ମାତ୍ର 4 ମିନିଟରେ ମାଆ ହୋଇଗଲେ ମହିଳା, ସ୍ୱାମୀ ସନ୍ଧ୍ୟାରେ ଅଫିସରୁ ଫେରିବା ପରେ ବିଶ୍ବାସ କରି ପାରିଲେନାହିଁ

ମାଆ ହେବା ଏକ ଏମିତି ସୌଭାଗ୍ୟ ଅଟେ ଯାହାକୁ ଶବ୍ଦରେ ବ୍ୟକ୍ତ କରିବା କୌଣସିବି ମହିଳାଙ୍କ ପାଇଁ ସମ୍ଭବ ନୁହେଁ। ପିଲାଙ୍କ ଜନ୍ମ ସହିତ ମାଆଙ୍କୁ ଯେଉଁ ଖୁସି ମିଳିଥାଏ, ବଡ଼ ରୁ ବଡ଼ ଜିନିଷ ହାସଲ କରି ସେତିକି ଖୁସି ତାଙ୍କୁ ମିଳିନଥାଏ। ପିଲା ଜନ୍ମ ହେବାପୂର୍ବର ସମୟ ମାଆଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। ଲିବର ପେନ ସମୟରେ ମାଆଙ୍କୁ ବହୁତ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ। ଏହିସବୁର ଏକ ଏକ୍ସପେରିଏନ୍ସ ଜଣେ ମହିଳା ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି।

ମାତ୍ର 4 ମିନିଟରେ କଲେ ପିଲାଟିର ଜନ୍ମ:-.

କିମ ନାମକ ଜଣେ ମହିଳା ଦାବି କରିଥିଲେ କି, ସେ ମାତ୍ର 4 ମିନିଟରେ ମାଆ ହୋଇଯାଇଛନ୍ତି ଓ ଏହା ତାଙ୍କ ପତିଙ୍କୁ ବିଶ୍ବାସ ହେଲାନାହିଁ। ଏଥିସହ ଡ଼କ୍ଟରଙ୍କୁ ମଧ୍ୟ ବିଶ୍ବାସ ହୋଇନଥିଲା। ମହିଳା ନିଜର ଡିଲିଭରୀ କାହାଣୀ ସୋସିଆଲ ମିଡ଼ିଆରେ ଶେୟର କରିଛନ୍ତି।

ମହିଳାଙ୍କ ଏହି କାହାଣୀକୁ ଶୁଣି ଲୋକେ ତାଙ୍କୁ ସବୁଠାରୁ ଭାଗ୍ୟଶାଳୀ ମହିଳା କହିଛନ୍ତି। ମହିଳା ଜଣକ ଟିକଟକ ରେ ନିଜର କାହାଣୀ ଶେୟର କରି କହିଥିଲେ କି, ସେ ରୁଟିନ ଚେକ ଅପ ପାଇଁ ହସ୍ପିଟାଲ ଯାଇଥିଲେ। କିନ୍ତୁ ସେଠାରୁ ସେ ନିଜର ପିଲାକୁ ଧରି ଫେରିଥିଲେ। ମହିଳାଙ୍କୁ ସେତେବେଳେ ଲାଗିନଥିଲା ସେ ପିଲା ସହିତ ଘରକୁ ଫେରିବେ। ମହିଳା ଯେତେବେଳେ ହସ୍ପିଟାଲରେ ପହଞ୍ଚି ଥିଲେ ସେତେବେଳେ ଡ଼କ୍ଟର ତାଙ୍କୁ ଆଡ଼ମିଟ କରାଇଥିଲେ, ଡ଼କ୍ଟର ଡିଲିଭରୀ ପାଇଁ ପ୍ରସ୍ତୁତି କରୁଥିଲେ ସେହି କ୍ଷଣୀ ମହିଳା ପିଲାଟିକୁ ଜନ୍ମ ଦେଇଥିଲେ।

ଡ଼କ୍ଟର ମଧ୍ୟ ହୋଇଗଲା ହଇରାଣ:-

ଡ଼କ୍ଟର ଯେତେବେଳେ ମହିଳାଙ୍କ ଶରୀରକୁ ଏକଜାମିନ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଲେ ମହିଳା କେଉଁ ସମୟରେ ମଧ୍ୟ ଛୁଆଟିକୁ ଜନ୍ମ ଦେଇପାରନ୍ତି। ଡ଼କ୍ଟର ମହିଳାଙ୍କୁ ଲିବର ପେନ ବିଷୟରେ ପଚାରିଥିଲେ କିନ୍ତୁ ମହିଳାଙ୍କୁ କିଛିବି ଅନୁଭବ ହେଉନଥିଲା, ମାତ୍ର 4 ମିନିଟର କଥାବାର୍ତ୍ତା ସମୟରେ ମହିଳା ଛୁଆକୁ ଜନ୍ମ ଦେଇଥିଲେ।

କିମ କହିଥିଲେ ପିଲା ଜନ୍ମ ହେବାର ମାତ୍ର 2 ମିନିଟ ପୂର୍ବରୁ ସେ ନିଜ ପତିଙ୍କୁ ଫୋନ କରିଥିଲେ ଓ କହିଥିଲେ ଡ଼କ୍ଟର୍ସ ତାଙ୍କର ଡିଲିଭରୀ କରାଇବାକୁ ଯାଉଛନ୍ତି। ମିଡ଼ିଆ ରିପୋର୍ଟସ ଅନୁସାରେ, ତାଙ୍କ ପତି ଅଫିସ ଯାଇଥିଲେ ଓ ସନ୍ଧ୍ୟାବେଳେ ଯେତେବେଳେ ସେ ଆସିଲେ ତାଙ୍କୁ ପିତା ହୋଇଥିବାରୁ ବିଶ୍ବାସ ହେଉନଥିଲା। ପିଲା ଜନ୍ମ କରିବାର ଡ୍ୟୁ ଡେଟ ମଧ୍ୟ ଆସିନଥିଲା।

odia sambada
Comments (0)
Add Comment