ଆଗାମୀ ବର୍ଷ ହେବାକୁ ଯାଉଛି ତୃତୀୟ ବିଶ୍ଵଯୁଦ୍ଧ, ସାତ ମାସ ଧରି ଚାଲିବ ଏହି ବିଶ୍ଵଯୁଦ୍ଧ। Nostradamus ଙ୍କ ଭବିଷ୍ୟବାଣୀ !

କଣ ଦୁନିଆରେ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା କରାଯାଉଛି। ଫ୍ରାନ୍ସର ପୂର୍ବ ଜ୍ୟୋତିଷ Nostradamus ଙ୍କ ଅନୁସାରେ ଆଗାମୀ ବର୍ଷ 2023 ରେ ତୃତୀୟ ବିଶ୍ବଯୁଦ୍ଧ ହେବାକୁ ଯାଉଛି।

Nostradamus କରି ରଖିଛନ୍ତି ଭବିଷ୍ୟବାଣୀ:-

ଦ ସନ ରିପୋର୍ଟ ମୁତାବିକ, Nostradamus ଫ୍ରାନ୍ସର ଜଣେ ଜ୍ୟୋତିଷ ଥିଲେ। ଯାହାଙ୍କ ଜନ୍ମ 16 ତମ ଶତାବ୍ଦୀରେ ହୋଇଥିଲା। ସେ ସମୟରେ ସେ ଭାବିଷ୍ୟରେ ହେବାକୁ ଥିବା ଘଟଣା ସମ୍ୱନ୍ଧରେ ଭବିଷ୍ୟବାଣୀ କରିଥିଲେ। ମାନା ଯାଉଛି କି, ଏହି ଭବିଷ୍ୟବାଣୀ ଭିତରୁ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ସାମିଲ ଥିଲା। ଯାହାକି ଏବେ ସତ ସାବ୍ୟସ୍ତ ହୋଇଛି।

Nostradamus କହିଥିଲେ, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତ ଶେଷ ହୋଇଯିବ କିନ୍ତୁ ଅନ୍ୟ ଦେଶ ମାନେ ନିଜ ନିଜ ଭିତରେ ଲଢେ଼ଇ କରିବାକୁ ବ୍ୟାକୁଳ ଥିବେ। ଯାହାପରେ ପୂର୍ବ ୟୁରୋପରେ ଯୁଦ୍ଧ ଆରମ୍ଭ ହୋଇଯିବ ଯାହାକୁ ତୃତୀୟ ବିଶ୍ଵଯୁଦ୍ଧ ବୋଲି କୁହାଯିବ।

7 ମାସ ପର୍ଯ୍ୟନ୍ତ ଚାଲିବ ତୃତୀୟ ବିଶ୍ଵଯୁଦ୍ଧ:-

Nostradamus ଙ୍କ କହିବା ହେଲା ଏହି ଯୁଦ୍ଧରେ ବହୁତ ସାରା ଧନ ଜୀବନ ହାନି ହେବ ଓ ବହୁତ ସାରା ଲୋକେ ମୃତ୍ୟୁ ବରଣ କରିବେ। Nostradamus ଙ୍କ ଭବିଷ୍ୟବାଣୀ ମୁତାବିକ, ଏହି ଯୁଦ୍ଧ ପରେ ଆକାଶରୁ ଅଗ୍ନି ବର୍ଷା ହେବ ଓ କେତେକ ଦେଶର ଅସ୍ତିତ୍ୱ ଶେଷ ହୋଇଯିବ। ବଞ୍ଚିଥିବା ଲୋକେ ଦୁନିଆରେ ନୂଆ ମାନବ ଜୀବନ ଆରମ୍ଭ କରିବେ ଓ ଏକ ନୂଆ ୱାର୍ଲଡ଼ ଅର୍ଡର ମଧ୍ୟ ଆରମ୍ଭ ହେବ।

ମାନା ଯାଉଛି ସେ ଭବିଷ୍ୟବାଣୀ କରିଥିଲେ କି, ୟୁରୋପରେ ଏକ ଯୁଦ୍ଧ ଆରମ୍ଭ ହୋଇ ଆସ୍ତେ ଆସ୍ତେ ଏହା ତୃତୀୟ ବିଶ୍ଵଯୁଦ୍ଧର ରୂପ ନେବ। ଯେଉଁଥିରେ ଏଥିରେ ଅନ୍ୟ ଦେଶ ମଧ୍ୟ ସାମିଲ ହୋଇଯିବେ।

ପାଖାପାଖି 70 ପ୍ରତିଶତ ଭବିଷ୍ୟବାଣୀ ପୂରଣ:-

Nostradamus ଙ୍କ ମୃତ୍ୟୁ2 ଆଜକୁ ପାଖାପାଖି 450 ବର୍ଷସ ପୂର୍ବରୁ ହୋଇଥିଲା। ସେ ତାଙ୍କ ଜୀବନରେ ମୋଟ 6,338 ଭବିଷ୍ୟବାଣୀ କରିଛନ୍ତି ଯେଉଁଥିରୁ ମୋଟ 70 ପ୍ରତିଶତ ସଠିକ ହିଁ ହୋଇପାରିଛି। ସେଗୁଡ଼ିକ ମଧ୍ୟରୁ ଜର୍ମାନୀରେ ଆଡ଼ଲଫ ହିଟଲରର କାରନାମା, ଦ୍ବିତୀୟ ବିଶ୍ବଯୁଦ୍ଧ ସେପ୍ଟେମ୍ବର 11 ରେ ଆତଙ୍କବାଦୀ ଆକ୍ରମଣ, ଫ୍ରାଂସିସ କ୍ରାନ୍ତି ଓ ପରମାଣୁ ବମ ବିକାଶ ସାମିଲ।

ସେ 2020 ରେ କରୋନା ମହାମାରୀ ଆସିବାକୁ ନେଇ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ୍ୟ ସାବ୍ୟସ୍ତ ହୋଇଯାଇଛି। ଏମିତିରେ ମାନାଯାଉଛି ତାଙ୍କର ଭବିଷ୍ୟବାଣୀ ମଧ୍ୟ ସଠିକ ସାବ୍ୟସ୍ତ ହେବ।

odia sambada
Comments (0)
Add Comment