ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଚ୍ୟାଲେଞ୍ଜ: ଯଦି ବିଜେପି ମହାନଗର ନିଗମ ନିର୍ବାଚନ ଜିତିବ,ତେବେ ମୁଁ ରାଜନୀତି ଛାଡ଼ିଦେବି |

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଖୋଲି ଭାବରେ ଚ୍ୟାଲେଞ୍ଚ କରିଲେ। ଦିଲ୍ଲୀର ମହାନଗର ନିଗମ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଖୋଲି ଭାବରେ ଚ୍ୟାଲେଞ୍ଜ କରି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତିଯେ, ବିଜେପିର ଯଦି ସାହସ ଅଛି, ତେବେ ମହାନଗର ନିଗମ ନିର୍ବାଚନକୁ ଠିକ ସମୟରେ କରି ଦେଖାନ୍ତୁ ଏବଂ ଏହାକୁ ଜିତି ମଧ୍ୟ ଦେଖାନ୍ତୁ। ଯଦି ସେମାନେ ଜିତି ଯାନ୍ତି ତେବେ ମୁଁ ରାଜନୀତି ଛାଡ଼ିଦେବି।

ସହିଦ ଦିବସ ଅବସରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ, ଗତ କିଛିଦିନ ହେବ ଯାହାବି କିଛି ଦେଖାଯାଉଛି ତାହା ସହିଦଙ୍କର ବଳିଦାନ ପ୍ରତି ଅପମାନ ଅଟେ। କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ଦିଲ୍ଲୀର ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ କରିରଖିଛି। ସମସ୍ତେ ଜାଣନ୍ତିଯେ ଏଥର ବିଜେପି ଧ୍ୱଂସ ହେବା ପାଇଁ ଯାଉଥିଲା ଏବଂ ସେମାନଙ୍କର ପରାଜୟକୁ ଏଡାଇବା ପାଇଁ ସେମାନେ ପ୍ରଥମେ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଉପରେ ଅଧିକ ମାତ୍ରାରେ ଚାପ ମଧ୍ୟ ପକାଇଥିଲେ। ବର୍ତ୍ତମାନ ଏହି ନିର୍ବାଚନକୁ କିଛି ମାସ ପାଇଁ ସ୍ଥଗିତ ମଧ୍ୟ ରଖାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ।

ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତିଯେ, ଯଦି ଏହି ଦେଶରେ ନିର୍ବାଚନ ହେବ ନାହିଁ, ତେବେ ଗଣତନ୍ତ୍ର କିପରି ବଞ୍ଚିବ। ଲୋକମାନଙ୍କ ସ୍ୱର କିପରି ଆଗକୁ ଆସିବ? ଏମିତି ହେଲେ ନିଜକୁ ଫାଶୀ ଦେଇ ଦେଶକୁ ସ୍ବାଧୀନ କରିଥିବା ଭଗତ ସିଂଙ୍କର ଆତ୍ମାକୁ ମଧ୍ୟ ବହୁତ ଆଘାତ ଲାଗିବ। ବିଜେପିର ଏଭଳି ନିର୍ବାଚନକୁ ବନ୍ଦ କରିବ ବୋଲି କ’ଣ ‌ସେ ଦେଶକୁ ସ୍ବାଧୀନ କରିଥିଲେ? ଲୋକମାନଙ୍କର ଏକ ମୌଳିକ ଅଧିକାର ହେଉଛି ଦେଶର ସରକାର ବାଛିବା।

odia sambada
Comments (0)
Add Comment