ଯୁଦ୍ଧ ମଧ୍ୟରେ ୟୁକ୍ରେନ ସୀମାରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଏବେ କଣ ହେବ…….

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ସୀମା ପାଖରେ ଥିବା ପୋଲାଣ୍ଡ ଠାରେ ପହଞ୍ଚି ଯାଇଛନ୍ତି। ସେଠାରେ ସେ ଆମେରିକୀୟ ସୈନ୍ୟଙ୍କ ସହିତ ଆଲୋଚନା କରିବେ ଓ ୟୁକ୍ରେନ ଛାଡ଼ି ପୋଲାଣ୍ଡ ଚାଲି ଆସିଥିବା ଶରଣାର୍ଥୀଙ୍କ ସହିତ ମଧ୍ୟ ଆଲୋଚନା କରିବେ। ବାଇଡେନଙ୍କ ଏହି ପଦକ୍ଷେପ ଦେଖି ଲାଗୁଛି ବହୁତ ଜଲଦି ଆମେରିକା ରୁଷ ଉପରେ କଠିନ ପଦକ୍ଷେପ ଉଠାଇବ।

ବାଇଡେନ ପହଞ୍ଚିଲେ ରେଜଜୋ ଏୟାରପୋର୍ଟ:-

ବାଇଡେନ ପୋଲାଣ୍ଡରେ ଆମରିକା ସେନାର 82 ତମ ଏୟାରବର୍ଣ ଡିଭିଜନର ସଦସ୍ୟଙ୍କ ସହିତ ଭେଟ ହେବେ। ଯିଏକି ପୋଲିସ ସୈନିକଙ୍କ ସହିତ ସେବା କରୁଛନ୍ତି। ସେ ଦକ୍ଷିଣ ପୂର୍ବ ପୋଲାଣ୍ଡର ସବୁଠାରୁ ବଡ଼ ସହର ରେଜଜୋର ଏୟାରପୋର୍ଟରେ ପହଞ୍ଚିଛନ୍ତି। ଯେଉଁଠାରୁ ୟୁକ୍ରେନ ସୀମା ପାଖାପାଖି ଏକଘଣ୍ଟା ଦୂରରେ ରହିଛି। ସେ ବାରସ ରେ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜେଜ ଡୁଡ଼ା ଓ ଅନ୍ୟ ମାନଙ୍କ ସହିତ ଆଲୋଚନା କରିବେ।

ଭୂମି ଅଞ୍ଚଳର ସୂଚନା ନେବେ:-

ପୋଲିଶ ନେତାଙ୍କୁ ଏୟାରପୋର୍ଟ ଠାରେ ବାଇଡେନଙ୍କ ସ୍ୱାଗତ କରିବାର ଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା କାରଣରୁ ଏହା ବିଳମ୍ବ ହୋଇଥିଲା। ହ୍ଵାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକାରୀ ଜେକ ସୁଳିବନ କହିଲେ କି, ବାଇଡେନ ଆମେରିକୀୟ ସୈନିକ ଓ ମାନବୀୟ ବିଶେଷଜ୍ଞଙ୍କ ଠାରୁ ଭୂମି ଅଞ୍ଚଳ ବିଷୟରେ ଶୁଣିବେ ଓ ସେ ଏହାପରେ ସୁନିଶ୍ଚିତ କରିବେ କି, କଣ ପଦକ୍ଷେପ ନେବା ଉଚିତ ରହିବ।

ଦୁଇ ଦିବସୀୟ ଯାତ୍ରାରେ ବାଇଡେନ:-

ସେହିପରି ବାଇଡେନ ଏହି ସଙ୍କଟ ସମୟରେ ନାଟୋ ର ଏକ ମୁଖ୍ୟ ସଦସ୍ୟଙ୍କ ସାହାର୍ଯ୍ୟ ନେଇ ଆମେରିକାର ପ୍ରତିବଦ୍ଧତା ଦର୍ଶାଇବେ। ବ୍ରସେଲସ ରେ ୟୁକ୍ରେନ ମୁଦ୍ଦା ଉପରେ ନାଟୋ 7 ଉଦ୍ୟୋଗିକ ଦେଶର ସମୂହ ଓ 27 ୟୁରୋପୀୟ ସଦସ୍ୟଙ୍କ ଆପତ୍ତକାଳୀନ ବୈଠକରେ ଭାଗ ନେବାପରେ ବାଇଡେନ ଦୁଇ ଦିବସୀୟ ଯାତ୍ରାରେ ପୋଲାଣ୍ଡ ଆସିଛନ୍ତି।

13 ବିଲିୟନ ଡ଼ଲାର ର ସହାୟତା:-

ଜଣାଇଦେଉଛୁ ଆମେରିକୀୟ କଂଗ୍ରେସ ଏହି ମାସ ୟୁକ୍ରେନ ପାଇଁ ମାନବୀୟ ଓ ସୈନ୍ୟ ସହାୟତାକୁ ନେଇ 13 ବିଲିୟନ ଆମେରିକୀୟ ଡ଼ଲାରରୁ ଅଧିକ ଖର୍ଚ୍ଚ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବାଇଡେନ ପ୍ରଶାସନ ଏହି ସହାୟତା ରାଶିକୁ ପଠାଇବା ଆରମ୍ଭ କରିଦେଇଛି।

2014 ରୁ ସେଠାରେ ରହିଛନ୍ତି ଆମେରିକୀୟ ସୈନ୍ୟ:-

ଜଣାଇଦେଉଛୁ ୟୁକ୍ରେନରେ ରୁଷ ଆକ୍ରମଣ ପରେ ପ୍ରାୟ 35 ଲକ୍ଷ ଲୋକ ଦେଶ ଛାଡ଼ି ସାରିଲେଣି, ଯେଉଁଥିରୁ 20 ଲକ୍ଷରୁ ଅଧିକ ଶରଣାର୍ଥୀ ପୋଲାଣ୍ଡରେ ଶରଣ ନେଇଛନ୍ତି। ପୋଲାଣ୍ଡରେ ଏକହଜାର ଆମେରିକୀୟ ସୈନ୍ୟ ମହଜୁଦ ରହିଛନ୍ତି। 2014 ମସିହାରେ ପ୍ରଥମେ ରୁଷ ୟୁକ୍ରେନ ଭିତରକୁ ପଶିବାକୁ ଉଦ୍ୟମ କରିଥିବା ସମୟରୁ ହିଁ ଆମେରିକୀୟ ସୈନ୍ୟ ପୋଲାଣ୍ଡରେ ରହି ଆସୁଛନ୍ତି।

odiasambada
Comments (0)
Add Comment