପିଟାଲରେ ମୂଷା ନେଇଗଲା ଜୀବନ

ମେଡିକାଲ କର୍ତ୍ତୃପକ୍ଷ ବିଭାଗଙ୍କ ଅବହେଳାରୁ ଜଣେ ରୋଗୀଙ୍କର ଜୀବନ ବିନା କାରଣରେ ଚାଲିଯାଇଛି। ମୂଷା କାମୁଡ଼ାରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ(ଏମଜିଏମ)ରେ ଏହି ଘଟଣାଟି ଘଟିଛି। ଉକ୍ତ ମେଡିକାଲରେ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ହାଇଦ୍ରାବାଦର ନିଜାମସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇସେନ୍ସେସ (ନିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା। ଗତକକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ୩୮ ବର୍ଷୀୟ ଶ୍ରୀନିବାସନ। ମେଡିକାଲ ନିର୍ଦ୍ଦେଶକ ଡାକ୍ତର କେ. ମନୋହର କହିଛନ୍ତିଯେ, ମଦ୍ୟପାନ ଜନିତ ଶ୍ରୀବାସନଙ୍କ ପାନକ୍ରିୟା, କିଡନୀ ଗୁରୁତର ସମସ୍ୟା ଥିଲା। ସେହିପରି ହୃଦଘାତ୍‌ରେ ମଧ୍ୟ ସେ ପୀଡ଼ିତ ଥିଲେ। ପୂର୍ବରୁ ଏମଜିଏମ ମେଡିକାଲରେ ସେ ଭେଣ୍ଟିଲେଟରରେ ରହିଥିଲେ। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ୨ ଥର ହୃଦଘାତରେ ଶିକାର ହୋଇ ସାରିଛନ୍ତି।

ଏପରିକି ତାଙ୍କୁ ନିମ୍ସ ସ୍ଥାନାନ୍ତାର କରିବା ସମୟରେ ସେ ହୃଦଘାତରେ ଶିକାର ହୋଇଥିଲେ। ସେହିପରି ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲା। ତେଣୁ ଏହି ସବୁ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ମୂଷା କାମୁଡ଼ାକୁ ଦାୟୀ କରାଯାଇ ପାରିବ ନାହିଁ। ସୂଚନା ଅନୁସାରେ ଶ୍ରୀନିବାସନ ଫୁସଫୁସ ଏବଂ ଲିଭର ସମସ୍ୟାରେ ମଧ୍ୟ ପୀଡ଼ିତ ହୋଇ ମାର୍ଚ୍ଚ ୨୬ ତାରିଖ ପାଖରୁ ଏମଜିଏମରେ ଚିକିତ୍ସତ ହେଉଥିଲେ।

ଶ୍ରୀନିବାସନଙ୍କୁ ମୂଷା କାମୁଡ଼ି ଦେଇଥିଲା ବୋଲି ଗୁରୁବାର ଦିନ ତାଙ୍କର ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ତାଙ୍କୁ ଉକ୍ତ ମେଡିକାଲରେ ଆଇସିୟୁକୁ ସ୍ଥାନାନ୍ତର କରିଦିଆ ଯାଇଥିଲ। ମହାତ୍ମାଗାନ୍ଧୀ ମେମୋରିଆଲ ହସପିଟାଲ ହେଉଛି ତେଲେଙ୍ଗାନାର ଏକ ପ୍ରମୁଖ ସରକାରୀ ସ୍ୱସ୍ଥ୍ୟ କେନ୍ଦ୍ର ଅଟେ। ମୂଷା କାମୁଡ଼ାରେ ହସପିଟାଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଥିବା ସମୟରେ ୨ ଜଣ ଡାକ୍ତରଙ୍କୁ ସେଠାରୁ ନିଲମ୍ବିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରାଯାଇଥିଲା।

odia sambada
Comments (0)
Add Comment