ସତ ହେବାକୁ ଯାଉଛି ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ! ପୁଟିନ ଓ ଋଷକୁ ନେଇ କହିଥିଲେ ଏହି ବଡ଼ କଥା

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା ।

ଋଷି ସେନାମାନେ ୟୁକ୍ରେନର ଅନେକ ନଗର ଧ୍ଵଂସ କରିବା ପରେ ଏବେ ରାଜଧାନୀ କିଭରେ ପହଞ୍ଚି ଯାଇଛନ୍ତି। ଏହି ସବୁ ଯୁଦ୍ଧ ମଧ୍ୟରେ ବାବା ଭେଙ୍ଗାଙ୍କ ଏକ ପୁରୁଣା ଭବିଷ୍ୟବାଣୀ ବାରମ୍ବାର ଚର୍ଚ୍ଚାରେ ରହିଆସୁଛି। ବାସ୍ତବରେ ବାବା ଭେଙ୍ଗା କହିଥିଲେ ଯେ ଏକ ସମୟ ଆସିବ ଯେତେବେଳେ ଋଷ ସମଗ୍ର ଦୁନିଆକୁ ଶାସନ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଓ ୟୁରୋପ ଋଷର କିଛି କରିପାରିବ ନାହିଁ । ବାବା ଭେଙ୍ଗା କହିଥିଲେ ଯେ, “ଋଷ ସବୁଠାରୁ ବଡ ଶକ୍ତି ଭାବରେ ଉଭା ହେବ, ସବୁକିଛି ବରଫ ପରି ତରଳି ଯିବ । କେବଳ ଗୋଟିଏ ଜିନିଷକୁ କେହି ଛୁଇଁ ପାରିବେ ନାହିଁ, ତାହା ହେଉଛି ଭ୍ଲାଦିମିର ପୁଟିନ ଓ ଋଷର ଗର୍ବ । ଋଷକୁ କେହି ଅଟକାଇ ପାରିବେ ନାହିଁ । ୟୁରୋପ ସେତେବେଳେ ଏକ ଅନୁର୍ବର ଭୂମିରେ ପରିଣତ ହେବ ।”

ଏଠାରେ କହି ରଖୁଛୁ ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।୧୨ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା ।

ବାସ୍ତବରେ ଏକ ଭୟଙ୍କର ଝଡ଼ ଯୋଗୁଁ ସେ ନିଜ ଆଖିର ଦୃଷ୍ଟି ଶକ୍ତି ହରାଇଥିଲେ । ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ।ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି।

odia sambada
Comments (0)
Add Comment