ଯଦି ଜେଲ ଯିବାକୁ ଚାହୁଁ ନାହାନ୍ତି,ତେବେ ସିମ କାର୍ଡ ବ୍ୟବହାର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି କଥା !

ସିମକାର୍ଡ ତ ଆମେ ସମସ୍ତେ ମୋବାଇଲ ଫୋନରେ ବ୍ୟବହାର କରିଥାନ୍ତି କାରଣ ଏହା ବିନା ଫୋନ ବ୍ୟର୍ଥ ଅଟେ କିନ୍ତୁ କ’ଣ ଆପଣ ଜାଣନ୍ତି କି ଗୋଟାଏ ସିମ କାର୍ଡ ଆପଣଙ୍କୁ ଜେଲ ପରିସରକୁ ନେଇପାରେ|ଯଦି ଜାଣି ନାହାନ୍ତି ତେଵେ ଚାଲନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା|

ଗୋଟିଏ କଥା ମନରେ ଧ୍ୟାନ ଦେଇ ରଖନ୍ତୁ ଯେ ଆପଣଙ୍କ ସିମ କାର୍ଡ କୈଣସି ଖରାପ ବ୍ୟକ୍ତି ହାତରେ ନ‌ ପଡୁ,ଏହା ଏଥିପାଇଁ କାହିଁକି ନା କାରଣ ଏହା ଫଳରେ ସାମନା ବ୍ୟକ୍ତି ଯଦି କୌଣସି ଫ୍ରଡ କରେ ଏଥିପାଇଁ ଆପଣଙ୍କୁ ଜେଲ ହୋଇପାରେ|ଯଦି କେବେ ଆପଣଙ୍କର ସିମ କାର୍ଡ ହଜିଯାଏ ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ ନଚେତ୍ ଏହାର ଖରାପ ବ୍ୟବହାର ଫଳରେ ସମସ୍ୟା ସମ୍ମୁଖୀନ ହୋଇ ପାରନ୍ତି|

ମନେ କରନ୍ତୁ ଆପଣଙ୍କର ସିମ କାର୍ଡ ଖରାପ ବ୍ୟକ୍ତି ହାତରେ ପଡ଼ିଗଲା ଓ ସାମନା ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିକୁ ଆପଣଙ୍କ ନମ୍ବରରୁ କଲ କରି ଧମକ ଦେଲା ତେଵେ ଆପଣଙ୍କୁ ଜେଲ ହୋଇପାରେ|ଏଥିପାଇଁ ସଦାବେଳେ କୁହାଯାଏ ଯେ ଯଦି ଆପଣଙ୍କ ପାଖରେ କୈାଣସି ଏକ୍ସଟ୍ରା ସିମ ରହିଛି ଯେତେ ପାଖ ଲୋକ ହେଲେ ମଧ୍ୟ ସିମ ଅନ୍ୟ ହାତରେ ଦିଅନ୍ତୁ ନାହିଁ|କାରଣ ଅନ୍ୟ ବ୍ୟକ୍ତି ଫଳରେ ଆପଣଙ୍କୁ ସମସ୍ୟା ହୋଇପାରେ|

ସିମ୍ କାର୍ଡ ସ୍ୱପ୍ ଜରିଆରେ ଆପଣଙ୍କୁ ସମସ୍ୟାରେ ପକାଇପାରେ|ସିମ କାର୍ଡ ସ୍ୱପର ଅର୍ଥ ସିମ କାର୍ଡ ବଦଳାଇବା|ଆଜିକାଲି ଫ୍ରଡ କରୁଥିବା ବ୍ୟକ୍ତି ପାଇଁ ଏହା ନୂଆ ମାଧ୍ୟମ ହୋଇଗଲା ଯାହା ଆପଣଙ୍କ ଅଜାଣତରେ ହୋଇଥାଏ|ଫ୍ରଡ କରୁଥିବା ବ୍ୟକ୍ତି ଗୋଟେ ନମ୍ବରରେ ଦୁଇଟି ସିମ କାର୍ଡ ଜାରି କରିନିଏ ପରେ ପୁଣି ଓଟିପି ନେଇ ଆପଣଙ୍କ ବ୍ୟାଙ୍କ ଖାତାର ପୂରା ଟଙ୍କା ଉଡାଇ ଦେଇପାରେ|

odia sambada
Comments (0)
Add Comment