ଲୋଭ ଦେଖାଇ ଲେଡି ଟିଚର 13 ବର୍ଷୀୟ ଛାତ୍ରଙ୍କ ସହିତ କଲେ ବିବାହ, ଚଉଠି ରାତି ପରେ ହେଲା ନାଟକ

ପଞ୍ଜାବର ଜାଳନ୍ଧରରୁ ଗୋଟିଏ ଅନନ୍ୟ ମାମଲା ସାମ୍ନାକୁ ଆସିଛି, ଯାହାକି ଲଗାତାର ହେଡଲାଇନରେ ରହିଆସୁଛି । ରିପୋର୍ଟ ଅନୁଯାୟୀ ଜାଳନ୍ଧରର ବାବା ଖେଳ ବସ୍ତି ଅଞ୍ଚଳରେ ରହୁଥିବା ମହିଳା ଟିଚରଙ୍କ ବିବାହ ଦୀର୍ଘ ସମୟ ଧରି ହୋଇପାରୁ ନଥିଲା ଏବଂ ସେ ନିଜ ବିବାହକୁ ନେଇ ବହୁତ୍ ଚିନ୍ତିତ ଥିଲେ । ତାଙ୍କୁ କୌଣସି ବ୍ୟକ୍ତି କହିଥିଲେ ଯେ ତାଙ୍କ ବିବାହରେ କୌଣସି ପ୍ରକାରର ଦୋଷ ରହିଛି ଏବଂ ତାହା ସମସ୍ୟା ସୃଷ୍ଟି କରୁଛି ।

ଏପରି ପରିସ୍ଥିତିରେ ମହିଳା ତାପରେ ନିଜର ଜଣେ ଛାତ୍ର ଏବଂ ତାର ପରିବାରକୁ ବିଶ୍ଵାସରେ ନେଲେ ଏବଂ ଛାତ୍ରକୁ ଫ୍ରି ଟିଉସନର ଲୋଭ ଦେଖାଇ 6 ଦିନ ପଯ୍ୟନ୍ତ ନିଜ ଘରେ ହିଁ ରଖିଲେ । ଛାତ୍ରର ଘରଲୋକେ ଜାଣିଥିଲେ ଯେ ତାଙ୍କ ପୁଅ ଟିଚରଙ୍କ ଘରେ ଅଛି ଏବଂ ସେଠାରେ ପାଠ ପଢୁଛି, କିନ୍ତୁ ସେମାନେ ଏ କଥା ଜାଣିନଥିଲେ ଯେ ଟିଚରଙ୍କ ମନରେ କଣ୍ ଚାଲିଛି ।

ଛାତ୍ର ସହିତ ଜବରଦସ୍ତି କଲେ ବିବାହ :-

ରିପୋର୍ଟ୍ ଅନୁଯାୟୀ, ସେହି ଲେଡି ଟିଚର 6 ଦିନ ଧରି ଛାତ୍ରଙ୍କୁ ଜବରଦସ୍ତି ନିଜ ଘରେ ଅଟକାଇ ରଖିଲେ ଏବଂ ବିବାହର ସବୁ ରୀତିନୀତି ପୁରା କଲେ । ବିବାହ ପାଇଁ ଟିଚର ସମ୍ପୂର୍ଣ୍ଣ ଭାବେ କନ୍ୟା ବେଶ ହେଲେ ଏବଂ ସେ ହଳଦୀ- ମେହେନ୍ଦି ଭଳି ସବୁ ରୀତିନୀତି ପାଳନ କଲେ । ବିବାହ ପରେ ଲେଡି ଟିଚର ଏହି 13 ବର୍ଷୀୟ ପିଲା ସହିତ ସ୍ବାମୀ – ସ୍ତ୍ରୀ ଭଳି ରହିଲେ ।

ବିବାହ ହେବାର 6 ଦିନ ପରେ ମହିଳା ପଣ୍ଡିତ କହିବା ଅନୁଯାୟୀ ବିଧବା ହେବାର ନାଟକ କଲେ ଏବଂ ନିଜ ଚୁଡ଼ି ମଧ୍ୟ ଭାଙ୍ଗିଦେଲା । କେବଳ ଏତିକି ନୁହେଁ, ଲେଡି ଟିଚର ଏଥିପାଇଁ ନିଜ ଘରେ ଗୋଟିଏ ଶୋକ ସଭା ମଧ୍ୟ ରଖିଲେ ।

ଛାତ୍ର ଘର ଲୋକମାନଙ୍କୁ ସବୁକଥା ଶୁଣାଇଲା :-

ବିବାହ ପରେ ଲେଡି ଟିଚର ଛାତ୍ରକୁ ନିଜ ଘରକୁ ପଠାଇ ଦେଲା, ଯେଉଁଠାରେ ଛାତ୍ର ନିଜ ଘର ଲୋକଙ୍କୁ ନିଜ ସହିତ ଘଟିଥିବା ସବୁ ଘଟଣା ବିଷୟରେ କହିଲା । ଛାତ୍ର ମୁହଁରୁ ଏହିପରି କଥା ଶୁଣି ଘର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେମାନେ ବସ୍ତି ବାବା ଖେଳ ପୋଲିସ ଷ୍ଟେସନରେ ଲେଡି ଟିଚର ବିରୋଧରେ ଅଭିଯୋଗ କଲେ । ସେହିପରି ବରିଷ୍ଠ ପୋଲିସ୍ ଅଧିକାରୀମାନେ ଏହି ମାମଲାରେ ଯାଞ୍ଚ କରିବାପାଇଁ ଆଦେଶ ଦେଇଛନ୍ତି ।

odia sambada
Comments (0)
Add Comment