ଜିଓର ଜବରଦସ୍ତ ପ୍ଲାନ : ବର୍ଷେ ପାଇଁ ପୁରା ମାଗଣାରେ ମିଳୁଛି ହଟଷ୍ଟାର !

ଭାରତର ଅତି ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ ହୋଇଯାଇଛି। ଭାରତର ଏହି ଫର୍ମାଟ 2022 ରେ ଏକ ନୂଆ ରୂପରେ ଆସିଛି। ଏଥିରେ ବର୍ତ୍ତମାନ 10ଟି ଟିମ ସାମିଲ ରହିଛନ୍ତି। ଦେଖାଯାଏ ତ ଏହି ଟିମର ଜିଓ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି। ସେହିପରି ଏହିବର୍ଷ ଜିଓ ଏକମାତ୍ର ଏମିତି ଏକ ବ୍ରାଣ୍ଡ ଅଟେ ଯିଏକି ଦୁଇଟି ନୂଆ ପ୍ଲେୟାର୍ସ ସହିତ ସମସ୍ତ 10ଟି ଟିମ ସହିତ ପାର୍ଟନରସିପ କରିଛି।

Jio Cricket Play Along (JCPA) ସମୟରେ ମିଳିବ ବହୁତ ସାରା ରିୱାର୍ଡ:-

ଜିଓ ର ଇନ୍ଟରାକ୍ଟିଭ ଗେମ, jio କ୍ରିକେଟ ପ୍ଲେ ଆଲଙ୍ଗ IPL 2022 ପ୍ରତିଯୋଗିତା ପାଇଁ ବଡ଼ ଓ ବହୁତ ଭଲ ରିୱାର୍ଡସ ଆଣିଛି। ଏହାସହ ସମସ୍ତ jio ୟୁଜର୍ସ Disney+hotstar ସହିତ ସମସ୍ତ ମ୍ୟାଚ ଫ୍ରି ଦେଖିପାରିବେ। jio Disney+hotstar ସହିତ ପାର୍ଟନରସିପ ରେ ବହୁତ ସାରା ପ୍ରିପେଡ ପ୍ଲାନ ଲଞ୍ଚ କରିଛନ୍ତି। ଏହାର ଲାଭ ଉଠାଇବା ପାଇଁ ୟୁଜର୍ସ ମୋବାଇଲ, ଟିଭି ଓ ଅନ୍ୟ ଡିଭାଇସ ଗୁଡ଼ିକରେ ଲାଇଭ ମ୍ୟାଚ ଦେଖିପାରିବେ। Disney+Hotstar ବିନା କୌଣସି ଅତିରିକ୍ତ ପ୍ଲାନରେ ମୋବାଇଲ ସବସ୍କ୍ରିପ୍ସନରେ ଉପଲବ୍ଧ ହୋଇଥାଏ। ଏହି ପ୍ଲାନ୍ସରେ Disney+hotstar ପ୍ରିମିୟମ ସବସ୍କ୍ରିପ୍ସନ ମିଳିଥାଏ।

jio 1499 ଓ 4,199 ପ୍ଲାନ ଆଣିଛି। Disney+Hotstar ମୋବାଇଲ ସବସ୍କ୍ରିପ୍ସନ ସହିତ ଦୁଇଟି ନୂଆ ମୋବିଲିଟି ପ୍ଲାନ ଲଞ୍ଚ କରାଯାଇଛି। ଯେଉଁଥିରେ 555 ଟଙ୍କିଆ ଜିଓ ଆଡ଼ ଅନ ପ୍ଲାନ ଓ 2999 ଟଙ୍କାର ବାର୍ଷିକ ପ୍ଲାନ ସାମିଲ ରହିଛି। ଆସନ୍ତୁ ଜାଣିବା ଏହାର ବେନିଫିଟ ବିଷୟରେ।

555 ଟଙ୍କାରେ jio କ୍ରିକେଟ ଡାଟା ଆଡ଼ ଅନ ପ୍ଲାନ:-

ଏଥିରେ 55GB ଡାଟା ଦିଆଯାଉଛି। ଏଥିରେ କଲିଂ ଓ ଏସଏମଏସ ସୁବିଧା ଦିଆଯାଉନାହିଁ। ଏହାସହ 1 ବର୍ଷ ପାଇଁ Disney+hotstar ପ୍ରିମିୟମ ସବସ୍କ୍ରିପ୍ସନ ମଧ୍ୟ ଦିଆଯିବ। ଏହାସହ ଜିଓ ଆପର ସବସ୍କ୍ରିପ୍ସନ ଦିଆଯାଉଛି ଯାହାର ବୈଧତା 55 ଦିନ ଅଟେ।

2,999 ଟଙ୍କାରେ jio କ୍ରିକେଟ ଡାଟା ଆଡ଼ ଅନ ପ୍ଲାନ:-

ଏଥିରେ 2.5 GB ଡାଟା ପ୍ରତିଦିନ ଦିଆଯାଉଛି। ଏଥିରେ ଅନଲିମିଟେଡ଼ କଲିଂ ସୁବିଧା ଓ 100 ଏସଏମଏସ ପ୍ରତିଦିନ ଦିଆଯାଉଛି। ଏହାସହ 1 ବର୍ଷ ପାଇଁ Disney+hotstar ମଧ୍ୟ ଦିଆଯାଉଛି। ଏହାସହ jio ଆପର ସବସ୍କ୍ରିପ୍ସନ ମଧ୍ୟ ଦିଆଯାଉଛି,ଯାହାର ବୈଧତା 365 ଦିନର ଅଟେ।

1499 ଟଙ୍କିଆ ପ୍ୟାକ:-

ଏଥିରେ 2 GB ଡାଟା ପ୍ରତିଦିନ ଦିଆଯାଉଛି। ଏଥିରେ ଅନଲିମିଟେଡ଼ କଲିଂ ସୁବିଧା ଓ 100 ଏସଏମଏସ ପ୍ରତିଦିନ ଦିଆଯାଉଛି। ଏହାସହ 1 ବର୍ଷ ପାଇଁ Disney+hotstar ମୋବାଇଲ ସବସ୍କ୍ରିପ୍ସନ ମଧ୍ୟ ମିଳୁଛି। ଏହାସହ ଜିଓ ଆପ ର ସବସ୍କ୍ରିପ୍ସନ ଦିଆଯାଉଛି ଏହାର ବୈଧତା 84 ଦିନର ଅଟେ।

4,199 ଟଙ୍କିଆ ପ୍ଲାନ:-

ଏଥିରେ 3GB ଡାଟା ପ୍ରତିଦିନ ଦିଆଯାଉଛି ଏଥିରେ ଅନଲିମିଟେଡ଼ କଲିଂ ସୁବିଧା ଓ 100 ଏସଏମଏସ ପ୍ରତିଦିନ ଦିଆଯାଉଛି। ଏହାସହ 1 ବର୍ଷ ପାଇଁ Disney+hotstar ମୋବାଇଲ ସବସ୍କ୍ରିପ୍ସନ ମଧ୍ୟ ଦିଆଯାଉଛି। ଏହାର ବୈଧତା 365 ଦିନ ଅଟେ।

odia sambada
Comments (0)
Add Comment