ତାମିଲନାଡୁର ବେଲ୍ଲୁରରୁ ଗୋଟିଏ ଯନ୍ତ୍ରଣାଦାୟକ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ଘରେ ଠିଆ ହୋଇଥିବା ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିବା କାରଣରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି । ଘରେ ସ୍କୁଟର ଜଳିବା କାରଣରୁ ଏ ଦୁହେଁ ଅଣନିଶ୍ବାସୀ ହୋଇଗଲେ ଏବଂ ଦୁହିଁଙ୍କର ମୃତ୍ୟୁ ହୋଇଗଲା ।
ପୋଲିସ କହିଛି ଯେ 49 ବର୍ଷୀୟ ଏମ ଦୂରଇବର୍ମା ଗୋଟିଏ ଫଟୋ ଷ୍ଟୁଡିଓ ଚଳାଇଥାନ୍ତି ଏବଂ ସେ କିଛି ଦିନ ପୂର୍ବରୁ ହିଁ ଇଲେକ୍ଟ୍ରିକ ସ୍କୁଟର କିଣିଥିଲେ । ସେ ନିଜ ଘରର ଗୋଟିଏ ପୁରୁଣା ସକେଟରେ ସ୍କୁଟରକୁ ଚାର୍ଜ ଲଗାଇଲେ ଏବଂ ଶୋଇବାକୁ ଚାଲିଗଲେ । ଏହି କାରଣରୁ ଇଲେକ୍ଟ୍ରିକ ସ୍କୁଟରରେ ସର୍ଟ ସର୍କିଟ ହେଲା ଏବଂ ନିଆଁ ଲାଗିବା ପରେ ଘର ସାରା ଧୂଆଁ ଭର୍ତ୍ତି ହୋଇଗଲା ।
ଘଟଣାରେ ଝିଅର ମଧ୍ୟ ମୃତ୍ୟୁ :-
ଏହି ଘଟଣାରେ ଦୁରଇବର୍ମାଙ୍କ ଝିଅ ମୋହନା ପ୍ରିତିଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ଯିଏକି ଅଷ୍ଟମ କ୍ଲାସରେ ପଢନ୍ତି । ପୋଲିସ କହିଛି ଯେ ବୋଧହୁଏ ସେହି ସର୍କେଟ ପୁରୁଣା ଥିଲା, ଯାହାର କମ୍ ଭୋଲ୍ଟେଜ୍ କାରଣରୁ ଇଲେକ୍ଟ୍ରିକ ସ୍କୁଟର ଚାର୍ଜ ହୋଇପାରିଲା ନାହିଁ ଏବଂ ସର୍ଟ ସର୍କିଟ ହୋଇଗଲା । ସ୍ଥାନୀୟ ଲୋକେ କହିଛନ୍ତି ଯେ ସେମାନେ ରାତି 1ଟାରେ ଜଳୁଥିବା ଇଲେକ୍ଟ୍ରିକ ସ୍କୁଟର ଦେଖିଲେ, ଯେଉଁ କାରଣରୁ ଘର ସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା ।
ସେମାନେ ପୋଲିସ ଏବଂ ଦୁରଇବର୍ମାଙ୍କ ଭଉଣୀଙ୍କୁ ଏହାର ସୂଚନା ଦେଲେ, ଯିଏକି ତାଙ୍କ ଘର ଠାରୁ କିଛି ଦୂରରେ ରହୁଥିଲେ । ତେବେ ସ୍ଥାନୀୟ ଲୋକେ ନିଆଁ ଅଧିକ ହୋଇଥିବାରୁ ଲିଭାଇ ପାରିଲେ ନାହିଁ ଏବଂ ଏହି ନିଆଁ ଆଖପାଖରେ ଠିଆ ହୋଇଥିବା ପେଟ୍ରୋଲ ବାଇକ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା ।
ଅଣନିଶ୍ବାସୀ ହୋଇଯିବା କାରଣରୁ ହେଲା ଦୁହିଁଙ୍କର ମୃତ୍ୟୁ :-
ବେଲ୍ଲୁରରୁ ଫାୟାର ଫାଇଟର ଘଟଣାସ୍ଥଳରେ ପହଞ୍ଚିଲେ ଏବଂ ନିଆଁ ଲିଭାଇଲେ । ଏହାପରେ ସ୍ଥାନୀୟ ଲୋକେ ସାମ୍ନା କବାଟ ଭାଙ୍ଗି ଭିତରେ ପଶିଲେ, ଯେଉଁଠାରେ ଦୁରଇବର୍ମା ଏବଂ ତାଙ୍କ ଝିଅ ମୃତ ଅବସ୍ଥାରେ ମିଳିଲେ । ପୋଲିସ କହିଛି ଯେ ଅଣନିଶ୍ବାସୀ ହୋଇଯିବା କାରଣରୁ ବୋଧହୁଏ ଏ ଦୁହିଙ୍କର ମୃତ୍ୟୁ ହୋଇଛି, କାରଣ ଶରୀର ଉପରେ ଜଳିବାର ଚିହ୍ନ ହିଁ ନାହିଁ ।