ଏହି ସବୁ ଡକ୍ୟୁମେଣ୍ଟସ ରାସ୍ତାରେ ବାଇକ ଚଲାଇବା ସମୟରେ ନିଜ ପାଖରେ ରଖନ୍ତୁ; ନହେଲେ ଆପଣଙ୍କୁ ହଜାର ହଜାର ଟଙ୍କାର ଚାଲାଣ ଭରିବା ପାଇଁ ପଡ଼ିବ

ରାସ୍ତାରେ ବାଇକ ଚଲାଇବା ସମୟରେ ଆବଶ୍ୟକ ଥିବା ଡକ୍ୟୁମେଣ୍ଟସ୍‌ ସବୁବେଳେ ନିଜ ପାଖରେ ରଖନ୍ତୁ। ଏହିସବୁ କାଗଜପତ୍ରକୁ ଅପ୍‌ଟୁଡେଟ୍‌ ପ୍ରସ୍ତୁତ କରି ରଖନ୍ତୁ, ଯାହାକି କୌଣସି ଜରୁରୀକାଳୀନ ସ୍ଥିତିରେ ଆପଣଙ୍କର କାମରେ ଆସିପାରିବ। ଏହି ଡକ୍ୟୁମେଣ୍ଟସ୍‌ ଇନ୍‌ସ୍ୟୁରାନ୍ସ କ୍ଲେମ କରିବା ଏବଂ ଗାଡ଼ିର ପରମିଟ ବନାଇବା ଆଦିରେ ସବୁବେଳେ କାମରେ ଆସିଥାଏ। ଆଜି ଆମେ ଆପଣଙ୍କୁ ଗାଡ଼ିର ୬ଟି ଜରୁରୀ ଡକ୍ୟୁମେଣ୍ଟ ବିଷୟରେ କହିବାକୁ ଯାଉଛୁ ଯାହାକି ବାଇକ ଚଲାଇବା ସମୟରେ ନିଜ ପାଖରେ ନିଶ୍ଚିତ ରଖିବା ଜରୁରୀ।

ଟୁ ହ୍ଵିଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ:-

ଟୁ ହ୍ଵିଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ ବା RC ଏହି କଥାର ପ୍ରମାଣ ଦିଏଯେ ଗାଡ଼ି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଛି। ଏଥିରେ ଗାଡ଼ିର ଶ୍ରେଣୀ, ଯେଉଁ ସୀମାରେ ଗାଡ଼ି ବ୍ୟବହାର ହୋଇପାରିବ, ଚେଚିସ ଏବଂ ଇଞ୍ଜନ ନମ୍ବର, ବ୍ୟବହୃତ ଇନ୍ଧନର ସୂଚନା ଓ ଏହାର କ୍ଷମତା ବିଷୟରେ ମଧ୍ୟ ସୂଚନା ରହିଥାଏ। କିଛିଦିନ ପରେ RCର ସମୟ ସୀମା ମଧ୍ୟ ସମାପ୍ତ ହୋଇଯାଇଥାଏ, ତେଣୁ ଏହାକୁ ରିନ୍ୟୁ କରାଇବାକୁ ପଡ଼ିଥାଏ।

ଡ୍ରାଇଭିଂ ଲାଇସେନ୍ସ:-

ଡ୍ରାଇଭିଂ ଲାଇସେନ୍ସ ବା DL ଏହା ପ୍ରମାଣ ଦିଏକି, ବ୍ୟକ୍ତିଙ୍କୁ କେଉଁଭଳି ଗାଡ଼ି (ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ) ଚଲାଇବାର ଅନୁମତି ଅଛି। ଡ୍ରାଇଭିଂ ଟେଷ୍ଟ ପାସ କରିବା ପରେ ହିଁ ଡ୍ରାଇଭରଙ୍କୁ DL ଦିଆଯାଇଥାଏ। ଯଦି କୌଣସି ବ୍ୟକ୍ତି ବିନା DLରେ ଗାଡ଼ି ଚଲାଉଥିବାର ଧରାପଡ଼ନ୍ତି, ତେବେ ଏହାପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଗାଡ଼ିର ବୀମା:-

କୌଣସି ଗାଡ଼ିର ଇନ୍‌ସ୍ୟୁରାନ୍ସ ଗାଡ଼ି ମାଲିକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟରୁ ଗୋଟିଏ ହୋଇଥାଏ। ଏହି ଡକ୍ୟୁମେଣ୍ଟ ବୀମାକର୍ତ୍ତାଙ୍କର ନାମ, ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବର, କଭରେଜ ଟାଇପ ଏବଂ ବୀମା ଅବଧି ଭଳି ସୂଚନା ରଖିଥାଏ। ବୀମାର ପ୍ରକାର ମଧ୍ୟରେ ଫାର୍ଷ୍ଟ ପାର୍ଟି ଇନ୍‌ସ୍ୟୁରାନ୍ସ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ, ସ୍ୱତଃ ବାଇକ୍‌ ଡ୍ୟାମେଜ ପଲିସି ଆଦି ଏଥିରେ ସାମିଲ ରହିଛି।

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର:-

ଏହି ପ୍ରମାଣପତ୍ରରେ ବାଇକର ଉତ୍ସର୍ଜନ ସ୍ତରର ସୂଚନା ରହିଥାଏ। ଏହି ସ୍ତର ସରକାରଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ହୋଇଥିବା ମାନକ ସହ ମିଶିବା ବହୁତ ଜରୁରୀ ଅଟେ। ଉତ୍ସର୍ଜନ ନିୟନ୍ତ୍ରଣ ପଲିସିକୁ ବାରମ୍ବାର ସଂଶୋଧିତ କରାଯାଇଥାଏ। ଯଦି ପିୟୁସି ସାର୍ଟିଫିକେଟର ସମୟ ସୀମା ସମାପ୍ତ ହୋଇଯାଇଥାଏ, ତେବେ ଗାଡ଼ି ମାଲିକଙ୍କୁ ତୁରନ୍ତ ଏହାକୁ ରିନ୍ୟୁ କରାଇ ନେବା ଉଚିତ।

ଗାଡ଼ି ଫିଟନେସର ପ୍ରମାଣପତ୍ର:-

ଗାଡ଼ିର ଫିଟନେସକୁ ଯାଞ୍ଚ କରି ଆରଟିଓ ଦ୍ୱାରା କରାଯାଇଥାଏ। ଯଦି ସେମାନେ ଉତ୍ସର୍ଜନ କ୍ଷମତାରେ କୌଣସି ପ୍ରକାର ସମସ୍ୟା ପାଆନ୍ତି, ତେବେ ପ୍ରମାଣପତ୍ର ଜାରି କରନ୍ତି ନାହିଁ।

ଚାଳକଙ୍କ ପାଇଁ ମେଡିକାଲ ସାର୍ଟିଫିକେଟ:-

ନିର୍ଦ୍ଦିଷ୍ଟ ୫୦ ବର୍ଷ ପରେ ଡ୍ରାଇଭରଙ୍କୁ ଯେତେବେଳେ ପଚରାଗଲେ ସେ ମେଡିକାଲ ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟ ହେବେ। ମେଡିକାଲ ସାର୍ଟିଫିକେଟରେ ଜଣେ ପ୍ରମାଣିତ ଡାକ୍ତରଙ୍କ ହସ୍ତାକ୍ଷର ରହିବା ମଧ୍ୟ ଦରକାର, ଯିଏ ବ୍ୟକ୍ତିଙ୍କୁ ଦୁଇ ଚକିଆ ଚଲାଇବା ପାଇଁ ଫିଟ ଥିବାର ନେଇ ଆକଳନ କରିଥିବେ।

odia sambada
Comments (0)
Add Comment