ବିକ୍ରି ହେବାକୁ ବସିଲାଣି ଦୁନିଆର ଏହି ପ୍ରସିଦ୍ଧ ମସାଲା କମ୍ପାନୀ MDH, ଜାଣନ୍ତୁ କିଏ ଏହାକୁ କିଣିବ?

ମସାଲା ଦୁନିଆରେ ରାଜ କରୁଥିବା କମ୍ପାନୀ MDH ବର୍ତ୍ତମାନ ବିକ୍ରି ହେବା ସ୍ଥିତିରେ ପହଞ୍ଚି ସାରିଛି। ଏହାକୁ କିଣିବାରେ ସର୍ବପ୍ରଥମ ନାମ ହିନ୍ଦୁସ୍ଥାନ ୟୁନିଲିଭର ନାମ ସାମ୍ନାକୁ ଆସୁଛି। ଖବର ମୁତାବିକ, ହିନ୍ଦୁସ୍ଥାନ ୟୁନିଲିଭର MDH ର ସବୁଠାରୁ ବଡ଼ ଶେୟର କିଣିବ ବୋଲି କୁହାଯାଉଛି। କୁହାଯାଉଛି MDH ର ମୂଲ୍ୟ 10 ହଜାରରୁ 15 ହଜାର ମଧ୍ୟରେ ହୋଇପାରେ।

2025 ବେଳକୁ 50 ହଜାର କୋଟି ଟଙ୍କାର ହୋଇଯିବ ମସାଲା ବଜାର:-

ଭାରତରେ ବ୍ରାଣ୍ଡେଡ଼ ମସାଲା ଦର ବହୁତ ଅଧିକ ରହିଛି ଓ ଅନୁମାନ କରାଯାଉଛି 2025 ବେଳକୁ ଏହା 50,000 କୋଟି ଟଙ୍କାରେ ପହଞ୍ଚିଯିବ। ଆମେ ଜାଣିଛେ ଭାରତୀୟ ବଜାରରେ ମସାଲା ବହୁତ ନିତାନ୍ତ ଆବଶ୍ୟକ ଓ ପ୍ରତିଟି ରାଜ୍ୟରେ ଖାଦ୍ୟ ପ୍ରସ୍ତୁତିରେ ଉପଭୋକ୍ତାଙ୍କର ଏହା ହେଉଛି ପ୍ରଥମ ପସନ୍ଦ। ଏହାଯୋଗୁଁ ଭାରତୀୟ ସ୍ପାଇସ ମାର୍କେଟ ରାଷ୍ଟ୍ରୀୟ ସ୍ତରର ବଡ଼ କମ୍ପାନୀ ମାନଙ୍କ ପାଇଁ ସର୍ବଦା ମୁସ୍କିଲ ରହିଛି।

ଟିଭି କମର୍ସିଆଲ ଦେଇଛନ୍ତି ଅଲଗା ପରିଚୟ:-

ନ୍ୟାଶନାଲ ଲେଭେଲର ମସାଲା ବ୍ରାଣ୍ଡ କଥା କହିବାକୁ ଗଲେ MDH ବ୍ରାଣ୍ଡ ସର୍ବଦା ଅଲଗା ପରିଚୟ ବନାଇଛି। ଏହି କମ୍ପାନୀ ଟିଭି କମର୍ସିଆଲ ଦ୍ୱାରା ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛି। ଟିଭି କମର୍ସିଆଲରେ ମହାଶୟ ଧର୍ମପାଳ ଗୁଲାଟି ଅଲଗା ଅନ୍ଦାଜରେ ନଜର ଆସିଥାନ୍ତି।

ହିନ୍ଦୁସ୍ଥାନ ୟୁନିଲିଭର ନେଇ ଯାଇପାରେ ବହୁତ ଆଗକୁ:-

ମନୀ କଣ୍ଟ୍ରୋଲ ମୁତାବିକ, ହିନ୍ଦୁସ୍ଥାନ ୟୁନିଲିଭର ଦ୍ୱାରା MDH ବଡ଼ ଶେୟର କିଣିବା ମୁଦ୍ଧାକୁ ନେଇ ଏକ ବଜାର ବିଶେଷଜ୍ଞଙ୍କ କହିବା ହେଲା ହିନ୍ଦୁସ୍ଥାନ ୟୁନିଲିଭରର ନେଟୱର୍କ ବହୁତ ଅଧିକ ରହିଛି ଏମିତିରେ ସେ ହିଁ MDH କୁ ସେହି ସ୍ତରକୁ ନେଇପାରିବ ଯେଉଁ ସ୍ତରରେ ସେ ମଧ୍ୟ ଆଜି ଯାଏଁ ପହଞ୍ଚିନାହିଁ। ଟିୟାର 2 କିମ୍ବା ଟିୟାର 3 ସହରରେ ପହଞ୍ଚିବା ପାଇଁ ହିନ୍ଦୁସ୍ଥାନ ୟୁନିଲିଭରକୁ ବହୁତ ସମସ୍ୟା ହୋଇପାରେ କାରଣ ଆଜି ମଧ୍ୟ ସେଠାରେ ସ୍ଥାନୀୟ ମସାଲା ବ୍ରାଣ୍ଡର ଦବଦବା ରହିଛି।

ଜଣାଇଦେଉଛୁ କି, ପାକିସ୍ତାନର ସିଆଲକୋଟ ରେ ଜନ୍ମଲାଭ କରିଥିବା ଗୁଲାଟି ନିଜ ପରିବାରର ମସାଲା ବ୍ୟବସାୟକୁ ନାକେବଳ ସମ୍ଭାଳିଛନ୍ତି ବରଂ ଏହାକୁ ଦେଶର ସବୁଠାରୁ ଭଲ ମସାଲା ଉତ୍ପାଦକ ସହ ପ୍ୟାକେଜରେ ମଧ୍ୟ ନାମ କରିଛନ୍ତି। ଗୁଲାଟି ଭାରତ ଓ ପାକିସ୍ତାନ ବଣ୍ଟନ ସମୟରେ 1500 ଟଙ୍କା ନେଇ ଦିଲ୍ଲୀ ଚାଲି ଆସିଥିଲେ। କଡ଼ା ସଂଘର୍ଷ ପରେ ସେ ଉଚ୍ଚତାକୁ ଛୁଇଁ ପାରିଛନ୍ତି। ତାଙ୍କର ମୃତ୍ୟୁ ପରେ ଏହାକୁ ବିକ୍ରି କରିବାର ନିର୍ଣ୍ଣୟ ନିଆଯାଇଛି।

odia sambada
Comments (0)
Add Comment