ପ୍ରେମ ଆଗରେ ହାର ମାନିଲାନି ବୟସ : ୬୭ ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବସିଲେ ୨୮ ବର୍ଷୀୟ ଯୁବକ

ପ୍ରେମ କେବେ କାହାକୁ, କେମିତି, ହୋଇଯାଏ ସେବିଷୟରେ ହୁଏତ କେହି କହିପାରିବେ ନାହିଁ। ଆଉ ଏମିତିରେ କହିବା ପାଇଁ ଗଲେ ପ୍ରେମ ଅନ୍ଧ ଅଟେ। ଏମିତିକି ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଆଦି କିଛି ମନେ ରଖେନାହିଁ। ଏମିତି ହିଁ ଏକ ପ୍ରେମ କାହାଣୀ ବର୍ତ୍ତମାନ ସାମ୍ନାକୁ ନଜର ଆସିଛି। ଯାହା ବାବଦରେ ଯିଏବି ଶୁଣିବ ନିଶ୍ଚୟ ଦଣ୍ଡେ ଭାବି ବସିବ। ପ୍ରକୃତରେ ଗୁଆଲିୟରର ମୁରେନା ଜିଲ୍ଲାରେ ବାସ କରୁଥିବା ୬୭ ବର୍ଷୀୟା ରାମାକାଳୀ ନାମକ ଜଣେ ମହିଳାଙ୍କର ଜଣେ ୨୮ ବର୍ଷୀୟ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

କେବଳ ପ୍ରେମ ସମ୍ପର୍କ ଗଢି ଉଠିଛି ତାହା ନୁହେଁ, ବରଂ ଦୁହେଁ ବର୍ତ୍ତମାନ ଲିଭଇନ ରିଲେସନସିପରେ ମଧ୍ୟ ଅଛନ୍ତି। ଏହି ଦୁହେଁ ପରସ୍ପରକୁ ଭଲ ପାଉଥିଲେ ସୁଦ୍ଧା ଦୁହେଁ ବିବାହ କରିବା ପାଇଁ ଚାହୁଁନାହାନ୍ତି। ଆଗକୁ ମଧ୍ୟ ଲିଭଇନ ରିଲେସନସିପରେ ରହିବେ ବୋଲି କହିଛନ୍ତି। ଏହି ସମ୍ପର୍କକୁ ମାନ୍ୟତା ଦେବା ପାଇଁ ଗୁଆଲିୟର କୋର୍ଟରେ ଯାଚିକା ମଧ୍ୟ ଦାୟର କରିଛନ୍ତି। ଏହି ମାମଲାକୁ ନେଇ ଆଡ଼ଭୋକେଟ ଦିଲୀପ ଅବସ୍ଥି କହିଛନ୍ତିକି ଏହି ଯୋଡି ମୁରେନା ଜିଲ୍ଲାର କେଲାରସର ବାସିନ୍ଦା ଅଟନ୍ତି। ବୟସର ଏତେ ତାରତମ୍ୟ ଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିଲା।

ଲିଭଇନରେ ରହିବା ସମୟରେ ଯେମିତି କୌଣସି ବିବାଦ ନ ହୁଏ ସେ ବିଷୟରେ କୋର୍ଟରେ ଦୁଇଜଣ ନୋଟାରି କରାଇଛନ୍ତି। ସମ୍ପୂର୍ଣ୍ଣ କାଗଜପତ୍ର ସହ ବିଦ୍ଧିବଦ୍ଧ ଭାବରେ କୋର୍ଟରୁ ନୋଟାରି କରାଇନେଲେ ଆଗକୁ ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାର ବିବାଦ ସ୍ଥିତି ଉଠିବା ନାହିଁ ବୋଲି ଦୁହିଁଙ୍କ ମତ। ସତରେ ଏହି ନିବିଡ଼ ପ୍ରେମ ସମ୍ପର୍କର ଏମିତି ଉଦାହରଣ ବହୁତ ନିଆରା ଓ ସ୍ୱତନ୍ତ୍ର ଅଟେ। ଏମିତି ଘଟଣା ସାଧାରଣତଃ ଏତେଟା ଘଟିନଥାଏ। ଯାହା ହେଉ ଏମିତି ଏକ ପରିଣତ ବୟସରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି ପ୍ରେମର ଏମିତି ଉଦାହରଣ ସାମ୍ନାକୁ ଆସୁଛି ଯାହାକି ପ୍ରେମର ପରିଭାଷାକୁ ପରିବର୍ତ୍ତନ କରିଦେଉଛି।

odia sambada
Comments (0)
Add Comment