ସାମ୍ନାକୁ ଆସିଲା ଏମିତି ଏକ ଚୁଲି, ଯେଉଁଥିରେ 25 ଲୋକଙ୍କ ପାଇଁ ଖାଦ୍ୟ ଅଧଘଣ୍ଟାରେ ପ୍ରସ୍ତୁତ ହୋଇଯାଉଛି !

ଯଦି ଆପଣ ନିଜ ଘରେ କୌଣସି କାର୍ଯ୍ୟକ୍ରମ କିମ୍ବା ପାର୍ଟି ଆରମ୍ଭ କରିବାକୁ ଯାଉଥାନ୍ତି ତାହେଲେ ସର୍ବପ୍ରଥମେ ଆପଣଙ୍କ ମନକୁ ଗୋଟିଏ କଥା ରୋଷେଇକୁ ନେଇ ଉଠିଥାଏ। ଆପଣ ଭାବନ୍ତି ଅତିଥିଙ୍କ ପାଇଁ କଣ ରୋଷେଇ କରାଯିବ ଓ କେମିତି କରାଯିବ।

ବଡ଼ ପାର୍ଟି ହୋଇଥିଲେ ଆପଣ ଏକ ଲୋକଙ୍କ ସାହାର୍ଯ୍ୟ ନେଇଥାନ୍ତି ଯିଏକି ରୋଷେଇ ବନାଇବାରେ ବହୁତ ମାହିର ଥାଏ କିନ୍ତୁ ତଥାପି ଆପଣ ରୋଷେଇ ରୁ ମୁକ୍ତି ପାଇନଥାନ୍ତି କାରଣ ରୋଷେଇ ପାଇଁ ବନାଯାଇଥିବା ଚୁଲି ହିଁ କହିଥାଏ ରୋଷେଇ କେତେ ସମୟରେ ଶେଷ ହେବ ଓ କେତେ ଲୋକଙ୍କ ପାଇଁ ଖାଇବା ହେବ।

ଯଦି କୌଣସି ସ୍ପେଶାଲ ଅକେଜନରେ ଆପଣ ଖାଇବା ସଠିକ ଭାବରେ କରି ପାରନ୍ତି ନାହିଁ ତାହେଲେ ଅତିଥିଙ୍କ ସାମ୍ନାରେ ଆପଣଙ୍କୁ ବହୁତ ଖରାପ ଲାଗିଥାଏ। ଏମିତିରେ ରାଜସ୍ଥାନର ଜଣେ ବ୍ୟକ୍ତି ଏକ ଚୁଲି ନିର୍ମାଣ କରିଛନ୍ତି, ଯାହା ସହାୟତାରେ ଆପଣ ମାତ୍ର ଅଧଘଣ୍ଟାରେ 25 ଜଣ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିପାରିବେ।

ଏହି ଚୁଲି କୁ ରାଜସ୍ଥାନର ଉଦୟପୁରର ଶେର ଖାଁ ନାମକ ଯୁବକ ବନାଇଛନ୍ତି। ଏହି ଚୁଲି ମାତ୍ର 30 ମିନିଟରେ 25 ଜଣ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିଦେବ। ଏହି ଚୁଲି ର ଅନ୍ୟ ଖାସିୟତ ମଧ୍ୟ ରହିଛି ଯାହାକି ତାକୁ ଅନ୍ୟଠାରୁ ଅଲଗା ବନାଉଛି।

ସୂଚନା ମୁତାବିକ, ଏହି ଚୁଲିରେ ରୋଷେଇ ପାଇଁ ଆପଣଙ୍କୁ ବହୁତ ସାରା ପରିଶ୍ରମ କରିବାକୁ ପଡ଼ିବନାହିଁ। ଏଥିରେ ଆପଣ ଗୋଟିଏ ସମୟରେ ଡାଲି ଓ ଅନ୍ୟ ଜିନିଷକୁ ରୋଷେଇ କରି ପ୍ରସ୍ତୁତ କରିପାରିବେ। ଏଗାର ଅର୍ଥ ଗୋଟିଏ ସମୟରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ରୋଷେଇ କରିପାରିବେ ଯେଉଁଥିରେ ସମୟ ବଞ୍ଚିବ।

ଶେର ଖାନ ବନାଇଥିବା ଏହି ଚୁଲି ଦ୍ୱାରା ଆପଣ ଘର ଖାଦ୍ୟ ସହିତ ଫାଷ୍ଟ ଫୁଡ଼ ଓ ଅନ୍ୟ ଜିନିଷ ମଧ୍ୟ ରୋଷେଇ କରିପାରିବେ। ଶେର ଖାଁଙ୍କ କହିବା ହେଲା 25 ଜଣ ଲୋକଙ୍କ ପାଇଁ ରୋଷେଇ କରିବା ସମୟରେ ସାଧାରଣତଃ 10 କିଲୋ ଜାଳ ବ୍ୟବହାର ହୋଇଥାଏ କିନ୍ତୁ ଏଥିରେ ଆପଣ 2 କିଲୋ ଜାଳରେ ମଧ୍ୟ କାମ କରିପାରିବେ ଓ ଧୂଆଁ ମଧ୍ୟ ଏଥିରୁ କମ ବାହାରିବ।

ଶେର ଖାନ ଏହି ଚୁଲି କୁ ମେଳାରେ ମଧ୍ୟ ବିକ୍ରି କରିବା ଆରମ୍ଭ କରି ଦେଇଥିଲେ। ତାଙ୍କର କହିବା ହେଲା ଏହି ଚୁଲିର ଖାସିୟତ ହେଉଛି ଦୁନିଆରେ ପ୍ରଥମ ଚୁଲି ଯିଏକି ଏତେ କମ ସମୟ ମଧ୍ୟରେ ମଲ୍ଟି ଟାସ୍କିଙ୍ଗର କାମ କରୁଛି।

ମିଳିଲା ପ୍ରେରଣା:-

ଏହାବ୍ୟତୀତ ଆପଣ 15 ମିନିଟ ଭିତରେ ଆଳୁ ମସଲା ଓ ପାବ ଭାଜି ବନାଇ ପାରିବେ। ଏହି ଚୁଲି ଦ୍ୱାରା ଆପଣ 15 ମିନିଟରେ ବ୍ରେଡ଼ ଓ ବର୍ଗର ପ୍ରସ୍ତୁତ କରିପାରିବେ।

ଏମିତିରେ ଶେର ଖାଁ ଯେଉଁ ରୋଷେଇକୁ ଯାଆନ୍ତି ସେଠାରେ ଜାଳ ଗୁଡ଼ିକ ପ୍ରଚୁର ମାତ୍ରାରେ ବର୍ବାଦ ହେଉଥିବାର ଦେଖିଥାନ୍ତି। ଯାହାପରେ ତାଙ୍କୁ ଏମିତି ଏକ ଚୁଲି ନିର୍ମାଣ କରିବାର ଖୟାଲ ଆସିଥିଲା। ଲୋକମାନେ ଶେର ଖାନଙ୍କ ଏହି ଚୁଲିକୁ ବହୁତ ପସନ୍ଦ କରନ୍ତି। ଏହାସହ ଲୋକେ ଏହାକୁ କିଣିବାକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି।

odia sambada
Comments (0)
Add Comment