ଭାରତୀୟ ବାୟୁସେନାରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ପାସ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ବାହାରିଲା ଚାକିରି ; ସବିଶେଷ ତଥ୍ୟ ବିଷୟରେ ଜାଣନ୍ତୁ …

ଭାରତୀୟ ବାୟୁସେନା ୧୦ମ ଶ୍ରେଣୀ ଓ ଦ୍ବାଦଶ ଶ୍ରେଣୀ ପାସ କରିସାରିଥିବା ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଛି। ହାଉସ୍ କିପିଂ ଷ୍ଟାଫ୍, ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହିନ୍ଦୀ ଟାଇପିଷ୍ଟ ଭଳି ବିଭିନ୍ନ ଗ୍ରୁପ୍ ସି ସିଭିଲ ପଦବୀ ପାଇଁ ବାୟୁସେନା ଆବେଦନ ମାଗିଛି। ଜାରି ହୋଇଥିବା ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ଟି ପଦବୀ ପୂରଣ କରାଯିବ। ଏଥିରେ ହାଉସ୍ କିପିଂ ଷ୍ଟାଫ୍, କୁକ୍, କାର୍ପେଣ୍ଟର ଓ ଏମଟିଏସର ନିଯୁକ୍ତି ବାୟୁସେନା ଷ୍ଟେଶନ ଏବଂ ବାୟୁସେନା ହସ୍ପିଟାଲର ମଧ୍ୟ ହେବ। ଯେତେବେଳେକି, ହିନ୍ଦୀ ଟାଇପିଷ୍ଟ ପଦରେ ଆଶାୟୀମାନଙ୍କର ଭର୍ତ୍ତି ସିଏଏସବି ଦିଲ୍ଲୀରେ କରାଯିବ।

ନିଯୁକ୍ତି ଅଧୀନରେ ସମୁଦାୟ ପଦ ସଂଖା:-

– ହାଉସ୍ କିପିଂ ଷ୍ଟାଫ୍-୧ ପଦ

– ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ (ଏମଟିଏସ୍)-୧ ପଦ

– କୁକ୍ (ସାଧାରଣ ଗ୍ରେଡ୍)-୧ ପଦ

– ବଢ଼େଇ-୧ ପଦ

– ହିନ୍ଦୀ ଟାଇପିଷ୍ଟ-୧ ପଦ

ଏହି ନିଯୁକ୍ତିରେ ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହାଉସ୍ କିପିଂ ଷ୍ଟାଫ୍ ପଦବୀରେ ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। କାରପେଣ୍ଟର ପଦବୀ ପାଇଁ ୧୦ମ ଶ୍ରେଣୀ ପାସ ସହ ଆଶାୟୀ ପ୍ରାର୍ଥୀମାନେ କୋଣସି ମାନତାପ୍ରାପ୍ତ ସଂସ୍ଥାରୁ କାରପେଣ୍ଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ। କୁକ୍ ପଦ ପାଇଁ ୧୦ମ ପାସ୍ ସହ କାଟରିଙ୍ଗରେ ସାର୍ଟିଫିକେଟ୍ କିମ୍ବା ଡିପ୍ଲୋମା ଦରକାର। ସେହିପରି ହିନ୍ଦୀ ଟାଇପିଷ୍ଟ ପଦ ପାଇଁ ଦ୍ବାଦଶ ପାସ୍ ସହ କମ୍ପୁଟରରେ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟରେ ଏବଂ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍ ଟାଇପିଙ୍ଗ୍ ସ୍ପୀଡ୍ ରହିଥିବା ଆବଶକ।

ଏହି ପଦଗୁଡ଼ିକର ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ପାଇଁ ଆମନ୍ତ୍ରଣ କରାଯିବ। ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ସାଧାରଣ ବର୍ଗ ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୨୫ ବର୍ଷ, ଓବିସି ୧୮ ରୁ ୨୮ ବର୍ଷ ଏବଂ ଏସସି/ଏସଟି ବର୍ଗର ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। ଏହି ପଦଗୁଡ଼ିକ ପାଇଁ ଆପଣଙ୍କୁ ଅଫଲାଇନ ମାଧ୍ୟମରେ ଆବେଦନ କରିବା ପାଇଁ ପଡିବ।

odia sambada
Comments (0)
Add Comment