ଆଇପିଏଲ 2022 RCB vs PBKS: ୬ କୋଟିରେ କିଣା ହୋଇଥିବା ଓଡ଼ିଏନ ସ୍ମିଥ ଏକାକୀ ଦଳକୁ ଜିତାଇଦେଲେ, ୨୦୫ ରନ କରି ମଧ୍ୟ ହାରିଲା RCB

ଇଣ୍ଡିଆନ ପ୍ରିମିୟର ଲିଗ ଦ୍ଵିତୀୟ ଦିନ ଖେଳର ଦ୍ଵିତୀୟ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। RCB ପଟକୁ ଏକତରଫା ଯାଉଥିବା ମ୍ୟାଚକୁ ପଞ୍ଜାବ ନିଜ ନାମରେ କରିନେଇଥିଲା। ପଞ୍ଜାବ ତରଫରୁ ଓଡ଼ିନ ସ୍ମିଥ ଓ ଶାହରୁଖ ଖାଁଙ୍କ ଯୋଡ଼ି RCB ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା।

ପଞ୍ଜାବ କିଙ୍ଗସକୁ ଶେଷ 5 ଓଭରରେ 50 ରନର ଆବଶ୍ୟକତା ଥିଲା। ଏହାପରେ ଓଡ଼ିନ ସ୍ମିଥ ଓ ଶାହରୁଖ ଖାଁ ତାବଡ଼ତୋଡ଼ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଓଡ଼ିନ ସ୍ମିଥ କେବଳ 8ଟି ବଲ ଖେଳି 25 ରନ ବନାଇଥିଲେ। ଏଥିରେ ସେ ଏକ ଚୌକା ସହିତ 3ଟି ଛକା ମାରିଛନ୍ତି।

କ୍ୟାଚ ଛାଡ଼ିବା ପଡ଼ିଗଲା ଭାରି:-

ମ୍ୟାଚ ସମୟରେ ଏହା ହୋଇଥିଲା କି, RCB ଗୋଟିଏ ଓଭରରେ ଦୁଇଥର ଓଡ଼ିନ ସ୍ମିଥଙ୍କ କ୍ୟାଚ ଛାଡିଥିଲା ଯାହାଦ୍ୱାରା ଦଳ ହାତରୁ ବିଜୟ ଚାଲିଯାଇଥିଲା। ଓଡ଼ିନ ସ୍ମିଥ ଏକାକୀ ଏହି ମ୍ୟାଚ ଜିତାଇଥିଲେ।

ମେଗା ଅକ୍ସନରେ ଓଡ଼ିନ ସ୍ମିଥଙ୍କୁ ନେବାପାଇଁ ଘମାସନ ଲଢେଇ ହୋଇଥିଲା ଓ ଏଥିରେ ପଞ୍ଜାବ କିଙ୍ଗସ ବାଜି ମାରିଥିଲା। ଫ୍ରାଞ୍ଚାଇଜ ଏହି ଖେଳାଳିକୁ 6 କୋଟି ଟଙ୍କା ଦେଇ କିଣିଥିଲେ। ଏହି ଜମାଇକାନ ଖେଳାଳି ବିଗତ କିଛିବର୍ଷ ହେବ ଶାନଦାର ଫର୍ମରେ ରହିଛନ୍ତି।

205 ରନ କରି ହାରିଲା RCB:-

ରସିବ ପ୍ରଥମେ ବ୍ୟାଟିଂ କରି 205 ରନର ବିଶାଳ ସ୍କୋର କରିଥିଲା। ଦଳର ନୂଆ ଅଧିନାୟକ ଫାଫ ଡୁ ପ୍ଲେସିସ 88 ରନର ଶାନଦାର ପାରି ଖେଳିଥିଲେ। ଏହାବ୍ୟତୀତ ଦୀନେଶ କାର୍ତ୍ତିକ 14 ବଲ ରୁ 33 ରନ କରିଥିଲେ। ଏହି ଆଇପିଏଲର ଏହା ପ୍ରଥମ 200 ରୁ ଅଧିକ ରନ ଥିଲା। କିନ୍ତୁ ଆରସିବି ଟିମ ତଥାପି ବିଜୟ ହାସଲ କରି ପାରିଲାନାହିଁ।

ପଞ୍ଜାବ କଥା କହିବାକୁ ଗଲେ ଅଧିନାୟକ ମୟଙ୍କ ଅଗ୍ରୱାଲ 32, ଶିଖର ଧାୱନ 43, ଭାନୁକା ରାଜପକ୍ଷେ 43 ପାଳି ଖେଳିଥିଲେ। ଶେଷକୁ ଶାହରୁଖ ଖାନ 20 ବଲ 24 ଓ ଓଡ଼ିନ ସ୍ମିଥ 8 ବଲ 25 ବଳରେ ଦଳ କୁ ଜିତାଇଥିଲେ।

odia sambada
Comments (0)
Add Comment