ଭାରତର ପୂର୍ବ ଉତ୍ତର ରାଜ୍ୟ ମଣିପୁର ଜିଲ୍ଳାର ଏକ ପାହାଡ଼ିଆ ଅଞ୍ଚଳରେ ମାଟି ତଳୁ ନିଆଁ ଜ୍ୱାଳା ବାହାରୁଛି। ଏହି ନିଆଁ ରହସ୍ୟମୟ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି। କାରଣ, ଏହି ନିଆଁ ମାଟି ଉପରେ ନୁହେଁ, ବରଂ ମାଟି ତଳେ ଲାଗିଛି, ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କର ଭିଡ଼ ସେଠାରେ ଲାଗିଛି। ଭୂ ବିଶେଷଜ୍ଞମାନେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଜାଣିବା ପାଇଁ ସେଠାରେ ଅନୁସନ୍ଧାନ ଚଲାଇଛନ୍ତି। ସେପଟେ ସ୍ଥାନୀୟ ଲୋକ କାଙ୍ଗପୋକପି ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାକୁ ନିରୀକ୍ଷଣ କରିବା ପାଇଁ ସେଠାକୁ ଯାଇଛନ୍ତି।
କାଙ୍ଗପୋକପି ଏକ ପାହାଡ଼ିଆ ଅଞ୍ଚଳ ଅଟେ। ବର୍ତ୍ତମାନ ଏହି ସ୍ଥାନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଏଠାରେ ମାଟି ତଳୁ ନିଆଁ ବାହାରୁଥିବାରୁ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକମାନେ ଜାଣିବା ପାଇଁ ଚାହୁଁଛନ୍ତିକି, ଏଠାରେ କାହିଁକି ଭୂମି ଜଳୁଛି। କାଙ୍ଗଚୁପ ଗେଲଜଙ୍ଗ-ଟି ଏସ୍ଡିଓ ଉପେନ୍ଦ୍ର ସିଂ କହିଛନ୍ତିକି, ‘ମାଟି ତଳେ ନିଆଁ ଲାଗିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ।’
ସେ ଆହୁରି ମଧ୍ୟ କହିଛନ୍ତିକି ଆମେ ଯାହା ଦେଖୁଛୁ, ତାହା ସମ୍ଭବତଃ ବାୟୋମାସ ପ୍ରଜ୍ଜ୍ୱଳନ, ଯାହା କାଙ୍ଗଚୁପ ମଖୋମ୍ ଗାଁ ଆଖପାଖ ଭିନ୍ନ ଭିନ୍ନ ସ୍ଥାନରେ ଉତ୍ସର୍ଜିତ ହେଉଅଛି। ତେବେ ଏହାରି ମଧ୍ୟରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି। ଏହି ସ୍ଥାନରେ ପୂର୍ବରୁ କଦଳୀ ଚାଷ କରାଯାଉଥିଲା। ଦେଖାଯାଉଛିକି, ଯେଉଁଠି କଦଳୀ ଚାଷ ହେଉଅଛି, ସେଠାକାର ଭୂମି ଏହି ପ୍ରକାର ବାୟୋମାସ ପ୍ରଜ୍ଜ୍ୱଳନରେ ପ୍ରଭାବିତ ହେଉଅଛି। ଅଧିକାରୀମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ଏ ବିଷୟରେ ଏକ ରିପୋର୍ଟ ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଯିବ ଏବଂ ଏହାପରେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ।