ପରିବାର ଲୋକ ମଦ ପିଇବା ପାଇଁ ମନା କରିବାରୁ ଏୟାରପୋର୍ଟରେ ୧୪ ବର୍ଷ ହେଲାଣି କଟୁଛି ଜୀବନ !

ଜଣେ ବ୍ୟକ୍ତି ମଦ ଓ ସିଗାରେଟ ପାଇଁ ଘର ଛାଡ଼ି ଦେଇଥିଲେ। ବର୍ତ୍ତମାନ ସେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହୋଇଗଲାଣି ବାହାରେ ସେ ନିଜର ଜୀବନ କାଟୁଛନ୍ତି। ପରିବାର ଲୋକ ଏହି ନିଶାକୁ ବାରଣ କରିବା ପାଇଁ ଚାଇନାର ଜଣେ ବ୍ୟକ୍ତି ଦୀର୍ଘ ୧୪ ବର୍ଷ ହେଲାଣି ବେଜିଂର କ୍ୟାପିଟାଲ ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲରେ ରହୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ଘରକୁ ଫେରିବା ପାଇଁ ଚାହୁଁନାହାନ୍ତି।

ଚାଇନା ଡେଲୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏୟାରପୋର୍ଟରେ ଜୀବନ କାଟୁଥିବା ଏହି ବ୍ୟକ୍ତି ଜଣକ ହେଲେ ୱେଇ ଜିଆନଗୁ। ତାଙ୍କର ବୟସ ୬୦। ସେ ନିୟମିତ ସିଗାରେଟ ଓ ମଦ ପିଉଥିବା କାରଣରୁ ପରିବାର ଲୋକ ତାଙ୍କୁ ବହୁତ ବିରୋଧ କରୁଥିଲେ। ଏଥିରେ ସେ ଉତକ୍ଷିପ୍ତ ହୋଇ ସେ ୨୦୦୮ ମସିହାରୁ ଏୟାରପୋର୍ଟର ଟରମିନାଲ ୨ରେ ନିଜର ଜୀବନ କାଟୁଛନ୍ତି। ସେ କରିଥିବା ଚାକିରି ମଧ୍ୟ ଆଉ ତାଙ୍କ ପାଖରେ ନାହିଁ। ବର୍ତ୍ତମାନ ସେ ସଂପୂର୍ଣ୍ଣ ରୂପରେ ଅସହାୟ। ତଥାପି ସେ ନିଜ ଘରକୁ ଯିବା ପାଇଁ ଚାହୁଁନାହାନ୍ତି।

ୱେଇ ଜିଆନଗୁ କହିଛନ୍ତିକି, “ମୋ ପରିବାର ମୋତେ କହିଥିଲେକି ଯଦି ଘରେ ରହିବାର ଅଛି, ତା’ହେଲେ ସିଗାରେଟ ଓ ମଦ ଅଭ୍ୟାସ ଛାଡ଼ିବା ପାଇଁ ପଡ଼ିବ। ଯଦି ମୁଁ ନିଶା ଛାଡ଼ି ପାରିବି ନାହିଁ, ତେବେ ମୋତେ ଫାଇନ ସ୍ୱରୂପ ମୋର ସମସ୍ତ ମାସିକ ସରକାରୀ ଭତ୍ତା ୧୫୦ ଡଲାର ଦେବା ପାଇଁ ପଡ଼ିବ। କିନ୍ତୁ ମୁଁ ଯଦି ସେମାନଙ୍କୁ ସବୁ ଟଙ୍କା ଦେଇଦେବି, ତା’ହେଲେ ସିଗାରେଟ ଓ ମଦ କିଣିଥାଆନ୍ତି କେମିତି? ତେଣୁ ଏୟାରପୋର୍ଟକୁ ମୁଁ ମୋର ନିଜର ଘର ଭାବରେ ବାଛି ନେଇଛି। ଏଠାରେ ଅତିକମରେ ମୁଁ ସ୍ୱାଧୀନ ଭାବରେ ନିଜର ଜୀବନକୁ ଅତିବାହିତ କରୁଛି।”

ୱେଇଙ୍କୁ ୪୦ ବର୍ଷ ହୋଇଥିଲା ସମୟରେ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଥିଲେ। ବୟସ ବଢ଼ି ଯାଇଥିବା କାରଣରୁ ତାଙ୍କୁ କେହି ଆଉ ଚାକିରି ମଧ୍ୟ ଦେଇନଥିଲେ। ତେଣୁ ସେ ଏୟାରପୋର୍ଟ ଟରମିନାଲକୁ ନିଜ ଆଶ୍ରୟସ୍ଥଳ ଭାବରେ ବାଛି ନେଇଛନ୍ତି। ଏୟାରପୋର୍ଟରେ କେବଳ ୱେଇ ଏକମାତ୍ର ବ୍ୟକ୍ତି ଭାବରେ ଆଶ୍ରୟ ନେଉନାହାନ୍ତି। ତାଙ୍କ ସହ ଆହୁରି ୫ରୁ ଅଧିକ ଜଣ ଲୋକ ସେଠାରେ ରହୁଛନ୍ତି। ଏୟାରପୋର୍ଟର ସୁରକ୍ଷା ଅଧିକାରୀ କିମ୍ବା କର୍ମଚାରୀ ସେମାନଙ୍କୁ ସେଠାରେ ବିରୋଧ ମଧ୍ୟ କରୁନାହାନ୍ତି।

odia sambada
Comments (0)
Add Comment