କରୋନା ଗାଇଡ଼ ଲାଇନ ମଧ୍ୟରେ ଆସିଲା ଅଶ୍ବାସ୍ତିକର ଖବର : ମାର୍ଚ୍ଚ 31 ତାରିଖରୁ ହଟିବ ସାରା କଟକଣା, ସାମାଜିକ ଦୂରତା ଓ ମାସ୍କକୁ ନେଇ ହେଲା ବଡ଼ ପରିବର୍ତ୍ତନ

ଭାରତରେ କରୋନା ଭାଇରସର ସଂକ୍ରମଣ ଧୀରେଧୀରେ କମ ହେବାରେ ଲାଗିଛି। ଏବେ ଦୁଇ ହଜାରରୁ କମ ମାମଲା ସାମ୍ନାକୁ ଆସୁଛି। ଏହାପରେ ରାଷ୍ଟ୍ରୀୟ ଆପଦା ପ୍ରବନ୍ଧନ ପ୍ରାଧିକରଣ ଓ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ କୋଭିଡ଼ ରୋକିବା ଉପାୟ ପାଇଁ ପ୍ରାବଧାନକୁ ରଦ୍ଦ କରିଦେଇଛି। କରୋନା ଭାଇରସ ସଂକ୍ରମଣରେ ଲାଗାତର ଦୁଇବର୍ଷ ଧରି କଟକଣା ଜାରି ରଖିଥିବା ସରକାର ବର୍ତ୍ତମାନ ମାର୍ଚ୍ଚ 31 ତାରିଖରୁ ଏହାଉପରେ ସମସ୍ତ କୋହଳ କରିଦେଉଛନ୍ତି।

ସାମାଜିକ ଦୂରତା ଓ ମାସ୍କ କୁ ନେଇ ହେଲା ବଡ଼ ଘୋଷଣା:-

NDMA ଅଧିକାରୀ କହିଛନ୍ତି କି, କରୋନା ସଂକ୍ରମଣ ଯୋଗୁଁ ଲାଗିଥିବା ସମସ୍ତ କଟକଣା ମାର୍ଚ୍ଚ 31 ତାରିଖରେ ଶେଷ କରି ଦିଆଯିବ। କିନ୍ତୁ ଏହାବ୍ୟତୀତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପ୍ରାବଧାନ ମଧ୍ୟ ଜାରି ରହିବ। କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲାଙ୍କ ମୁତାବିକ, ମାର୍ଚ୍ଚ 31 ତାରିଖରୁ ସମସ୍ତ କଟକଣାକୁ ଶେଷ କରାଯିବ ଓ ଗୃହ ମନ୍ତ୍ରାଳୟ ତରଫରୁ କୌଣସି ନିଷ୍ପତ୍ତି ଏହାଉପରେ ଆସିବ ନାହିଁ।

ମାର୍ଚ୍ଚ 24, 2020 ରେ ଲାଗିଥିଲା ପ୍ରତିବନ୍ଧକ:-

କେନ୍ଦ୍ର ସରକାର କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ 24,2020 ରେ ପ୍ରବନ୍ଧନ ଲଗାଇଥିଲେ। କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲା, ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି କହିଥିଲେ, ବିଗତ 24 ମାସରେ ବିଶ୍ବାବାପୀ ମହାମାରୀ ର ପ୍ରବନ୍ଧନ ଯେମିତିକି ରୋଗର ପତା ଲଗାଇବା, ଅନୁଧ୍ୟାନ କରିବା, ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପତା ଲଗାଇବା, ଉପଚାର, ଟୀକାକରଣ, ହସ୍ପିଟାଲର ଢାଞ୍ଚାରେ ବିକାଶକୁ ନେଇ କେତେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଥିଲା।

ସେ କହିଛନ୍ତି କି ଏହାସହ ଏବେ ସାଧାରଣ ଲୋକମାନେ ମଧ୍ୟ କୋଭିଡ଼ 19 ସହିତ ଲଢ଼ିବା ପାଇଁ ଆବଶ୍ୟକ ଉଚିତ ବ୍ୟବହାରକୁ ନେଇ ବହୁତ ସଜାଗ ରହିଛନ୍ତି। ଭଲା ନିଜର ପତ୍ର ମାଧ୍ୟମରେ କହିଥିଲେ, ବିଶ୍ବାବାପୀ ମହାମାରୀର ସଂକ୍ରମଣରେ ହ୍ରାସ ଫଳାଫଳ ଦେଖି ସରକାରଙ୍କ ଏହି ପ୍ରାବଧାନକୁ ଲାଗୁ କରିବାରେ ଆଉ କୌଣସି ଆବଶ୍ୟକତା ନାହିଁ।

କରୋନା ର ଆକ୍ଟିଭ କେସ ସଂଖ୍ୟା 23913 ରହିଛି:-

ଭଲା କହିଛନ୍ତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜର ପ୍ରଣାଳୀ ଓ ସୁରକ୍ଷାକୁ ସଠିକ ଭାବରେ ଅବଲମ୍ବନ କରିଛନ୍ତି। ସେମାନେ ଏହି ବିଶ୍ବବାପୀ ମହାମାରୀ ପାଇଁ ଉଚିତ ଯୋଜନା ମଧ୍ୟ ଲାଗୁ କରିଛନ୍ତି। ବିଗତ ସାତ ସପ୍ତାହରେ ଆକ୍ଟିଭ କେସ ରେ ବହୁତ ହ୍ରାସ ଦେଖିବାକୁ ମିଳିଛି। ସେ କହିଛନ୍ତି, ମାର୍ଚ୍ଚ 22 ତାରିଖରେ ଆକ୍ଟିଭ କେସ 23,913 ହିଁ ରହିଯାଇଛି ଯାହାର ସଂକ୍ରମଣ ପ୍ରତିଶତ 0.28 ପ୍ରତିଶତ ରହିଛି। ଏହାସହ କୋଭିଡ଼ ପାଇଁ 181.56 କୋଟି ଟୀକା ଦିଆଯାଇଛି।

24 ଘଣ୍ଟାରେ କରୋନାର 1778 ନୂଆ ମାମଲା ସାମ୍ନାକୁ ଆସିଲା:-

ଜଣାଇଦେଉଛୁ କି, ବିଗତ 24 ଘଣ୍ଟାରେ କରୋନାର ମାମଲା 1778 ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ କହିବା ହେଉଛି ଏହି ସମୟରେ 62 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ଲଗାତାର ଚତୁର୍ଥ ଦିନରେ କରୋନାର ଦୁଇ ହଜାରରୁ କମ ମାମଲା ସାମ୍ନାକୁ ଆସିଛି। ଏହାପୂର୍ବରୁ ମାର୍ଚ୍ଚ 20 ତାରିଖରେ 1761 ମାମଲା ସାମ୍ନାକୁ ଆସିଥିଲା। ମାର୍ଚ୍ଚ 21 ରେ 1549 ମାମଲା ଦର୍ଜ କରାଯାଇଥିଲା। ସେହିପରି କାଲି ମାନେ ମାର୍ଚ୍ଚ 22 ତାରିଖରେ 1581 ମାମଲା ଦର୍ଜ କରାଯାଇଛି।

odia sambada
Comments (0)
Add Comment