‘ ଯିଏ ପ୍ରଥମେ ମୋ ଶବ ଦେଖିବ ସେ ହିଁ ଭଗବାନ ହେବ ‘, ସ୍ତ୍ରୀକୁ ହ-ତ୍ୟା କରି ବ୍ୟକ୍ତି ଲେଖିଲେ ଏମିତି କଥା ଏବଂ ଦେଇଦେଲେ ଜୀବନ

ବିହାରର ବକ୍ସରରେ ପାରିବାରିକ କଳହ ପରେ ଜଣେ ବ୍ୟକ୍ତି ପ୍ରଥମେ ନିଜ ସ୍ତ୍ରୀର ବେକ ଚିପି ହତ୍ୟା କରିଦେଲା ଏବଂ ତାପରେ ଦୁଇଦିନ ପରେ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଦେଲେ । ଏହି ଘଟଣା ବକ୍ସର- ପିଡିଡିୟୁ ରେଲଖଣ୍ଡରେ ଦିଲଦାରନଗର ରେଲୱେ ଷ୍ଟେସନ ପାଖରେ ହୋଇଛି ।

ଆଶ୍ଚର୍ଯ୍ୟର କଥା ଏହା ଯେ ମୃତ ବ୍ୟକ୍ତି ଜୟ ହିନ୍ଦ୍ ରାମ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ସୁସାଇଡ ନୋଟରେ ଲେଖିଛନ୍ତି, ‘ ମୁଁ ମୁକ୍ତି ପାଇଗଲି, ଯିଏ ବି ମୋ ଶବକୁ ପ୍ରଥମେ ଦେଖିବ ସେ ହିଁ ମୋ ପାଇଁ ଭଗବାନ ହେବ । ଏହାସହିତ ସେ ନିଜ ଚିଠିରେ ନିଜ ଭାଇ ଏବଂ ଶଳାର ଫୋନ୍ ନମ୍ୱର୍ ଲେଖିଥିଲେ ଏବଂ ସେ ଲେଖିଥିଲେ ଯେ ଏହି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ହେଲେ ବି ତାଙ୍କ ମୃତ୍ୟୁ ଖବର ଦିଆଯାଉ ।

କୁହାଯାଉଛି ଯେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଝଗଡା ଚାଲିଥିଲା । ଜୟ ହିନ୍ଦଙ୍କ ସ୍ତ୍ରୀ ପିଙ୍କି ବକ୍ସର ଜିଲ୍ଲାର ରାଜପୁର ଥାନା ଅଂଚଳର ହଙ୍କାରପୂର୍ ଗାଁର ବାସିନ୍ଦା ଥିଲେ । ତାଙ୍କ ବିବାହ 2016ରେ କେଇମୂର୍ ଜିଲ୍ଲାର ମହରଥା ଗାଁର ବାସିନ୍ଦା ଜୟ ହିନ୍ଦ୍ ସହିତ ବିବାହ କରିଥିଲେ ।

ରିପୋର୍ଟ ଅନୁଯାୟୀ ଜୟ ହିନ୍ଦ୍ ରାମ ସେହି ସମୟରୁ ଠାରୁ ହିଁ ନିଜ ସ୍ତ୍ରୀକୁ ନିର୍ଯାତନା ଦେଉଥିଲା । ଅନେକଥର ସାମାଜିକ ସ୍ତରରେ ମଧ୍ୟ ଆପୋଷ ବୁଝାମଣା କରାଗଲା, କିନ୍ତୁ ତାଙ୍କ ବ୍ୟବହାରରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଲା ନାହିଁ । ଏହାମଧ୍ୟରେ ଗତ କିଛି ଦିନ ହେବ ପିଙ୍କି ନିଜ ବାପଘରକୁ ଚାଲି ଯାଇଥିଲେ ଏବଂ ସେଠାରୁ ଚିକିତ୍ସା ପାଇଁ ନିଜ ନାନି ଘରକୁ ଯାଇଥିଲେ ।

ଏହି କଥାର ସୂଚନା ମିଳିବା ପରେ ଜୟ ହିନ୍ଦ୍ ରବିବାର ଦିନ ନିଜ ସ୍ତ୍ରୀର ନାନି ଘରେ ପହଞ୍ଚିଲେ । ରାତିରେ ଖାଇବା ପରେ ସ୍ବାମୀ ସ୍ତ୍ରୀ ଗୋଟିଏ ରୁମରେ ଶୋଇଲେ, କିନ୍ତୁ ସକାଳେ ଯେତେବେଳେ ଅଧିକ ସମୟ ଧରି କବାଟ ଖୋଲିଲେ ନାହିଁ, ସେତେବେଳେ ଲୋକଙ୍କର ଚିନ୍ତା ହେଲା ।

ଶବ୍ଦ କରିବାପରେ ମଧ୍ୟ ଯେତେବେଳେ କେହି କବାଟ ଖୋଲିଲେ ନାହିଁ, ସେତେବେଳେ କବାଟ ଭାଙ୍ଗି ଲୋକେ ଭିତରକୁ ପଶିଗଲେ । ରୁମର ବେଡ଼ରେ ପିଙ୍କିଙ୍କ ଶବ ପଡ଼ିଥିଲା । ସ୍ବାମୀ ତାଙ୍କର ବେକ ଚିପି ହତ୍ୟା କରି ଦେଇଥିଲେ, ଯାହାର ଚିହ୍ନ ମଧ୍ୟ ବେକରେ ଦେଖାଯାଉଥିଲା । ଏହାପରେ ଜୟ ହିନ୍ଦ୍ ଘଟଣାସ୍ଥଳରୁ ଫେରାର ହୋଇଗଲା ଏବଂ ଦୁଇଦିନ ପାରେ ଟ୍ରେନ ଆଗକୁ ଯାଇ ନିଜ ଜୀବନ ଦେଇଦେଲେ ।

odia sambada
Comments (0)
Add Comment