7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ମାର୍ଚ୍ଚ 31 ପୂର୍ବରୁ କରି ନିଅନ୍ତୁ ଏହିକାମ,4500 ଟଙ୍କାର ହେବ ଫାଇଦା

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ମାର୍ଚ୍ଚ 31 ପୂର୍ବରୁ କରି ନିଅନ୍ତୁ ଏହିକାମ,4500 ଟଙ୍କାର ହେବ ଫାଇଦା

କେନ୍ଦ୍ରୀୟ କର୍ମଚାରୀ ଓ ପେନସନର୍ସ ଯଦି କେହି କରୋନା ମହାମାରୀ କାରଣରୁ ଚିଲଡ୍ରେନ ଏଜୁକେସନାଲ ଆଲୋୟନ୍ସ କ୍ଲେମ କରି ନାହାଁନ୍ତି ତାହେଲେ ମାର୍ଚ୍ଚ 31 ତାରିଖ ପୂର୍ବରୁ ଏହାକୁ କ୍ଲେମ କରି ନିଅନ୍ତୁ। ଏଥିପାଇଁ କୌଣସି ପ୍ରକାରର ଅଫିସିଆଲ ଡକ୍ୟୁମେଣ୍ଟ ଦରକାର ହେବନାହିଁ।

ମାର୍ଚ୍ଚ 31 ତାରିଖ ପୂର୍ବରୁ କରନ୍ତୁ CEA କ୍ଲେମ:-

କେନ୍ଦ୍ରୀୟ କର୍ମଚାରୀଙ୍କୁ ନିଜ ପିଲାଙ୍କ ପଠାପଢ଼ା ପାଇଁ ମଧ୍ୟ ଭତ୍ତା ମିଳିଥାଏ। ଏଥିରେ ସପ୍ତମ ବେତନ ଅନୁଯାୟୀ 2,250 ଟଙ୍କା ଦିଆଯାଇଥାଏ। ବିଗତ ବର୍ଷରୁ କରୋନା ମହାମାରୀ କାରଣରୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ପଡ଼ିଛି। ଯାହାପାଇଁ କେନ୍ଦ୍ରୀୟ କର୍ମଚାରୀ CEA କୁ କ୍ଲେମ କରି ପାରିନାହାଁନ୍ତି। ଏହାର ଶେଷ ତାରିଖକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଆସନ୍ତୁ ଜାଣିବା ଏହା ବିଷୟରେ।

CEA କ୍ଲେମ ପାଇଁ ବହୁତ ସାରା ଡକ୍ୟୁମେଣ୍ଟ ଦରକାର ହୋଇଥାଏ:-

ଚିଲଡ୍ରେନ ଆଲୋୟନ୍ସ କୁ ପାଇବାପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ସ୍କୁଲ ପ୍ରମାଣପତ୍ର ଓ କ୍ଲେମ ଡକ୍ୟୁମେଣ୍ଟ ଲଗାଇବାକୁ ହେବ। ବିଦ୍ୟାଳୟ ପ୍ରମାଣପତ୍ରର ଡ଼ିକ୍ଲାରେସନରେ ଏହା ଲେଖା ହୋଇଥାଏ କି, ପିଲାଟି ଆମ ସଂସ୍ଥାନରେ ପାଠ ପଢୁଛି। ଏହାସହ ଏକାଡେମିକ ବର୍ଷର ପ୍ରମାଣ ଦିଆଯାଇଥାଏ। ଏହାପରେ ପିଲାଟିର ରିପୋର୍ଟ କାର୍ଡ଼, ସେଲ୍ଫ ଆଟେଷ୍ଟେଡ଼ କପି ଓ ଫିସ ରସିଦ ମଧ୍ୟ ଲଗାଇବାକୁ ହୋଇଥାଏ।

ସେଲ୍ଫ ଡ଼ିକ୍ଲାରେସନ ଦେବାକୁ ପଡ଼ିଥାଏ:-

ଜୁଲାଇ ମାସରେ ଡ଼ିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ଏକ ଅଫିସ ଅଫ ମୋମେରେଣ୍ଡମ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା କି, କେନ୍ଦ୍ରୀୟ କର୍ମଚାରୀଙ୍କୁ କରୋନା କାରଣରୁ ଚିଲଡ୍ରେନ ଏଜୁକେସନାଲ ଆଲୋୟନ୍ସ ଦାବି କରିବାରେ ସମସ୍ୟା ହୋଇଛି। କାରଣ ଅନଲାଇନ ଫିସ ଦେବା ସତ୍ତ୍ୱେ ମଧ୍ୟ ସ୍କୁଲ ତରଫରୁ କୌଣସି SMS ଓ e-mailରେ ରେଜଲ୍ଟ ଓ ରିପୋର୍ଟ କାର୍ଡ଼ ପଠାଯାଇନାହିଁ।

DoPT ଅନୁସାରେ, CEA କ୍ଲେମକୁ ସେଲ୍ଫ ଡ଼ିକ୍ଲାରେସନ ରେଜଲ୍ଟ/ ରିପୋର୍ଟ କାର୍ଡ଼/ ଫିସ ପେମେଣ୍ଟ ର SMS କିମ୍ବା email ର ପ୍ରିଣ୍ଟ ଆଉଟ ଜରିଆରେ ମଧ୍ୟ ଏହାକୁ କ୍ଲେମ କରା ଯାଇପାରିବ। ଏହି ସୁବିଧା କେବଳ ମାର୍ଚ୍ଚ 2020 ଓ ମାର୍ଚ୍ଚ 2021 ରେ ଶେଷ ହୋଇଥିବା ଏକାଡେମିକ ଇୟର ପାଇଁ ହେବ।

କେତେ ମିଳିଥାଏ ଭତ୍ତା? :-

କେନ୍ଦ୍ରୀୟ କର୍ମଚାରୀଙ୍କ ଦୁଇଟି ପିଲାକୁ ଏହି ଭତ୍ତା ମିଳିଥାଏ। ଗୋଟିଏ ପିଲାପାଇଁ 2250 ଟଙ୍କା ଓ ଦୁଇଟି ପିଲା ପାଇଁ 4500 ଟଙ୍କା ଦିଆଯାଇଥାଏ। ଯଦି ଆପଣଙ୍କର ଯାଆଁଳା ପିଲା ଅଟନ୍ତି ତାହେଲେ ମଧ୍ୟ ଦୁଇଟି ପିଲା ପାଇଁ ଭତ୍ତା ମିଳିଥାଏ। ଯଦି କୌଣସି କର୍ମଚାରୀ କ୍ଲେମ କରି ନାହାଁନ୍ତି ତାହେଲେ ଜଲଦି କରିନିଅନ୍ତୁ। ଯାହାଦ୍ୱାରା ଆପଣଙ୍କ ସାଲାରୀରେ 4509 ଟଙ୍କା ଅତିରିକ୍ତ ଆସିଯିବ।

odia sambada
Comments (0)
Add Comment