ଶର୍ମିଷ୍ଠାଙ୍କୁ ମିଳିଲା ନାହିଁ ଜାମିନ : ଗିରଫ ହେବା ପରେ ୫ ଦିନ ପାଇଁ ରିମାଣ୍ଡରେ ଯିବେ ମାଲିକାଣୀ

ଗତକାଲି କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ‘ସଂପୂର୍ଣ୍ଣ’ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଚାନ୍ଦବାଲି ପୋଲିସ ରିମାଣ୍ଡରେ ନେଲା। ପାଖାପାଖି ମାସେ କାଳ ଧରି ଲୁଚା ଲୁଚି ପରେ ଗତକାଲି ପୋଲିସ ତାଙ୍କୁ ଧରିଛି। ଶର୍ମିଷ୍ଠାକୁ ସୋମବାର ଦିନ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା , ପୋଲିସ। ବସ୍ ଯୋଗେ କଲିକତାରୁ ଫେରୁଥିବାବେଳେ ଶର୍ମିଷ୍ଠାଙ୍କୁ ପୋଲିସ ଧରିଥିଲା। ଶର୍ମିଷ୍ଠାଙ୍କ ସହ ତାଙ୍କର ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଗିରଫ କରିବା ପରେ ଉଭୟଙ୍କୁ ଚାନ୍ଦବାଲି ଜେଏମଏଫସି କୋଟରେ ନେଇ ହାଜର କରାଯାଇଥିଲା। ତେବେ ଉଭୟଙ୍କର ଜାମିନର ଆବେଦନକୁ ଖାରଜ କରିବା ସହିତ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ଏହା ସହିତ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଅବସରପ୍ରାପ୍ତ ଓଇଏସ ନିରଞ୍ଜନ ସେଠୀ ଏବଂ ଅନ୍ୟଜଣେ ରଞ୍ଜନ ନାୟକଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ନେଇଛି। ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେବ। ୪ ଅଭିଯୁକ୍ତ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ। ୭ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା।

ଏକ ମେମୋରୀ ଚିପ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା। ଭୁବନେଶ୍ୱରରେ ହତ୍ୟା କରିବା ପରେ ନୟାଗଡ଼ରେ ତାଙ୍କର ଶବ ପୋତାଯାଇଥିଲା। ସେପଟେ ମାନସଙ୍କର ମା ଅଭିଯୋଗ କରିଛନ୍ତିଯେ ପୋଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ପାଇଁ ମାନସଙ୍କର ମୃତ୍ୟୁ ହୋଇଛି। ଯଦି ପୋଲିସ ଠିକ ସମୟ ମଧ୍ୟରେ ପଦକ୍ଷେପ ନେଇଥାନ୍ତା ତେବେ ମାନସ ଜୀବିତ ଥାନ୍ତେ। ମାନସଙ୍କ ମା’ ଦାବି କରିଛନ୍ତିଯେ ମୁଖ୍ୟ ଅଭିଯୁକ୍ତଙ୍କୁ କଲବଲ କରି ଫାଶି ଦିଆଯାଉ।

odia sambada
Comments (0)
Add Comment