ତାମିଲନାଡୁର ସାଲେମରେ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠିକାର ବାସିନ୍ଦା ବି ବୁବାଥି ଗୋଟିଏ ଗୋଟିଏ ଟଙ୍କା ଜମା କରି ନିଜର ପ୍ରିୟ ବାଇକ୍ ବଜାଜ ଡମିନାର 400 କିଣିଛନ୍ତି । ପ୍ରକୃତରେ ବୁବାଥି 3 ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ 1 ଟଙ୍କିଆ କଏନ ଜମା କଲେ ଏବଂ ଏହି ବାଇକକୁ କିଣିଲେ । ମଜାଳିଆ କଥା ତ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଡିଲରସିପ ତାଙ୍କର କଏନଗୁଡ଼ିକୁ ଗଣିବା ଆରମ୍ଭ କଲେ । 1 ଟଙ୍କିଆ କଏନ ଏତେ ଥିଲା ଯେ ଡିଲରସିପକୁ ଏହାକୁ ଗଣିବାରେ 10 ଘଣ୍ଟାର ସମୟ ଲାଗିଲା । ଏହି ସୂଚନା ଭାରତ ଏଜେନ୍ସିର ମ୍ୟାନେଜର ମହାବିକରାନ୍ତ ଦେଇଛନ୍ତି ।
କଏନ ଦ୍ଵାରା ପୁରା କଲେ ସ୍ବପ୍ନ :-
ବୁବାଥି ବିସିଏରେ ଗ୍ରାଜୁଏଟ ଅଟନ୍ତି ଏବଂ 4 ବର୍ଷ ପୂର୍ବରୁ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିବା ପୂର୍ବରୁ ସେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିଲେ । ତିନି ବର୍ଷ ପୂର୍ବରୁ ସେ ବଜାଜ ଡମିନାର 400 କିଣିବାର ସ୍ବପ୍ନ ଦେଖିଥିଲେ, କିନ୍ତୁ ସେହି ସମୟରେ ବାଇକ୍ 2 ଲକ୍ଷ ଟଙ୍କା ଥିଲା ଏବଂ ତାଙ୍କ ପାଖରେ ଏତେ ପଇସା ନଥିଲା ।
ସେ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ମିଳୁଥିବା ପଇସା ମଧ୍ୟରୁ ଗୋଟିଏ – ଗୋଟିଏ କଏନ ଜମା କରିବା ଆରମ୍ଭ କଲେ, ଯେପରିକି ନିଜ ସ୍ବପ୍ନ ପୁରା କରିପାରିବେ । ବୁବାଥି କହିଛନ୍ତି, ” ମୁଁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ମନ୍ଦିର, ହୋଟେଲ ଏପରିକି ଚା ଦୋକାନରୁ ନୋଟ ବଦଳରେ କଏନ ଆଣିଲି ।”
ମୂଲ୍ୟ ବଢିବା କଥା ଜାଣିନଥିଲେ :-
ତାଙ୍କୁ ବାଇକ୍ କିଣିବାର ଠିକ୍ ପୂର୍ବରୁ ଜଣାପଡ଼ିଲା ଯେ ବଜାଜ ଡମିନାର 400 ର ଅନରୋଡ ମୂଲ୍ୟ 2.6 ଲକ୍ଷ ଟଙ୍କା ଅଟେ । ସେତେବେଳେ ସେ ନିଜର ଜମା କରିଥିବା କଏନକୁ ଗଣିବା ଆରମ୍ଭ କଲେ ଏବଂ ଭାଗ୍ୟ ବଶତଃ ଏହି ରକମ ତାଙ୍କ ସ୍ବପ୍ନ ପୁରା କରିବାପାଇଁ ଯଥେଷ୍ଟ ଥିଲା । ସେ ଏହି ରକମ୍ ନେଇ ଭାରତ ଏଜେନ୍ସୀର ମ୍ୟାନେଜର ମହାବିକରାନ୍ତଙ୍କ ପାଖରେ ପହଞ୍ଚିଲେ ଏବଂ ବାଇକକୁ କଏନ ଦେଇ କିଣିବେ ବୋଲି କହିଲେ । ଆରମ୍ଭରେ ମ୍ୟାନେଜର ମନା କଲେ ଏବଂ କହିଲେ ଯେ 2 ହଜାର ଟଙ୍କାର ନୋଟ ହେଲେ 1 ଲକ୍ଷ ଟଙ୍କା ଗଣିବାପାଇଁ ବ୍ୟାଙ୍କ୍ 140 ଟଙ୍କା କମିଶନ ଚାର୍ଜ କରିଥାଏ, କିନ୍ତୁ ପରେ ସେ ବୁବାଥିଙ୍କ ସ୍ବପ୍ନ ପୁରା ହେବା ଦେଖି ଏହାକୁ ଅନୁମତି ଦେଇଦେଲେ ।