RRR ଭାଙ୍ଗିଲା ‘ବାହୁବଳୀ-2’ର ରେକର୍ଡ

କିଛି ଏକ ନୂଆ ଫିଲ୍ମ ଆସିଲେ ଲୋକମାନଙ୍କ ମନ ସେହି ଫିଲ୍ମ ପାଖରେ ଥାଏ, ସମସ୍ତେ ଭାବନ୍ତି ସେହି ଫିଲ୍ମରେ କଣ ନୂଆ ଅଛି ଦେଖିବାକୁ ମଧ୍ୟ ଚାହାଁନ୍ତି। ଏବେ ମଧ୍ୟ ଏକ ନୂଆ ଫିଲ୍ମ ରିଲିଜ୍ ହେଇଛି ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ମନରେ ବହୁତ ଇଚ୍ଛା ଭରି ରହିଛି, ଆଉ ଏହି ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ରେ ଧମାଲ୍ ମଚେଇ ଦେଇଛି। ଫିଲ୍ମ ନିର୍ମାତା ଏସ. ଏସ. ରାଜାମୌଲୀଙ୍କ ଫିଲ୍ମ ଆରଆରଆର ରୁପେଲି ପରଦାରେ ରିଲିଜ ହେବାର ପ୍ରଥମ ଦିନରେ ହିଁ ଇତିହାସ ରଚିଛି। ଫିଲ୍ମଟି ପ୍ରଥମ ଦିନରୁ ହିଁ ଆୟର ସମସ୍ତ ରେକର୍ଡ ଭାଙ୍ଗି ଧ୍ୱସ୍ତ କରିଦେଇଛି। ଏହାର ପ୍ରଥମ ଦିନ ୱାର୍ଲ୍ଡ ୱାଇଲ୍ଡ କଲେକ୍ସନ ହେଉଛି ୨୫୭ କୋଟି ୧୫ ଲକ୍ଷ ଟଙ୍କା।

ଚଳଚ୍ଚିତ୍ର ସମୀକ୍ଷକମାନେ ଏହାକୁ ପ୍ରଥମ ଦିନରୁ ଏତେ ପରିମାଣର ଆୟ କରିଥିବା ପ୍ରଥମ ଭାରତୀୟ ଫିଲ୍ମର ମାନ୍ୟତା ଦେଇଛନ୍ତି।ଜୁନିଅର ଏନଟିଆର ଏବଂ ରାମଚରଣ ଅଭିନୀତ ଆରଆରଆର ଙ୍କ ହିନ୍ଦୀ ଡବିଂ ସଂସ୍କରଣ ଘରୋଇ ବକ୍ସ ଅଫିସରେ ଆୟ କରିଛି ୧୮ କୋଟି। ଏହାକୁ ଆମେରିକାରେ ବି ବେଶ୍ ଭଲ ରେସପନ୍ସ ମିଳୁଛି। ୨୫ ମାର୍ଚ୍ଚରେ ରିଲିଜ ହୋଇଥିବା ଏହି ଫିଲ୍ମରେ ବଲିଉଡ୍ ତାରକା ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି। ଆରଆରଆର କୁ ଫିଲ୍ମ ସମୀକ୍ଷକମାନେ ବେଶ୍ ଭଲ ରେଟିଂ ଦେଇଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ନଜର ରଖିଥିବା ସମୀକ୍ଷକ ମନୋବାଲା ବିଜୟବାଲନ ଟ୍ୱିଟ୍ କରି କୁହନ୍ତି, ପ୍ରଥମ ଦିନ ୨୫୭.୧୫ କୋଟି କଲେକ୍ସନ କରି ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସ ରେକର୍ଡ କରିଛି ଏହି ଫିଲ୍ମ। ଚଳଚ୍ଚିତ୍ର ସମୀକ୍ଷକ ରମେଶ ବାଲା କୁହନ୍ତି, ଆରଆରଆର ର ହିନ୍ଦୀ ଡବିଂ ଭର୍ସନ ଶୁକ୍ରବାର (୨୫ ମାର୍ଚ୍ଚ) ପ୍ରଥମ ଦିନ ୧୮ କୋଟି ଆୟ କରିଛି। ସେ ଏକ ଟ୍ୱିଟ୍ ଜରିଆରେ ସୂଚାଇଛନ୍ତି, ପ୍ରଥମ ଦିନରେ ହିଁ ଫିଲ୍ମଟି ୨୩.୩ କୋଟିର ସର୍ବକାଳୀନ ରେକର୍ଡ କରିଛି। ତେଲୁଗୁଭାଷୀ ରାଜ୍ୟରେ ଫିଲ୍ମର ପ୍ରଥମ ଦିନର ଆୟ ୧୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆରଆରଆର ହେଉଛି ଏକ ଫିକ୍ସନ ଆଧାରିତ ସିନେମା, ଯାହା ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନ ଉପରେ ଆଧାରିତ।

odia sambada
Comments (0)
Add Comment