ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ‘ ଲଭ- ସେ-କ୍ସ୍ ଏବଂ ଧୋକା ‘, ସିପାହୀ ଫେରାର,ଜାଣନ୍ତୁ ପୁରା ଘଟଣା

ୟୁପିର ଫିରୋଜାବାଦର ଥାନା ଟୁଣ୍ଡଲାରେ ଲଭ୍ ସେକ୍ସ୍ ଏବଂ ଧୋକାର ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଔରେୟାରେ ନିୟୋଜିତ ଜଣେ ସିପାହୀ ରଞ୍ଜିତ ସୁହାଗନଗରର ବାସିନ୍ଦା ଜଣେ ଯୁବତୀଙ୍କୁ ଫେସବୁକରେ ବନ୍ଧୁତା କରି ଫସାଇଲେ ଏବଂ ତାପରେ ତା ସହିତ ଭଲ ପାଇବାର ନାଟକ କରି ଶାରୀରିକ ସମ୍ପର୍କ ରଖିଲା । ଯେତେବେଳେ ଯୁବତୀ ବିବାହ କରିବାପାଇଁ ଚାପ ପକାଇଲା, ସେତେବେଳେ ସିପାହୀ ରଞ୍ଜିତ ବିବାହ କରିବାକୁ ମନା କରିଦେଲେ । ବର୍ତ୍ତମାନ ଯୁବତୀ ଥାନା ଟୁଣ୍ଡଲାରେ ରଞ୍ଜିତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଔରେୟାରେ ନିୟୋଜିତ ସିପାହୀ ରଞ୍ଜିତ ଫିରୋଜାବାଦର ସୁହାଗନଗରରେ ରହୁଥିବା ଜଣେ ଯୁବତୀଙ୍କ ସହିତ 2 ବର୍ଷ ପୂର୍ବରୁ ହିଁ ଫେସବୁକ୍ ମାଧ୍ୟମରେ ବନ୍ଧୁତା କଲେ । ଅଲଗା ଅଲଗା ଜାଗାକୁ ଯୁବତୀଙ୍କୁ ଡକାଇ ତାଙ୍କ ସହିତ ଯୌନ ଶୋଷଣ କଲେ । ଗୁରୁବାର ଦିନ ମଧ୍ୟ ରାଜାର ତାଲ ସ୍ଥିତ ବୈଷ୍ଣ ଦେବୀ ମନ୍ଦିର ସାମ୍ନାରେ ଗୋଟିଏ ହୋଟେଲକୁ ଯୁବତୀଙ୍କୁ ଡକାଇଲେ । କିନ୍ତୁ ଯୁବତୀ ଯେତେବେଳେ ତାଙ୍କ ସହିତ ବିବାହ କରିବାକୁ କହିଲେ, ସେତେବେଳେ ସେ ଯୁବତୀଙ୍କୁ ଛାଡି ପଳାଇଗଲେ ।

ରଞ୍ଜିତ ବରନାହଲ ଜିଲ୍ଲାର ମ୍ୟାନପୁରିର ବାସିନ୍ଦା ଅଟନ୍ତି । ଯୁବତୀ ନିଜ ସହିତ ଘଟିଥିବା ଘଟଣା ଲେଖି କହିଛନ୍ତି ଯେ ସିପାହୀ ରଞ୍ଜୀତଙ୍କ ସହିତ 2 ବର୍ଷ ପୂର୍ବରୁ ଫେସବୁକ୍ ମାଧ୍ୟମରେ ଦେଖା ହୋଇଥିଲା । ସେବେଠାରୁ ରଞ୍ଜିତ ମତେ ବିବାହ କରିବାର ପ୍ରତିଶ୍ରୁତି ଦେଇ ମୋ ସହିତ ଲଗାତାର ଯୌନ ସମ୍ପର୍କ ରଖିଲେ । ମତେ ଅନେକଥର ବୈଷ୍ଣ ଦେବୀ ମନ୍ଦିର ପାଖରେ ଥିବା ଗୋଟିଏ ହୋଟେଲକୁ ନେଇଛନ୍ତି ଏବଂ ମୋ ସହ ଯୌନ ସମ୍ପର୍କ ରଖିଛନ୍ତି ।

ଏହାପରେ ଯେତେବେଳେ ମୁଁ ବିବାହ ପାଇଁ କହିଲି, ସେତେବେଳେ ସେ ମନା କରିଦେଲା । 31.3.22 ତାରିଖରେ ମତେ ଘରୁ ମନାଇ ବୈଷ୍ଣ ଦେବୀ ମନ୍ଦିର ସାମ୍ନାରେ ଥିବା ପାର୍କ ରିଶୋର୍ଟକୁ ବିବାହ କଥା କହି ନେଇଗଲେ । ଯେଉଁଠାରେ ମୁଁ ମନା କରିବାପରେ ମଧ୍ୟ ମୋ ସହିତ ଦୁଷ୍କର୍ମ କଲେ । କିନ୍ତୁ ଏ ବିଷୟରେ ମୋ ଘର ଲୋକେ ଜାଣିବାପରେ ସେମାନେ ପାର୍କ ରିଶୋର୍ଟକୁ ଆସିଗଲେ । ସେମାନେ 112 ନମ୍ବରରେ କଲ୍ କରି ପୋଲିସ ଡକାଇଲେ । ପୋଲିସକୁ ଦେଖିବା ମାତ୍ରେ ହିଁ ରଞ୍ଜିତ ସେଠାରୁ ପଳାଇଗଲା । ଯୁବତୀ ପୁରା ଘଟଣା କହି ଟୁଣ୍ଡଲା ଥାନାରେ କେସ କରିଛନ୍ତି ।

odia sambada
Comments (0)
Add Comment