ଏଣିକି ଆଉ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବନି ଋଷିଆ !

ଆଜକୁ ରୁଷିଆ-ୟୁକ୍ରେନ ମଧ୍ୟରେ ୩୪ ଦିନର ଯୁଦ୍ଧ ହୋଇଗଲାଣି। ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ଆଲୋଚନାରୁ ଆସିଲା ଏକ ବଡ଼ ସୂଚନା। ଯୁଦ୍ଧରେ ବ୍ରେକ ଲଗାଇ ଶାନ୍ତି ଆଲୋଚନା ପାଇଁ ରୁଷିଆ ରାଜି ଅଛି ବୋଲି କହିଲା। କିଭ୍ ଓ ଚେର୍ଣ୍ଣିଗିଭରେ ଆକ୍ରମଣର ହ୍ରାସ ପାଇଁ ରୁଷିଆ ସହମତି ପ୍ରକାଶ କଲା।

ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ଆଜି ମଧ୍ୟ ଋଷିଆ ଜୋରଦାର ଆକ୍ରମଣ କରିଛି। ଆକ୍ରମଣ ପାଇଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି। ଋଷ୍‌ର ଆକ୍ରମଣ ଏତେ ପ୍ରଚଣ୍ଡ ରହୁଛିଯେ, ୟୁକ୍ରେନରୁ ସାଧାରଣ ଲୋକଙ୍କୁ ମଧ୍ୟ ଉଦ୍ଧାର କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ୁଛି। ମସ୍କୋ କହିଛିକି, ଆମ ଦେଶ ଉପରେ ଯେତେବେଳେ ବିପଦର ଆଶଙ୍କା ଥିବା ନେଇ ଆମେ ସନ୍ଦେହ କରିବୁ ସେହି ସମୟରେ ଆମେ ସୁରକ୍ଷା ଦୃଷ୍ଟିରୁ ପରମାଣୁ ଅସ୍ତ୍ରକୁ ବ୍ୟବହାର କରିବୁ।

ମିଳିଥିବା ସୂଚନା ଅନୁଯାୟୀ, ଋଷିଆ ବର୍ତ୍ତମାନ ୟୁକ୍ରେନର ମାନବୀୟ ପଥ ଉପରେ ଆକ୍ରମଣ କରିବା ପାଇଁ ଧୀରେ ଧୀରେ ଯୋଜନା କରୁଛି। ତେବେ ଋଷର ଆକ୍ରମଣରେ ମାରିଓପୋଲର ସ୍ଥିତି ସଙ୍ଗୀନ ହେଲାଣି। ଋଷର ସୈନ୍ୟମାନଙ୍କ ଆକ୍ରମଣରେ ୟୁକ୍ରେନର ଗୋଟିଏ ଗୋଟିଏ ସହରର ପ୍ରାୟ ୯୦ ପ୍ରତିଶତ ଘର ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି।

କେବଳ ମାରିଓପୋଲରେ ୬୦ ପ୍ରତିଶତ ଘର ଉପରେ ସିଧାସଳଖ ଆକ୍ରମଣ ହୋଇସାରିଛି। ସହରରେ ୭ଟି ହସ୍ପିଟାଲ୍‌ ନଷ୍ଟ ହେବା ସହିତ ଏଥି ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ୫ରୁ ଅଧିକ ପ୍ରସୂତି ମେଡ଼ିକାଲ ସମେତ ୬୦ରୁ ଅଧିକ ସ୍କୁଲକୁ ଋଷିଆ ଧ୍ୱଂସ କଲାଣି। ସ୍ଥିତି ଏମିତି ହେଲାଣିଯେ, ମାରିଓପୋଲର ମେୟର କହିଛନ୍ତି, ବର୍ତ୍ତମାନ ଆମ ହାତରେ ଆଉ କିଛି ନାହିଁ। ଆମେ ବର୍ତ୍ତମାନ ରୁଷ୍‌ ସୈନିକଙ୍କ କବ୍‌ଜାରେ। ମାରିଓପୋଲ୍‌ରୁ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି।

ତେବେ ମୋଟ୍‌ ଉପରେ ବର୍ତ୍ତମାନ ସବୁଆଡ଼େ ହାହାକାର ସ୍ଥିତି। ବାହାରେ ମୃତ୍ୟୁର ଦୂତ ବୁଲୁଛନ୍ତି। ଯୁଦ୍ଧ ପାଇଁ କାହାର ସିନ୍ଦୂର ପୋଛି ହୋଇଯାଇଛି ତ କିଏ ନିଜର ବାପାମା’ଙ୍କୁ ହରାଇଛି। ପୁଣି କିଏ ନିଜର ସନ୍ତାନକୁ ହରାଇ କାନ୍ଦୁଛି। ଶହ ଶହ ସାଧାରଣ ନାଗରିକମାନଙ୍କ ସମତେ କୁନି କୁନି ପିଲା ମଧ୍ୟ ଏହି ଯୁଦ୍ଧର ଶିକାର ହେଉଛନ୍ତି।

odia sambada
Comments (0)
Add Comment