ଗୁଗଲ ମ୍ୟାପରେ ଆକ୍ଟିଭ କରାଇ ନିଅନ୍ତୁ ଏହି କମାଲ ଫିଚର୍ସ,କଟିବ ନାହିଁ ଆପଣଙ୍କ ଚାଲାଣ, ଜାଣନ୍ତୁ …

Google Map Speed Alert: ଯେଉଁ ଲୋକଙ୍କୁ ରାସ୍ତାର ଜ୍ଞାନ ଜଣାନାହିଁ ଏମିତି ଲୋକଙ୍କ ପାଇଁ ଗୁଗଲ ମ୍ୟାପ୍ସ ସଂଜୀବନୀ ବୁଟି ର କାମ କରିଥାଏ। ଗୁଗଲ ମ୍ୟାପ୍ସ ଯୋଗୁଁ ଲୋକେ ସଠିକ ସମୟରେ ନୁଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଆନ୍ତି। ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ସାମିଲ ହୋଇ ରହିଥାଏ। ଗୁଗଲ ମ୍ୟାପ୍ସରେ ଏକ ଏମିତି ହିଁ ଟୁଲ ଦିଆଯାଇଛି ଯାହାକି ଆପଣଙ୍କୁ ଚାଲାଣ କାଟିବାରୁ ବଞ୍ଚାଇବା ସହିତ ଦୁର୍ଘଟଣାରୁ ମଧ୍ୟ ବଞ୍ଚାଇ ଥାଏ। ଆମେ ଏହି ଫିଚର୍ସ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଓ ଜଣାଉଛୁ କେମିତି ଆପଣ ଏହାକୁ ବ୍ୟବହାର କରିପାରିବେ।

ଆମକୁ ଦେଖିବାକୁ ମିଳିଥାଏ କି,ଲୋକେ ନିଜ ଅଫିସ ସମୟ ବିଳମ୍ବ ହୋଇଗଲେ ଦ୍ରୁତ ଗତିରେ ଗାଡ଼ି ଚଳାଇଥାନ୍ତି ଓ ସ୍ପିଡ଼ ଲିମିଟ କ୍ରସ କରିବାରୁ ତାଙ୍କର ଚାଲାଣ କଟା ଯାଇଥାଏ ଓ ଦ୍ରୁତ ଗତି କାରଣରୁ ଦୁର୍ଘଟଣାର ଚାନ୍ସ ମଧ୍ୟ ବଢ଼ି ଯାଇଥାଏ ଓ ଆପଣ ଏହାର ଶିକାର ହୋଇଥାଆନ୍ତି। ଏମିତିରେ ଗୁଗଲ ମ୍ୟାପ୍ସ ସ୍ପିଡ଼ ଲିମିଟ ୱାର୍ଣିଙ୍ଗ ଫିଚର୍ସ ଆପଣଙ୍କ ସାହାର୍ଯ୍ୟ କରିଥାଏ। ଏଥିରେ ଯଦି ଆପଣ ନିଜର ସ୍ପିଡ଼ ଲିମିଟ ପାର କରିଥାନ୍ତି ତାହେଲେ ଗୁଗଲ ଆପଣଙ୍କୁ ଜଣାଇଦେବ। ଯେଉଁଥିରୁ ଆପଣ ଚାଲାଣ କଟିବାରୁ ବଞ୍ଚିପାରିବେ।

ଗୁଗଲ ମ୍ୟାପ୍ସରେ କେମିତି ଆକ୍ଟିଭେଟ କରିବେ ସ୍ପିଡ଼ ଲିମିଟ ୱାର୍ଣ୍ଣିଙ୍ଗ ଫିଚର୍ସ:-

ସର୍ବପ୍ରଥମେ ଆପଣ ନିଜ ମୋବାଇଲ ରେ ଗୁଗଲ ମ୍ୟାପ୍ସ ଆପ ଖୋଲନ୍ତୁ ଓ ଡାହାଣ ପାର୍ଶ୍ଵରେ ଥିବା ପ୍ରୋଫାଇଲ ଅପ୍ସନରେ କ୍ଲିକ କରନ୍ତୁ।

ଏହାପରେ ସେଟିଂ କୁ ଯାଆନ୍ତୁ ଓ ନାଭିଗେସନ ସେଟିଂ ରେ ଟ୍ୟାପ କରନ୍ତୁ। ଏହାପରେ ପୁଣି speed limit setting ଅପ୍ସନରେ କ୍ଲିକ କରନ୍ତୁ।

ଏହାପରେ scroll କରନ୍ତୁ ଓ Driving ଅପ୍ସନକୁ ଯାଆନ୍ତୁ। ଯେଉଁଠାରେ ଆପଣ Speed limit Settings ଅନ କରନ୍ତୁ।

ଏହାପରେ ଗୁଗଲ ମ୍ୟାପ୍ସର ହୋମ ସ୍କ୍ରିନରେ ଯାଆନ୍ତୁ ଓ ଏଠାରେ ଆପଣଙ୍କୁ ସ୍ପିଡ଼ ଲିମିଟ କ୍ରସ କରିବା କ୍ଷଣେ ନୋଟିଫିକେସନ ମିଳିଯିବ।

odia sambada
Comments (0)
Add Comment