ଦେଶର ପ୍ରଥମ ଏପରି ରେଳ ଷ୍ଟେସନ ଯେଉଁଠାରେ ପଢା-ଲେଖା ଯୁବତୀ ବିକୁଛନ୍ତି ଚା, ଜାଣନ୍ତୁ ଖାସ କଥା

ଆପଣ ଉଡାଜାହାଜରେ ଗୋଟିଏରୁ ବଢି ଗୋଟିଏ ସୁନ୍ଦର ଯୁବତୀ ପାଣି ଓ ଚା ପିଇବାକୁ ଦେଉଥିବା ଦେଖିଥିବେ|କିନ୍ତୁ ଯଦି କିଏ କହେ ଫ୍ଲାଇଟ ଭଳି ରେଳ ଷ୍ଟେସନରେ ସୁନ୍ଦର ଯୁବତୀ ଚା ପିଆଇବାକୁ ଆସିବେ ତ କ’ଣ ଆପଣ ବିଶ୍ୱାସ କରିବେ ? ନାହିଁ ନା କିନ୍ତୁ ଏହା ସତ୍ୟ..

ହଁ ଆଜ୍ଞା, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ରେଳଷ୍ଟେସନରେ ଆପଣଙ୍କୁ ଶିକ୍ଷିତ ଯୁବତୀମାନେ ଚା ପିଆଉଥିବା ନଜରରେ ଆସିବ,ଏହି ଚା ଗୁଣବତ୍ତା ଯୁକ୍ତ,କାରଣ ଏଥିରେ ଯେଉଁ ପାଣିର ଉପଯୋଗ କରାଯାଏ ତାହା ପ୍ୟାକ ରହିବ, ଭଲ କଥା ଏହା ଯେ ଯେଉଁ ଯୁବତୀ‌ ଆପଣଙ୍କୁ ଚା ପିଆଇବେ ତାଙ୍କ ଡ୍ରେସ ଓ ହାତକୁ ସାନିଟାଇଜ କରାଯାଏ ଫଳରେ କୈାଣସି ସଂକ୍ରମଣ ଭୟ ରହିବ ନାହିଁ|

ଏଵେ ଟ୍ରେନ ହୋଷ୍ଟ୍ରେସ ପରେ ରେଲୱେ ଭୋପାଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଏହି ଯୁବତୀଙ୍କ ମାଧ୍ୟମରେ ଅନ ପେମେଣ୍ଟ ଚା ଉପଲବ୍ଧ କରାଯାଇଛି|ଏହି ସେବା ଆରମ୍ଭ କରିବା ଦେଶର ପ୍ରଥମ ଷ୍ଟେସନ ଭୋପାଳ|ଡିଆର୍ଏମ ସୈରଭ ବନ୍ଦୋପାଧାୟଙ୍କ ଏହି ପଦକ୍ଷେପ ଯୋଗୁଁ କମ୍ପାନୀ ପକ୍ଷରୁ ଏହି ଯୁବତୀଙ୍କୁ ଭେଣ୍ଡିଙ୍ଗ ଲାଇସେନ୍ସ ଦିଆଯାଇଛି|ଏବେ ଇତରାସି ଷ୍ଟେସନରେ ମଧ୍ୟ ଏହି ସେବା ଆରମ୍ଭ କରାଯିବ|

ରେଳଷ୍ଟେସନରେ ଚା ବିକୁଥିବା ଏହି ଯୁବତୀଙ୍କ ପଢ଼ାପଢ଼ି ବିଷୟରେ ପଚାରିବାରୁ ଆଶ୍ଚର୍ଯ୍ୟ ହୋଇଗଲେ, ଏମାନଙ୍କ ମଧ୍ୟରୁ କିଏ ବିଏସି କରିଛନ୍ତି ତ କିଏ ହାଇସ୍କୁଲ,କିଏ ଦ୍ୱାଦଶ ତ କିଏ ବିଟେକ୍ କରିଛନ୍ତି|ଯୁବତୀ ବତାଇଛନ୍ତି ପଢା ସହ ସେମାନେ ଏହି କାମକୁ ଜାରି ରଖିଛନ୍ତି ଯେପରିକି ଆର୍ଥିକ ଅସୁବିଧା ନହୁଏ|

ରେଳ ଅଧିକାରୀ କହିଛନ୍ତି ଅନ ପେମେଣ୍ଟ ଚା ବ୍ୟବସ୍ଥା ଚା ର କ୍ଲଲିଟି ମେସିନ ଦ୍ବାରା ଚେକ କରାଯାଏ|ଭେଣ୍ଡର ଯୁବତୀ ଚା ବନାଇବା ପାଇଁ ସ୍ୱତନ୍ତ୍ର ପାଣିର ଉପଯୋଗ କରନ୍ତି|ମେସିନ ସେନ୍ସର ଦ୍ଵାରା କରାଯାଇଥିବା ପରୀକ୍ଷଣ ବତାଏ ଚାର କ୍ଲଲିଟି କ’ଣ|

ଚା ବିକୁଥିବା ଏହି ଯୁବତୀଙ୍କୁ ଯେପରି କୈାଣସି ଅସୁବିଧା ହେବନାହିଁ ସେଥିପାଇଁ ୱକିଟକି ମଧ୍ୟ ରଖିଛନ୍ତି|ଏହାସହ ତାଙ୍କ ୟୁନିଫର୍ମରେ ଗୁପ୍ତ କ୍ୟାମେରା ଲାଗିଛି ଯାହା ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ|ତାଙ୍କ ହାତ ଓ ୟୁନିଫର୍ମ କପକୁ ୟୁଭି ସାନିଟାଇଜ ମେସିନରେ ସାନିଟାଇଜ କରାଯାଏ|

odia sambada
Comments (0)
Add Comment