ବୁଢ଼ାକାଳେ ରାସଲୀଳା ! ୩ ଛୁଆର ମା’କୁ ଧରି ଫେରାର ହୋଇଗଲା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି,ଜାଣନ୍ତୁ ପୁରା ଘଟଣା

ଝାଡଖଣ୍ଡର ପଲାମୁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜର ୩ଟି ଛୁଆର ମା’କୁ ନେଇ ଫେରାର ହୋଇ ଯାଇଛନ୍ତି। ଏହି ମାମଲା ପରେ ରାଗରେ ଆସି ଗ୍ରାମବାସୀ ପାଖାପାଖି ୬ ଘଣ୍ଟା ଧରି ପୋଲିସ ବନ୍ଧକ ରଖିଥିଲେ। ଖବର ଅନୁସାରେ, ପଲାମୁ ଜିଲ୍ଲାର ପାଟନା ଥାନା ଅଞ୍ଚଳର ପାଲହେ କାଲା ଗାଁର ଜଣେ ଦୋକାନୀ ୬୦ ବର୍ଷୀୟ ଚନ୍ଦ୍ରେଶ୍ୱର ପାସୱାନ ଗତ ସପ୍ତାହରେ ଗାଁର ତିନି ଛୁଆଙ୍କର ମା’ଥିବା ଜଣେ ମହିଳାଙ୍କୁ ନେଇ ସେ ଫେରାର ହୋଇ ଯାଇଥିଲେ। ମହିଳା ଫେରାର ହୋଇଥିବାର ଖବର ମିଳିବା ପରେ ତାଙ୍କର ସ୍ୱାମୀ ଥାନ ଚନ୍ଦ୍ରେଶ୍ୱର ପାସୱାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।

ଅନ୍ୟପଟେ ଅଭିଯୁକ୍ତ ଚନ୍ଦ୍ରେଶ୍ୱର ପାସୱାନଙ୍କର ଦୁଇ ପୁଅ ରବି ଓ ଶଶି ଉତ୍ତେଜିତ କ୍ରୋଧିତ ହୋଇ ରବିବାର ଦିନ ସକାଳେ ମହିଳାଙ୍କର ସ୍ୱାମୀ ମୁକେଶଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଫାଶୀରେ ଝୁଲାଇଥିଲେ। କିନ୍ତୁ ମୁକେଶଙ୍କର ଝିଅ ଏହାକୁ ଦେଖିବା ପରେ ସେ ଚିତ୍କାର କରିଥିଲେ। ଲୋକମାନେ ଏହା ପରେ ଚିତ୍କାର ଶୁଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୁକେଶଙ୍କୁ ବଞ୍ଚାଇଥିଲେ। ବର୍ତ୍ତମାନ ମେଡିକାଲରେ ମୁକେଶଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଲଗାତାର ଭାବରେ ଚନ୍ଦ୍ରେଶ୍ୱର ପାସୱାନଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି।

ଏହି ମାମଲାରେ ସ୍ୱାମୀ ମୁକେଶ କହିଛନ୍ତିଯେ, ଦୀର୍ଘ ଦିନ ଧରି ତାଙ୍କର ପତ୍ନୀଙ୍କ ସହିତ ଚନ୍ଦ୍ରେଶ୍ୱର ପାସୱାନଙ୍କର ପ୍ରେମ ସମ୍ପର୍କ ଚାଲିଥିଲା। ପାଖାପାଖି ଏକ ସପ୍ତାହ ପୂର୍ବରୁ ଚନ୍ଦ୍ରେଶ୍ୱର ତାଙ୍କର ପତ୍ନୀଙ୍କ ସହିତ ପଳାଇ ଯାଇଥିଲେ। ମହିଳା ଜଣକ ତାଙ୍କର ତିନି ଛୋଟ ପିଲାଙ୍କୁ ଛାଡି ପଳାଇଛନ୍ତି। ବିରୋଧ କରିବାରୁ ଉଭୟ ପରିବାରଙ୍କ ସହିତ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଭିଯୁକ୍ତଙ୍କର ଉଭୟ ପୁଅ ରବିବାର ଦିନ ସକାଳେ ମୁକେଶଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଝିଅ ଆସିଯିବା କାରଣରୁ ତାଙ୍କର ଜୀବନ ବଞ୍ଚିଯାଇଛି।

ବଢ଼ୁଥିବା ଏହି ମାମଲାକୁ ଦେଖି ଚନ୍ଦ୍ରେଶ୍ୱର ପାସୱାନ ମହିଳାଙ୍କୁ ନେଇ ତାଙ୍କର ବାପଘରେ ଛାଡ଼ିଦେଇଥିଲେ। କିନ୍ତୁ ମହିଳାଙ୍କୁ ତାଙ୍କର ବାପଘର ଲୋକ ତଡ଼ିଦେଇଥିଲେ। ଏହାପରେ ମହିଳା ରବିବାର ଦିନ ପାଲହେ ନିଜ ଘରେ ପହଞ୍ଚିଥିଲେ। ଏହା ପରେ ଉତ୍ତେଜିତ ଗ୍ରାମବାସୀ ମହିଳାମାନଙ୍କୁ ବନ୍ଧକ ରଖି ପୋଲିସକୁ ଏହି ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ବନ୍ଧକ ରଖି ଗିରପ କରିବା ପାଇଁ ଦାବି କରିଥିଲେ। ଏହା ସହିତ ମହିଳାଙ୍କର ବାହାଘର ଚନ୍ଦ୍ରେଶ୍ୱର ସହିତ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ।

odia sambada
Comments (0)
Add Comment