ଟେନସନରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ,ମୋଇନ ଅଲ୍ଲୀଙ୍କ ପରେ ଦଳକୁ ଚମ୍ପିୟାନ କରିଥିବା ଖେଳାଳି ଦଳରୁ ବାହାର

ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ସବୁଠାରୁ ସଫଳ ଟିମ ଭିତରୁ ଗୋଟିଏ, ଦଳ ଚାରିଥର ଆଇପିଏଲ ଟ୍ରଫି କବଜା କରିନେଇଛି। ଏବେ ଦଳକୁ ଶକ୍ତ ଝଟକା ଲାଗିଛି। ଦଳର ଏକ ଷ୍ଟାର ଖେଳାଳି ପ୍ରଥମ ଚରଣରୁ ବାହାର ହୋଇଯାଇଛନ୍ତି। ଏହି ପ୍ଲେୟାର ବିଗତ ବର୍ଷ ନିଜ ଦମ ରେ ଦଳକୁ ଚମ୍ପିୟାନ ବନାଇଥିଲେ।

ବାହାର ହୋଇଗଲେ ଏହି ଷ୍ଟାର ଖେଳାଳି:-

ଆଇପିଏଲ 2021 ଚେନ୍ନାଇ ସୁପର କିଙ୍ଗସ ଜିତିଥିଲା ଓ ଦଳକୁ ଜିତାଇବାରେ ଦୀପକ ଚହର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସେ ଆଇପିଏଲର ପ୍ରଥମ କିଛି ମ୍ୟାଚ ଖେଳି ପରିବେନାହିଁ। ଚହର ବିଗତ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଆହତ ହୋଇଥିଲେ ଓ ତାଙ୍କର ମାଂସପେଶୀ ଟାଣି ହୋଇଯାଇଥିଲା। ଯେଉଁଥିରୁ ସେ ଏବେପର୍ଯ୍ୟନ୍ ରିକଭର ହୋଇ ପାରିନାହାଁନ୍ତି। ସିଏସକେ ର ସିଇଓ କାଶୀ ବିଶ୍ଵନାଥନ କହିଛନ୍ତି, ଚହରଙ୍କୁ ବିସିସିଆଇ ପାଖରୁ ବର୍ତ୍ତମାନ ସୁଦ୍ଧା ଫିଟନେସ ମଞ୍ଜୁରୀ ମିଳିନାହିଁ। ଚହରଙ୍କ ପ୍ରଗତି ବିଷୟରେ ପଚାରିବାରୁ କାଶୀ ବିଶ୍ଵନାଥନ କହିଥିଲେ, ବିସିସିଆଇ ପାଖରୁ ମଞ୍ଜୁରୀ ନମିଳିବା ପର୍ଯ୍ୟନ୍ତ ସେ ଏନ୍ସିଏରେ ରହିବେ।

ସିଏସକେ କୁ ବନାଇଥିଲେ ଚମ୍ପିୟାନ:-

ଦୀପକ ଚହର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳନ୍ତି। ସେ ଆଇପିଏଲରେ ମୋଟ 15ଟି ମ୍ୟାଚରୁ 14ଟି ଉଇକେଟ ନେଇଥିଲେ। ଯେବେବି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଉଇକେଟ ଦରକାର ଥାଏ ସେତେବେଳେ ସେ ଦୀପକ ଚହରଙ୍କ ନାମ ନିଅନ୍ତି। ଚହର ଆଇପିଏଲରେ ମୋଟ 69 ମ୍ୟାଚରୁ 59 ଉଇକେଟ ନେଇସାରିଛନ୍ତି। ତାଙ୍କର ସ୍ୱିଙ୍ଗ ବୋଲିଂ ଖେଳିବାକୁ ବ୍ୟଟ୍ସମ୍ୟାନଙ୍କ ପକ୍ଷରେ ସହଜ ହୋଇନଥାଏ। ବିଗତ ସମୟରେ ସେ ଟିମ ଇଣ୍ଡିଆ ପାଇଁ ମଧ୍ୟ ମ୍ୟାଚ ବିଜେତା ରହି ଆସୁଛନ୍ତି।

ଟିମ ଇଣ୍ଡିଆକୁ ଜିତାଇଛନ୍ତି ବହୁତ ସାରା ମ୍ୟାଚ:-

ଦୀପକ ଚହର ନିଜର ସ୍ୱିଙ୍ଗ ବୋଲିଂ ପାଇଁ ବେଶ ପରିଚିତ ଓ ଡେଥ ଓଭର୍ସରେ ସେ ରନ ରୋକିବା ସହିତ ଉଇକେଟ ନେବାରେ ମାହିର ଅଟନ୍ତି। ଚହର ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରିଥାନ୍ତି । ସେ 5ଟି ଦିନିକିଆ ମ୍ୟାଚରେ 6ଟି ଉଇକେଟ ପାଇଥିବା ସହିତ ଶ୍ରୀଲଙ୍କା ବିରୁଦ୍ଧରେ 87 ରନର ଏକ ଧୂଆଁଧାର ଇନିଂସ ଖେଳିଥିଲେ। T-20 କ୍ରିକେଟରେ ସେ ଭାରତ ପାଇଁ ହ୍ୟାଟ୍ରିକ ଉଇକେଟ ନେବାରେ ପ୍ରଥମ ବୋଲର ଅଟନ୍ତି।

odia sambada
Comments (0)
Add Comment